Categories: ରାଜ୍ୟ

ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ତାରିଖ ପରିବର୍ତ୍ତନ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ଏହା ସେପ୍ଟେମ୍ବର ୧୩ରୁ ଆରମ୍ଭ ୧୬ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୧ରୁ ୧୫ ଯାଏଁ ନିର୍ଦ୍ଧାରିତ ହୋଇଥିଲା। ଯୁକ୍ତ ୩ ପ୍ରଥମ ସିଲେକ୍ସନର ଆଡମିଶନ ତାରିଖ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ୟୁଜି ଆଡମିଶନରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ରାଜ୍ୟରେ ମୋଟ ୧୦୨୨ ଡିଗ୍ରୀ କଲେଜ ରହିଥିବା ବେଳେ ଚଳିତବର୍ଷ ଶୁକ୍ରବାର ସୁଦ୍ଧା ୨ ଲକ୍ଷ ୪୫ ହଜାର ୯୬୮ ଜଣ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବା ସହ ସେପ୍ଟେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ସେପ୍ଟେମ୍ବର ୨୧ରେ ୨ୟ ପର୍ଯ୍ୟାୟ ମେଧାତାଲିକା ଏବଂ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।