Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ୭୫

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି। ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନ ପକ୍ଷ ଆରମ୍ଭ କରିବେ। ସେ ଧର୍‌ରୁ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଅନ୍ୟ କେତେକ ବିକାଶମୂଳକ ପଦକ୍ଷେପ ଉନ୍ମୋଚନ କରିବା ସହ ଏକ ଜନସଭାକୁ ମଧ୍ୟ ଉଦ୍‌ବୋଧନ ଦେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି।
ସର୍ବବୃହତ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଦେଶର ମହିଳା ଓ ଶିଶୁମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ୧ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଦେଶବ୍ୟାପୀ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଦୈନିକ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ଅନୁଷ୍ଠିତ ହେବ। ଭାଜପାର ସଂଗଠନ ସାରା ଦେଶରେ ରକ୍ତଦାନ ଏବଂ ସ୍ବାସ୍ଥ୍ୟ ଶିବିର ସମେତ ଏଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବ। ଶାସକ ଦଳ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ‘ସେବା ପକ୍ଷ’ ପାଳନ କରିବାକୁ ଥିବାବେଳେ ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକ ଏହାର ଅଂଶବିଶେଷ। ଏହି ସମୟ ମଧ୍ୟରେ ଭାରତ ନିର୍ମିତ ସାମଗ୍ରୀଗୁଡ଼ିକର ପ୍ରଚାର ପ୍ରସାର କରାଯିବା ସହ ‘ମୋଦି ବିକାଶ ମାରାଥନ୍‌’, ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା, ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନାଚକ୍ର, ରକ୍ତଦାନ ଏବଂ ଚିକିତ୍ସା ଶିବିର, ସ୍ବଚ୍ଛତା ଅଭିଯାନ ଆୟୋଜିତ ହେବ। ଏଥିରେ ଦଳୀୟ ସଂଗଠନ ସମେତ କେନ୍ଦ୍ର ସରକାର କିମ୍ବା ଭାଜପା କ୍ଷମତାରେ ଥିବା ରାଜ୍ୟ ସାମିଲ ହେବେ।
ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଏଭଳି କେତେକ ପଦକ୍ଷେପ ଶୁଭାରମ୍ଭ କରିବେ। ଧର୍‌ରେ ମୋଦି ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ରେ ପାଖାପାଖି ୧୦ ଲକ୍ଷ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ପଠାଇବେ। ଏଥିସହିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଉପରେ ସଚେତନତା ପାଇଁ ପ୍ରଧାନମନ୍ତ୍ରୀ ‘ସୁମନ ସାଖି ଚାଟ୍‌ବୋଟ୍‌’ ଉନ୍ମୋଚନ କରିବେ। ଉକ୍ତ ଚାଟ୍‌ବୋର୍ଟ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ଠିକ୍‌ ସମୟରେ ଠିକ୍‌ ତଥ୍ୟ ପ୍ରଦାନ କରିବା ସହ ଜରୁରୀ ସ୍ବାସ୍ଥ୍ୟସେବା ପାଇବାକୁ ସୁନିଶ୍ଚିତ କରାଇବ। ସିକଲ୍‌ ସେଲ୍‌ ଆନେମିଆ ବିରୋଧରେ ଅଭିଯାନର ଅଂଶ ସ୍ବରୂପ ମୋଦି ମଧ୍ୟପ୍ରଦେଶରେ ୧୦ ନିୟୁତତମ ସିକଲ୍‌ ସେଲ୍‌ ସ୍କ୍ରିନିଂ ଆଣ୍ଡ କାଉନ୍‌ସେଲିଂ କାର୍ଡ ପ୍ରଦାନ କରିବେ। ‘ଆଦି କର୍ମଯୋଗୀ ଅଭିଯାନ’ରେ ମୋଦି ଉକ୍ତ ରାଜ୍ୟରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବେ ଯାହା ଆଦିବାସୀ ଗୌରବ ଏବଂ ରାଷ୍ଟ୍ରଗଠନ ଭାବନାର ସଙ୍ଗମର ପ୍ରତୀକ ହେବ। ଏଥିରେ ଆଦିବାସୀ ଅଞ୍ଚଳଗୁଡ଼ିକରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ରହିବ, ଯେଉଁଥିରେ ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣ, ଦକ୍ଷତା ବିକାଶ, ଜୀବନଶୈଳୀରେ ଉନ୍ନତି, ପରିମଳ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ବିବୃତିରେ କୁହାଯାଇଛି। ଫାର୍ମରୁ ଫାଇବର, ଫାଇବରରୁ ଫ୍ୟାକ୍ଟ୍ରି, ଫ୍ୟାକ୍ଟ୍ରିରୁ ଫ୍ୟାଶନ ଏବଂ ଫ୍ୟାଶନରୁ ଫରେନ୍‌- ପ୍ରଧାନମନ୍ତ୍ରୀଙ୍କ ୫ଏଫ୍‌ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ସେ ଧର୍‌ରେ ପିଏମ୍‌ ମିତ୍ର ପାର୍କ ଉଦ୍‌ଘାଟନ କରିବେ। ୨,୧୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପରିବ୍ୟାପ୍ତ ଏହି ପାର୍କରେ ବିଶ୍ୱ ଶ୍ରେଣୀର ସୁବିଧା ଯଥା ସାଧାରଣ ଉପଶିଷ୍ଟ ଉପଚାର ପ୍ଲାଣ୍ଟ, ସୌରଶକ୍ତି ପ୍ଲାଣ୍ଟ, ଆଧୁନିକ ରାସ୍ତା ଆଦି ରହିବ, ଯାହା ଏହାକୁ ଏକ ଆଦର୍ଶ ଶିଳ୍ପାଞ୍ଚଳ ସହରରେ ପରିଣତ କରିବ। ଏହା ଉକ୍ତ ଅଞ୍ଚଳର କପାଚାଷୀଙ୍କ ଉତ୍ପାଦକୁ ଅଧିକ ମୂଲ୍ୟ ପ୍ରଦାନ କରିବା ସହ ସେମାନଙ୍କ ଆୟ ବଢ଼ାଇବ। ଟେକ୍ସଟାଇଲ୍‌ କମ୍ପାନୀଗୁଡ଼ିକ ଏଥିରେ ୨୩,୧୪୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ପାଖାପାଖି ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଓ ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥାନ୍ତି। ଗତବର୍ଷ ସେ ଓଡ଼ିଶାରେ ଥିଲେ ଓ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିସହିତ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲଞ୍ଚ୍‌ କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କ ସଂଦଦୀୟ ଆସନ ବାରାଣସୀରେ ପୌର ନିଗମ ପକ୍ଷରୁ ୧୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?