Posted inଭଦ୍ରକ

ସମାଧି ଉପରେ ଖେଳପଡ଼ିଆ

ଧାମନଗର,୩୧ା୫ (ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଛତ୍ରପଦା ଶ୍ମଶାନରେ ଖେଳପଡ଼ିଆ ତିଆରି ହେଉଛି। ସମାଧି ଉପରେ ଖେଳପଡ଼ିଆର ଉନ୍ନତୀକରଣ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖାତା ନଂ. ୩୬୨ (ରକ୍ଷିତ)ରେ ପ୍ଲଟ ନଂ. ୪୧୬ ସର୍ବସାଧାରଣ ଯୋଗ୍ୟ (ଶ୍ମଶାନ)ରେ ଲାଗିଥିବା ଫଳକରୁ ଜଣାଯାଏ ଯେ, ଏହି କାର୍ଯ୍ୟ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ପଞ୍ଚାୟତ ସମିତି ପକ୍ଷରୁ ୯ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରଖାଯାଇଛି। କିନ୍ତୁ ପ୍ଲଟ ନଂ. ୨୪୧ ପତିତ କିସମ ଥାଇ ୬୧ ଡିସିମିଲ ଖେଳପଡ଼ିଆ ପାଇଁ ଉଦ୍ଦିଷ୍ଟ ଅଛି। ମାତ୍ର ପଞ୍ଚାୟତ ସମିତି ପକ୍ଷରୁ ମଶାଣିକୁ ଖେଳପଡ଼ିଆ କରାଯାଉଥିବାରୁ ଶବଦାହ କରିବାକୁ ସମସ୍ୟା ସୃଷ୍ଟି ହୋଇଛି।
ପ୍ରକାଶ ଯେ, ନିକଟରେ ଛତ୍ରପଦା ଗଁାର ଉର୍ମିଳା ନାୟକଙ୍କ ଦେହାନ୍ତ ପରେ ଅନ୍ତିମ ସଂସ୍କାର ପାଇଁ ଗଁା ମଶାଣି ନାହିଁ ଜାଣିବା ପରେ ନିଜ ଘର ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଉର୍ମିଳାଙ୍କ ଶେଷ ଇଚ୍ଛା ଥିଲା ସ୍ବାମୀଙ୍କ ସମାଧି ନିକଟରେ ତାଙ୍କର ସମାଧି ହେବ। ଏକଥା ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁଅ ଓ ନାତିଙ୍କୁ କହିଥିଲେ। କିନ୍ତୁ ତାଙ୍କର ଶେଷ ଇଚ୍ଛା କେବଳ ଇଚ୍ଛାରେ ହିଁ ରହିଗଲା। ପଞ୍ଚାୟତ ସମିତି ପକ୍ଷରୁ ବହୁ ବର୍ଷର ଶହ ଶହ ସମାଧି ଭାଙ୍ଗି ଡ୍ରୋଜ଼ର ଓ ଟ୍ରାକ୍ଟର ସାହାଯ୍ୟରେ ଠିକାଦାରଙ୍କ ଦ୍ୱାରା ମାଟି ପକାଯାଇ ଖେଳପଡ଼ିଆ ଉନ୍ନତୀକରଣ କାମ କରାଯାଉଛି। କିଛିଦିନ ତଳେ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଓ ସ୍ଥାନୀୟ ସମିତିସଭ୍ୟ ସୂର୍ଯ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଶ୍ମଶାନରେ ଖେଳପଡ଼ିଆ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶ୍ମଶାନ ଯଦି ଖେଳପଡ଼ିଆ ହେବ ତେବେ ଶବଦାହ କେଉଁଠି ହେବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗା ମୁର୍ମୁ କହିଛନ୍ତି, କାର୍ଯ୍ୟ ହେଉଥିବା ସ୍ଥାନଟି କେଉଁ କିସମର ଜଣାନାହିଁ। ତହସିଲଦାରଙ୍କ ନିର୍ଦ୍ଦେଶ ଆସିଲେ ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri