ମହାସମାଧି ଦିବସର ପ୍ରତିଶ୍ରୁତି

ବିମଳ ପ୍ରସନ୍ନ ଦାସ

ଡିସେମ୍ବର ୯, ୧୯୫୦ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ମହାସମାଧି ଦିବସ। ଯଦିଓ ଡିସେମ୍ବର ୫ ରେ ଦେହତ୍ୟାଗ କଲେ, ସେ ମହାନ୍‌ ଆମତ୍ାଙ୍କର ମହାସମାଧି ୯ ତାରିଖରେ ଅର୍ଥାତ୍‌ ଦେହାବସାନର ୫ମ ଦିବସରେ ଅନୁଷ୍ଠିତ ହେଲା। ସେଦିନ ଦିବ୍ୟ ଜନନୀ ଶ୍ରୀମା ଯେଉଁ ଅନୁପମ ବାର୍ତ୍ତା ଦେଇଥିଲେ ତାହା ସମଗ୍ର ମାନବ ଜାତି ପାଇଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତା’ ହେଉଛି ”ତୁମେ ଯେ କି ଭଗବାନଙ୍କ ଭୌତିକ ଆଚରଣ ଥିଲ, ତୁମ ଚରଣରେ ଆମେମାନେ ଅପାର କୃତଜ୍ଞତା ନିବେଦନ କରୁଛୁ। ତୁମେ ଯେ କି ଆମମାନଙ୍କ ପାଇଁ ଏତେ କିଛି କରିଛ, ଏତେ କଷ୍ଟ ସହିଛ, ଏତେ ଆଶା କରିଛ, ଏତେ ସହ୍ୟ କରିଛ, ତୁମେ ଯେ କି ଆମମାନଙ୍କ ନିମିତ୍ତ ସବୁକିଛି ସଂକଳ୍ପ କରିଛ, ପ୍ରସ୍ତୁତ କରିଛ, ତୁମ ସମ୍ମୁଖରେ ଆମେମାନେ ଏହି ପ୍ରାର୍ଥନା କରୁଛୁ ଯେ ଏକ ମୁହୂର୍ତ୍ତ ନିମିତ୍ତ ଯେପରି ଆମେମାନେ କେବେ ଭୁଲି ନ ଯାଉ ଯେ ତୁମ ପାଖରେ ଆମ୍ଭେମାନେ ସବୁକିଛି ନିମିତ୍ତ କେତେ ଋଣୀ।“
ମରଣ ମୁଖ୍ୟ ମଣିଷକୁ ଅମରତ୍ୱର ସନ୍ଦେଶ ଦେବାପାଇଁ ଶ୍ରୀଅରବିନ୍ଦ ଅଭିପ୍ରେତ। ଧୂଳିମାଟିର ଧରିତ୍ରୀରେ ଅନାସ୍ବାଦିତ ଅମୃତର ଜାହ୍ନବୀ ଧାରା ସେ ସାରିତ କରିଯାଇଛନ୍ତି। ଶ୍ରୀମା’ଙ୍କ ଶାଶ୍ୱତ ବାର୍ତ୍ତାର ପ୍ରଚାର, ପ୍ରସାର ଓ ପ୍ରତ୍ୟୟ ଉଦ୍ଦେଶ୍ୟରେ ଗାଁ ଗହଳିରୁ ସହର ପର୍ଯ୍ୟନ୍ତ- ଏପରି କି ଆଦିବାସୀ ଅଞ୍ଚଳରେ ପାଠଚକ୍ର ପ୍ରତିଷ୍ଠା ହୋଇଅଛି। ସମୁଦାୟ ୧୬,୩୮୧ ଶ୍ରୀଅରବିନ୍ଦ ପାଠଚକ୍ର ଏ ଦିଗରେ କାର୍ଯ୍ୟକରୁଛି। ସେଥିରେ ରହିଛି ଶ୍ରୀଅରବିନ୍ଦ ସ୍ବତନ୍ତ୍ର ମହିଳା ପାଠଚକ୍ର ୨୧୯୬ ଓ ଶ୍ରୀଅରବିନ୍ଦ ଛାତ୍ର ସମାଜ ୧୦୧୩, ୬୧୪ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର। ୭୩ଟି ସ୍ଥାନରେ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ସ୍ଥାପିତ ହୋଇଛି। ବିଶେଷତଃ ପାଠଚକ୍ରଗୁଡ଼ିକ ଯଥାର୍ଥରେ ପୂର୍ଣ୍ଣଯୋଗ ସାଧନାର ବଳିଷ୍ଠ ମାଧ୍ୟମ ଓ ସୁଦୃଢ ଭିତ୍ତିଭୂମି। ଅତିମାନସ ଜୀବନର ଜନ୍ମବେଦୀ ଓ ଅନ୍ତୁଡ଼ିଶାଳ।
ଶ୍ରୀଅରବିନ୍ଦ ସଂସ୍କୃତି ସଂସଦ ଟ୍ରଷ୍ଟ ଆନୁକୂଲ୍ୟରେ ମାତୃବିହାର ଖଣ୍ଡଗିରି ପରିସରରେ ଏହି ମହାସମାଧି ଦିବସ ଡିସେମ୍ବର ୯ ତାରିଖଠାରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନ ରାଜ୍ୟସ୍ତରୀୟ ପାଠଚକ୍ର ସମ୍ମିଳନୀ ୧୯୯୪ମସିହାରୁ ବାବାଜୀ ମହାରାଜ ଶ୍ରୀରାମକୃଷ୍ଣ ଦାସଙ୍କ ପ୍ରେରଣାରେ ଅନୁଷ୍ଠିତ ହୋଇଆସୁଛି। ଅନୁରୂପ ଭାବରେ କଟକ ମାତୃଭବନରେ ଏପ୍ରିଲ ମାସ ୪ ରୁ ୭ ପର୍ଯ୍ୟନ୍ତ ଶତ ୪୯ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ଏବଂ ନିଖିଳ ଉକତ୍ଳ ମହିଳା ପାଠଚକ୍ର ସମ୍ମିଳନୀ ପ୍ରତିବର୍ଷ ବିଭିନ୍ନ ଜିଲା ମହକୁମାରେ ଗତ ୩୭ ବର୍ଷଧରି ଜାନୁୟାରୀ ୨୪ ତାରିଖରୁ ୨୭ ତାରିଖ ଯାଏ ତିନିଦିନ ସଙ୍ଗଠିତ ହେଉଛି।
୧୯୧୦ ଏପ୍ରିଲ ୪ ରେ ଏକଦା ଋଷି ଅଗସ୍ତ୍ୟଙ୍କ ତପୋକ୍ଷେତ୍ର ପଣ୍ଡିଚେରୀରେ କାରାମୁକ୍ତି ପରେ ଶ୍ରୀଅରବିନ୍ଦ ପଦାର୍ପଣ କଲେ। ଆରମ୍ଭ ହେଲା ମାନବ ଜାତିର ଇତିହାସରେ ଏକ କ୍ରାନ୍ତିକାରୀ ଆଧ୍ୟାମତ୍ିକ ଯୋଗ ସାଧନାର ନୂତନ ଅଧ୍ୟାୟ। ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ସମଗ୍ର ଜୀବନ ହିଁ ଯୋଗ ଓ ସମଗ୍ର ଜୀବନ ମଧ୍ୟ ଶିକ୍ଷା। ଯୋଗ ଓ ଶିକ୍ଷା ତାଙ୍କ ଦିବ୍ୟ ଦୃଷ୍ଟିରେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଯୋଗ ହିଁ ଭାରତୀୟ ଜୀବନ ଚର୍ଯ୍ୟା, ଜୀବନ ବୋଧ, ଜୀବନଚେତନା, ଜୀବନ ଧାରାର ଭିତ୍ତିଭୂମି ଏବଂ ପ୍ରାଣକେନ୍ଦ୍ର। ଯୋଗର ସାଧାରଣ ଅର୍ଥ ମିଳନ। ଶରୀର ସହିତ ମନର, ମନ ସହିତ ପ୍ରାଣର ଏବଂ ଶରୀର, ପ୍ରାଣ, ମନ ସହିତ ଆମତ୍ାର ଏବଂ ସର୍ବୋପରି ଆମତ୍ା ସହିତ ପରମାମତ୍ାଙ୍କ ମିଳନ ହିଁ ଯୋଗର ଆଭିମୁଖ୍ୟ। ଏହି ଲକ୍ଷ୍ୟ ନେଇ ଯୋଗ ଭାରତୀୟ ଜୀବନ ଧାରାକୁ ଆଲୋକିତ ଓ ଅନୁପ୍ରେରିତ କରି ଆସିଛି। ଜୀବନର ରଣାଙ୍ଗନରେ ଯୋଗ ହିଁ ଅଜେୟ ଆୟୁଧ ଭାବରେ ସ୍ବୀକୃତ ହୋଇଛି। ଏହାର ଅମ୍ଲାନ ଆଲୋଚ୍ୟ ବିଶ୍ୱର ମହାକାବ୍ୟ ମହାଭାରତ। ଜୀବନର ଅର୍ଥ ଓ ଆବେଦନ ବୁଝିବା ପାଇଁ ତୃତୀୟ ପାଣ୍ଡବ ମହାବୀର ଅର୍ଜୁନଙ୍କୁ ମହାସମର କୁରୁକ୍ଷେତ୍ରରେ ଯୋଗାରୂଢ଼ ହେବାକୁ ହୋଇଛି। ସ୍ବୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ ମଧ୍ୟ ଯୋଗାରୂଢ ହୋଇଛନ୍ତି। ଭୟଙ୍କର ରଣାଙ୍ଗନରେ ଯୋଗର ଅବବୋଧର ଅବତାରଣା ଅନିବାର୍ଯ୍ୟ ହୋଇଛି। ସାଧାରଣ ଜୀବନଧାରା ଏହି ଯୋଗର ଭିତ୍ତିଭୂମି ଉପରେ ଅବଧାରିତ ହୋଇଛି। ସେହି ଯୋଗଶକ୍ତି ବଳରେ ବିଶ୍ୱର ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ନିଜର ସସୀମତାକୁ ଦେଖିବା ସଙ୍ଗେ ସଙ୍ଗେ ସୃଷ୍ଟି ତଥା ସ୍ରଷ୍ଟାଙ୍କର ଅସୀମତାକୁ ସ୍ପର୍ଶ କରିବା ପାଇଁ ସମର୍ଥ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ, ଧୂଳିକଣାରେ ଯଦି ପୃଥିବୀକୁ ପ୍ରତ୍ୟକ୍ଷ କରିହୁଅନ୍ତା, ବଣଫୁଲଟି ଭିତରେ ସ୍ବର୍ଗର ସୁଷମାକୁ ଦେଖି ହୁଅନ୍ତା, ଅସୀମକୁ ହାତମୁଠାରେ ଧରି ହୁଅନ୍ତା ଏବଂ ଗୋଟିଏ ମୁହୂର୍ତ୍ତ ମାଧ୍ୟମରେ ଶାଶ୍ୱତଙ୍କୁ ଉପଲବ୍‌ଧି କରି ହୁଅନ୍ତା, ତାହାହେଲେ ମହାଯୋଗୀ ଶ୍ରୀଅରବିନ୍ଦଙ୍କୁ ଭାଷାରେ ବର୍ଣ୍ଣନା କରି ହୁଅନ୍ତା। ବିଶ୍ୱଭଳି