ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ । ଚଳିତ ଥର ଫେବୃୟାରୀ ୧୮ରୁ ମାର୍ଚ୍ଚ ୨୮ ଯାଏ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପାଖାପାଖି ୪ ଲକ୍ଷ ପିଲା ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।
ଚଳିତ ବର୍ଷ ଯୁକ୍ତ ଦୁଇ ଛାତ୍ରୀଛାତ୍ରମାନଙ୍କୁ ପ୍ରଥମ କରି ମିଳିଛି ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁବିଧା ରହିଥିଲା । ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେ କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇ ପାରିବେ ।