ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ ଏବଂ ଇଟାଲୀର ସଫଳ କୂଟନୈତିକ ଗସ୍ତ ପରେ ନୂଆଦିଲ୍ଲୀ ଫେରିଛନ୍ତି। ବିଦେଶ ଗସ୍ତରୁ ଫେରି ତୁରନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି ମୋଦି। ଏହି ବୈଠକରେ ପଶ୍ଚିମ ଏସିଆ ସଙ୍କଟ ଓ କ୍ୟାବିନେଟ ଅଦଳବଦଳ ନେଇ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ସବୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନ ୪ଟାରେ ବୈଠକ ଅନୁଷ୍ଠିତ ହେବ। ଜୁନ ଦ୍ୱିତୀୟ ସପ୍ତାହରେ କ୍ୟାବିନେଟ ସମ୍ପ୍ରସାରଣ ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

 

 

Share