ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ଥିଲେ ନିଜ ପରିବାରର ଏହି ସଦସ୍ୟ

ବ୍ରହ୍ମପୁର,୨୩।୪ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାର ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ସୁଧିରଙ୍କ ନିଜ ପୁତୁରା ଓ ଝିଆରୀ ରହିଛନ୍ତି । ଅଭିଯୁକ୍ତମାନେ ହେଲେ ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର, ତାଙ୍କ ଭଉଣୀ ନିବେଦିତା ପାତ୍ର, ନିବେଦିତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ହିଞ୍ଜିଳି ଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ ପଳେଇ। ଏହି ମାମଲାରେ ଏକାଧିକ ଅଭିଯୁକ୍ତ ଫେରାର୍‌ ରହିଥିବା ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ଖବରଦାତା ସମ୍ମିଳନୀରର ସୂଚନା ଦେଇଛନ୍ତି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି। ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

Odisha’s No.1 Odia Daily

Share