ସେ ବିଶାଳ। ସୀମାହୀନ ତାଙ୍କର ଦୃଷ୍ଟି ଓ ଦର୍ଶନ, ଏକ ଯୁଗାନ୍ତକାରୀ ଚେତନା – ଏକ କ୍ରାନ୍ତିର ଦିଗନ୍ତ। ସ୍ଥାନ, କାଳ, ପାତ୍ରର ସେ ଅଧୀନ ନୁହନ୍ତି। ଏକାଧାରରେ ସେ ବିଶ୍ୱଗତ ଓ ବିଶ୍ୱାତୀତ। ଯୁଗ ଯୁଗ ଧରି ବିଶ୍ୱାସ ଓ ବାସ୍ତବତା, ଈଶ୍ୱର ଓ ସଂସାର ଭିତରେ ଯେଉଁ ଦ୍ୱନ୍ଦ୍ୱ ଓ ସଂଘାତ ରହିଛି ସେ ତା’ର ଜଣେ ସାର୍ଥକ ସଂଯୋଜକ। ଉଭୟର ଅଭୂତପୂର୍ବ ସମନ୍ବୟରେ ରହିଛି ତାଙ୍କ କାଳଜୟୀ କୃତି ‘ଦିବ୍ୟ ଜୀବନ’ ଗ୍ରନ୍ଥ ଏବଂ ପ୍ରେମ ଓ ମୃତ୍ୟୁର ମହାକାବ୍ୟ ‘ସାବିତ୍ରୀ’। ସେହିପରି ତାଙ୍କ ରଚନା ମଧ୍ୟରେ ‘ଯୋଗ ସମନ୍ବୟ’ (ସିନ୍‌ଥେସିସ ଅଫ ଯୋଗ), ମାନବ ଯୁଗଚକ୍ର (ହ୍ୟୁମାନ ସାଇକ୍ଲ), ଭାରତୀୟ ସଂସ୍କୃତିର ମୂଳାଧାର, (ଫାଉଣ୍ଡେସନ ଅଫ ଇଣ୍ଡିଆନ କଲ୍ଚର), ବେଦ, ଉପନିଷଦ, ଗୀତା ନିବନ୍ଧମାଳା (ଏସେଜ ଅନ ଗୀତା) ସ୍ବତନ୍ତ୍ର ଆସନ ଦାବି କରେ। ସେ ବାସ୍ତବତଃ ଏକ ବ୍ୟାଖ୍ୟାତୀତ ବିସ୍ମୟ। ବିଶ୍ୱକବିଙ୍କ ଭାଷାରେ ”ଭାରତ ଆମତ୍ାର ବାଣୀ ମୂର୍ତ୍ତି ତୁମେ“।
ଶ୍ରୀଅରବିନ୍ଦ ବ୍ରହ୍ମ, ଜୀବନ ଓ ଜଗତ ସବୁକୁ ସତ୍ୟର ସ୍ବରୂପ ଭାବରେ ପ୍ରତିଷ୍ଠିତ କରିଛନ୍ତି। କାରଣ ଜୀବନ ଓ ଜଗତର ସୃଷ୍ଟି ଆନନ୍ଦରୁ ଏବଂ ଆନନ୍ଦମୟତା ଭିତରେ ହିଁ ତା’ର ବିବର୍ତ୍ତନଶୀଳ ବିକାଶ। ତାଙ୍କ ଦିବ୍ୟ ଦୃଷ୍ଟିରେ ମଣିଷ ଏକ ଅବଗୁଣ୍ଠିତ ଦେବତା। ତେଣୁ ରୂପାନ୍ତରିତ ମଣିଷ ଜାତିର ଅଭ୍ୟୁଦୟ ବିବର୍ତ୍ତନର ଅନ୍ତିମ ଲକ୍ଷ୍ୟ। ଏ ପୃଥିବୀ ଦିନେ ଦେବମାନବ ଦ୍ୱାରା ଅଧ୍ୟୁଷିତ ହେବ। ଏହା ତାଙ୍କର ନିଶ୍ଚିତ ପ୍ରତିଶ୍ରୁତି। ଏତିକି ଆଜିର ବସ୍ତୁବାଦୀ ଜଗତ ଓ ଭୋଗବାଦୀ ମଣିଷଙ୍କୁ ଅମୃତାୟିତ କରୁ। ଏହା ହିଁ ପବିତ୍ର ମହାସମାଧି ଦିବସରେ ପ୍ରାର୍ଥନା।
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri