ଯୁକ୍ତ୨ ଇନ୍‌ଷ୍ଟାଣ୍ଟ, ଅପ୍ସନାଲ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, ୧୪।୧(ବ୍ୟୁରୋ): ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କଳାରେ ପାସ୍‌ହାର ୮୦.୮୪% ଥିବାବେଳେ ବିଜ୍ଞାନରେ ୬୨%, ବାଣିଜ୍ୟରେ ୫୭.୫୫% ଓ ଧନ୍ଦାମୂଳକ ଶିକ୍ଷାରେ ୫୨% ରହିଛି। କଳାରେ ପ୍ରଥମ ଶ୍ରେଣୀରେ ୨୯ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୪ଜଣ ଦ୍ୱିତୀୟ ଓ ୧୯୪ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୭୧ଜଣ, ଦ୍ୱିତୀୟ ଶ୍ରେଣୀରେ ୨୮୭ ଓ ତୃତୀୟ ଶ୍ରେଣୀରେ ୧୬୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୧୦ଜଣ, ଦ୍ୱିତୀୟରେ ୨୫ ଓ ତୃତୀୟ ଶ୍ରେଣୀରେ ୪୫ ପାସ୍‌ ହୋଇଛନ୍ତି। ସେହିପରି ଯୁକ୍ତ୨ ଅପ୍ସନାଲ ପରୀକ୍ଷାର କଳାରେ ପାସ୍‌ହାର ୫୪.୫୪% ରହିଥିବାବେଳେ ବିଜ୍ଞାନରେ ୮୬.୬୬% ଓ ଧନ୍ଦାମୂଳକରେ ୬୬.୬୭% ରହିଛି।