Categories: ଗଞ୍ଜାମ

ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ଫଳ ପ୍ରକାଶିତ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଫଳ ଘୋଷଣା କରିଛନ୍ତି ା ଚଳିତ ବର୍ଷ ପାସ୍‌ ହାର ୯୧.୭୩ ପ୍ରତିଶତ ଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କଳା, ବାଣିଜ୍ୟ, ବିଜ୍ଞାନରେ ମୋଟ ୨୦୭୦୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୮୯୯୧ ପାସ୍‌ କରିଛନ୍ତି। ସେଥିରୁ କଳାରେ ୧୪୦୭୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩୨୦୭ ଜଣ ପାସ୍‌ କରିଛନ୍ତି। ସେହିପରି ବିଜ୍ଞାନରେ ୫୫୪୧ପରୀକ୍ଷା ଦେଇଥିବା ବେଳେ ୪୮୦୨ ପାସ୍‌ କରିଛନ୍ତି। ବାଣିଜ୍ୟରେ ୧୦୮୯ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୯୮୨ ପାସ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳ ଘୋଷଣା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ, ସହକାରୀ ନିୟନ୍ତ୍ରକ ଡ. ଆର୍‌ଏନ୍‌ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।