ଆଜି ୧୫ ମିନିଟ୍‌ ବିଦ୍ୟୁତ୍‌ ନ ଜାଳିବାକୁ ନିବେଦନ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଗୁରୁବାର ସା ୬ଟାରୁ ୬ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ବିଜୁଳି ନ ଜାଳିବାକୁ ଲୋକଙ୍କୁ ନିବେଦନ କରାଯାଇଛି। କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ, ଜୀବିକା ବିପନ୍ନ ହୋଇପଡ଼ିଥିବାବେଳେ ସେମାନଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକୁ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟି ଟଙ୍କାର ରିହାତି ପ୍ରଦାନ କରାଯିବା ସତ୍ତ୍ୱେ ରାଜ୍ୟରେ ବିଦ୍ୟୁତ୍‌ ଶୁଳ୍କ ବଢିଛି। ତେଣୁ ଏହା ବିରୋଧରେ ୧୫ ମିନିଟ୍‌ ବିଦ୍ୟୁତ୍‌ ବନ୍ଦ ରଖିବା ଲାଗି ଡାକରା ଦିଆଯାଇଥିବାବେଳେ ବାମ ଦଳ ସମେତ କଂଗ୍ରେସ ପକ୍ଷରୁ ଏହାକୁ ସମର୍ଥନ ଦିଆଯାଇଛି। ସୂଚନାଯୋଗ୍ୟ, ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ୪ ପ୍ରତିଶତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇଛି।