Posted inଜାତୀୟ

ଟ୍ରମ୍ପଙ୍କ ଟାରିଫ୍‌ ଉପରେ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦର ଖୋଡାଲଧାମ ଗ୍ରାଉଣ୍ଡରେ ୫,୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଟାରିଫ୍‌ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ବିଶ୍ୱରେ, ଆର୍ଥିକ ସ୍ବାର୍ଥ ଉପରେ ଆଧାରିତ ସମସ୍ତ ରାଜନୀତି, ସମସ୍ତେ ନିଜ ନିଜ କାମ କରିବାରେ ବ୍ୟସ୍ତ, ଆମେ ଏହାକୁ ଭଲ ଭାବରେ ଦେଖୁଛୁ।

ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଦେଶର ଚାଷୀ ଏବଂ ଗୋପାଳକଙ୍କ ସ୍ବାର୍ଥ ତାଙ୍କ ପାଇଁ ସର୍ବୋପରି। ସେ କହିଛନ୍ତି, ମୁଁ ମୋର ଛୋଟ ଉଦ୍ୟୋଗୀ, ଛୋଟ ଦୋକାନୀ, ଚାଷୀ, ଗୋପାଳକମାନଙ୍କୁ କହିବି, ମୁଁ ଗାନ୍ଧୀଙ୍କ ଭୂମିରୁ କହୁଛି, ମୋ ଦେଶର ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକ ହେଉ, ଆପଣଙ୍କ ସ୍ବାର୍ଥ ମୋଦିଙ୍କ ପାଇଁ ସର୍ବୋପରି। ମୋ ସରକାର କେବେବି ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକଙ୍କ ଉପରେ କୌଣସି କ୍ଷତି ହେବାକୁ ଦେବ ନାହିଁ। ଯେତେ ଚାପ ଆସୁ, ଆମେ ସହ୍ୟ କରିବାର ଶକ୍ତି ବୃଦ୍ଧି କରିବୁ।

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଭାରତରେ ତିଆରି ସାମଗ୍ରୀକୁ ପ୍ରାଥମିକତା ଦେବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ତାହା ସାଜସଜ୍ଜା ସାମଗ୍ରୀ ହେଉ କିମ୍ବା ଉପହାର, ଆମକୁ ଆମ ଦେଶରେ ତିଆରି ସାମଗ୍ରୀ କିଣିବା ଉଚିତ। ବିଦେଶୀ ସାମଗ୍ରୀ ବିକ୍ରୟ ନକରିବାକୁ ପ୍ରଧାନମନ୍ତ୍ରୀ ବ୍ୟବସାୟୀମାନଙ୍କୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମ ସରକାର GST ସଂସ୍କାର କରୁଛି ଏବଂ ଦୀପାବଳି ପୂର୍ବରୁ ଆପଣଙ୍କୁ ଏକ ବଡ଼ ଉପହାର ମିଳିବ। GST ସଂସ୍କାର ଯୋଗୁଁ ଆମର କ୍ଷୁଦ୍ର ଶିଳ୍ପଗୁଡ଼ିକୁ ବହୁତ ସାହାଯ୍ୟ ମିଳିବ ଏବଂ ଅନେକ ଜିନିଷ ଉପରେ ଟିକସ ହ୍ରାସ ପାଇବ। ଏହି ଦୀପାବଳିରେ, ବ୍ୟବସାୟୀ ବର୍ଗ ହେଉ କିମ୍ବା ଆମ ପରିବାରର ଅନ୍ୟ ସଦସ୍ୟ, ସମସ୍ତେ ଖୁସିର ଦୁଇଗୁଣ ବୋନସ ପାଇବେ।”

ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ  କହିଛନ୍ତି, ବିଶ୍ୱ ଦେଖିଛି ଯେ ଭାରତ କିପରି ପହଲଗାମର ପ୍ରତିଶୋଧ ନେଇଛି। ସେମାନଙ୍କୁ ୨୨ ମିନିଟରେ ନିପାତ କରାଯାଇଥିଲା। ଅପରେସନ ସିନ୍ଦୂର ଆମ ସେନାର ବୀରତ୍ୱ ଏବଂ ଭାରତର ସୁଦର୍ଶନ ଚକ୍ରଧାରୀ ମୋହନଙ୍କ ଇଚ୍ଛାଶକ୍ତିର ପ୍ରତୀକ ପାଲଟିଛି। ସେମାନେ ଆମର ରକ୍ତ ବୁହାଇଥିଲେ ଏବଂ ଦିଲ୍ଲୀରେ ବସିଥିବା କଂଗ୍ରେସ ସରକାର କିଛି କରିନଥିଲେ, କିନ୍ତୁ ଆଜି ଆମେ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କୁ ଛାଡିବୁ ନାହିଁ, ସେମାନେ ଯେଉଁଠାରେ ଲୁଚି ଥାଆନ୍ତୁ ନା କାହିଁକି।


Enter your email to get our daily news in your inbox.

All Right Reserved By Dharitri.Com

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ସାମ୍ନାକୁ ଆସିଲା Nvidia ସିଇଓ ଜେନସେନ ହୁଆଙ୍ଗଙ୍କ ତୃତୀୟ ପ୍ରେମ ସମ୍ପର୍କ; ଆଲିସ-କିମ୍ବର୍ଲିଙ୍କ ବ୍ୟତୀତ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ…

ବେଜିଂ,୧୩।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ପ୍ରକାଶିତ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ,…

ଉଇକେଟ୍‌ ନେବା ପରେ ରାଗିକି ପଞ୍ଚମ ହୋଇଗଲେ ଗୁରନୁର, ଦୌଡ଼ିଯାଇ କୋହଲି…ଦେଖନ୍ତୁ VIDEO

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ମଇଦାନରେ ଦେଖିବାକୁ ମିଳିଥିଲା ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ। ନ୍ୟୁଜିଲାଣ୍ଡର ଓପନର୍‌ ଟିମ ସିଫର୍ଟଙ୍କୁ ଆଉଟ କରିବା…

ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍‌ ସେବା! ଜାଣନ୍ତୁ କାରଣ

ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ…

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ Nvidiaର ପୂର୍ବତନ ସିଇଓ ହୁଆଙ୍ଗ ମୋତେ ଫୋନ କରିଥିଲେ, ‘ସେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି’

ଓ୍ବାଶିଂଟନ,୧୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜେନସେନ ହୁଆଙ୍ଗଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି…

ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଳାବାଡ଼ି। ଯେଉଁଠି ବିକାଶର ଆଲୋକ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?