ଯୁକ୍ତ୨ ସିଟ ସଂଖ୍ୟା ବଢ଼ିବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ସିଟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଜିଲାର ଆବଶ୍ୟକତାକୁ ଦେଖି ସିଟ ବଢ଼ାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶନିବାର ସୂଚନା ଦେଇଛନ୍ତି। ବିଶେଷକରି ପ୍ରଥମ ବର୍ଷ ସିଟ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ। ବୈଠକରେ ଯୁକ୍ତ୨ ନାମଲେଖା ନେଇ ବିସ୍ତୃତ ଆଲୋଚନା ହେବା ସହ ସିଟ ସଂଖ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ସିବିଏସ୍‌ଇ ଓ ଆଇସିଏସ୍‌ଇକୁ ପଛରେ ପକାଇ ଦେଇଛି। ତେଣୁ ଯୁକ୍ତ୨ ସିଟ ସଂଖ୍ୟା ନ ବଢ଼ିଲେ ଛାତ୍ରୀଛାତ୍ର ପସନ୍ଦ ମୁତାବକ କଲେଜରେ ପଢ଼ିବାକୁ ସୁଯୋଗ ପାଇବେ ନାହିଁ।
ତେଣୁ ଏନେଇ ପଦକ୍ଷେପ ନିଆଯାଉଛି। ଯେଉଁ ଜିଲାରେ ଆବଶ୍ୟକ ପଡ଼ିବ ସେଠାରେ ସିଟ ସଂଖ୍ୟା ବଢାଯିବ। ପିଲାଙ୍କର କିଛି ଅସୁବିଧା ନ ହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ଏ ବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ କରିଥିବାରୁ ଏପରି ଚିନ୍ତା ବଢିଛି। ପାସହାର ଅଧିକ ଥିବାରୁ ସବୁ ପିଲା ଯୁକ୍ତ୨ ସିଟ ନ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତଥ୍ୟ ଅନୁସାରେ, ଚଳିତବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍‌ କରିଛନ୍ତି। ମାତ୍ର ରାଜ୍ୟର କଲେଜଗୁଡ଼ିକରେ ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ୫ଲକ୍ଷ ୯ହଜାର ସିଟ ରହିଛି। ତେଣୁ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାର ସିଟ ବଢ଼ାଇବାକୁ ଚିନ୍ତା କରୁଛନ୍ତି। ଅନ୍ୟପକ୍ଷରେ ଚଳିତବର୍ଷଠାରୁ କେବଳ ବାର୍ଷିକ ପରୀକ୍ଷା ଆଧାରରେ ମାଟ୍ରିକ ମୂଲ୍ୟାୟନ ହେବା ନେଇ ଆଲୋଚନା ହେଉଛି। ୨୦୧୯-୨୦୨୦ ଶିକ୍ଷାବର୍ଷରେ ଶେଷଥର ପାଇଁ ବାର୍ଷିକ ପରୀକ୍ଷା ଆଧାରରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇଥିଲା। ପରବର୍ତ୍ତୀ ଶିକ୍ଷାବର୍ଷଠାରୁ ମୂଲ୍ୟାୟନ ଢାଞ୍ଚା ବଦଳିବା ସହ ପାସ୍‌ହାର ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri