ଆଜି ବାରବାଟୀରେ ପ୍ରାକ୍ଟିସ୍‌ କରିବେ ଖେଳାଳି

କଟକ ଅଫିସ,୧୧।୬: ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଶନିବାର ଉଭୟ ଦଳ ବାରବାଟୀ ଯାଇ ନେଟ ପ୍ରାକ୍ଟିସ୍‌ କରିବେ। ଦିନ ୧ଟାରୁ ଅପରାହ୍ନ ୪ଟା ଯାଏ ଦକ୍ଷିଣ-ଆଫ୍ରିକା ଦଳ ଅଭ୍ୟାସ କରିବେ। ପରେ ୫ଟାରୁ ୮ଟା ଯାଏ ଭାରତୀୟ ଦଳ ଅଭ୍ୟାସ କରିବେ। ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ମେ ଫେୟାର ହୋଟେଲରୁ ବାରବାଟୀ ପଡ଼ିଆ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।