ବାଲିଯାତ୍ରା ଲାଗି ଆରମ୍ଭ ହେଲା ପ୍ଲଟ୍‌ ବୁକିଂ

କଟକ ଅଫିସ, ୮ା୧୦: ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ବୁକିଂ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଲାଗି ଏକ ହଜାର ବର୍ଗ ଫୁଟ ଯାଏ ବ୍ୟବସାୟୀମାନେ ପ୍ଲଟ୍‌ ବୁକିଂ କରି ପାରିବେ। ଗୋଟିଏ ପ୍ଲଟ୍‌କୁ ପଞ୍ଜିକରଣ କରିବାକୁ ହେଲେ ବ୍ୟବସାୟୀଙ୍କୁ ୫ହଜାର ଟଙ୍କା ଦେବାକୁ ହେବ। ଏହି ବୁକିଂ ୧୫ ତାରିଖ ଯାଏ ଚାଲିବ। ତେବେ ଅକ୍ସନକୁ ବ୍ୟବସାୟୀମାନେ ଆରମ୍ଭରୁ ବିରୋଧ କରିବା ସହ ନିୟମର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି।