ପ୍ଲାଷ୍ଟିକ ପ୍ରଦୂଷଣ ଓ ବୈଶ୍ୱିକ ବୁଝାମଣା

ପ୍ଲାଷ୍ଟିକ୍‌ ପ୍ରଦୂଷଣ ରୋକିବା ପାଇଁ ନଭେମ୍ବର ଶେଷାର୍ଦ୍ଧରେ ପ୍ରଥମ ଥର ଲାଗି ଜାତିସଂଘର ଇଣ୍ଟରଗଭର୍ନମେଣ୍ଟାଲ ନେଗୋସିଏଟିଂ କମିଟି (ଆଇଏନ୍‌ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିିକ୍‌ ପ୍ରଦୂଷଣ ହ୍ରାସ କରିବା ଉପରେ ଏକ ବୈଧ ତଥା ବାଧ୍ୟତାମୂଳକ ବୈଶ୍ୱିକ ବୁଝାମଣାର ସ୍ପଷ୍ଟ ଲକ୍ଷ୍ୟ ନେଇ ଜାତିସଂଘ ଏନ୍‌ଭାଇରନମେଣ୍ଟ ଆସେମ୍ବ୍ଲି ଆଇଏନ୍‌ସି ଗଠନ କରିଥିଲା। ବାସ୍ତବତା ଏହା ଯେ, ଶେଷରେ ଏହି ବୈଠକରେ ଏକାଠି ହୋଇଥିବା ବିଭିନ୍ନ ଦେଶର ପ୍ରତିନିଧି ଏବଂ ପର୍ଯ୍ୟବେକ୍ଷକମାନଙ୍କର ପ୍ଲାଷ୍ଟିକ ପ୍ରଦୂଷଣ ସମ୍ପର୍କିତ ଆଲୋଚନା ସ୍ବାଗତଯୋଗ୍ୟ। କିନ୍ତୁ ବୈଠକର ପରିଣାମ କେବଳ ସମସ୍ୟା ସମାଧାନ କରିବାର ସୁଯୋଗ କିମ୍ବା ଦକ୍ଷତା ପ୍ରତିପାଦନର ଅୟମାରମ୍ଭ ବୋଲି କୁହାଯାଇପାରେ । ମନେରଖିବାକୁ ହେବ, ପ୍ଲାଷ୍ଟିକ୍‌ ପ୍ରଦୂଷଣ ମାନବ ସ୍ବାସ୍ଥ୍ୟ ଏବଂ ପରିବେଶ ପ୍ରତି ବିପଦ। ପ୍ଲାଷ୍ଟିକ୍‌ ତିଆରି ହେବାଠାରୁ ଆରମ୍ଭ କରି ଏହାର ସମ୍ପୂର୍ଣ୍ଣ ଲାଇଫ୍‌ସାଇକେଲ ମଧ୍ୟରେ ଏପରିକି ବାହାରେ ପିଙ୍ଗିଦିଆଯିବା ପର୍ଯ୍ୟନ୍ତ ଏହା ପରିବେଶର କ୍ଷତିକରିଚାଲିଥାଏ। ପ୍ଲାଷ୍ଟିକ୍‌ରେ ୧୦,୦୦୦ କେମିକାଲ ବା ରାସାୟନିକ ପଦାର୍ଥ ରହିଛି । ଏହାର ଏକ ଚତୁର୍ଥାଂଶ ବିଷାକ୍ତ କେମିକାଲ ମଣିଷ ଓ ପ୍ରାଣୀମାନଙ୍କ ପ୍ରତି ହାନିିକାରକ। କେଉଁ ପ୍ଲାଷ୍ଟିକ୍‌ରେ ଓ ଏହାଦ୍ୱାରା ନିର୍ମିତ ଜିନିଷରେ କେଉଁ ପ୍ରକାର କେମିକାଲ ଅଛି ତାହା କମ୍ପାନୀଗୁଡ଼ିକୁ ଅବଗତ କରାଇବା ଜରୁରୀ। କିନ୍ତୁ ବିଶ୍ୱ ସ୍ତରରେ ଏହା କରାଯାଉନାହିଁ। ଆମ ଜୀବନରେ ପ୍ଲାଷ୍ଟିକ୍‌ ସମ୍ପର୍କରେ ଆମେ ଯାହା କିଛି ଜାଣୁ ତାହା ଉପତ୍ାଦକଙ୍କ ବ୍ୟକ୍ତଗତ ଇଚ୍ଛାଶକ୍ତି ଓ ଜାତୀୟ ନିୟମଗୁଡ଼ିକ ଦ୍ୱାରା ସମ୍ଭବ ହୋଇଛି। ଫଳସ୍ବରୂପ ଆମେ ସମ୍ପୂର୍ଣ୍ଣ ସମସ୍ୟା ସମ୍ପର୍କରେ ଅଜ୍ଞ ରହିଛୁ। ବୃତ୍ତିଗତ କ୍ଷେତ୍ରରେ ବିପଦକୁ ସାମ୍ନା କରୁଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ସୁସ୍ଥ ଜାବନ ଚାହଁୁଥିବା ଅଭିଭାବକମାନଙ୍କ ପାଖରେ ପ୍ଲାଷ୍ଟିକ୍‌ର ସମସ୍ତ କ୍ଷତିକାରକ ତତ୍ତ୍ୱର ତଥ୍ୟ ରହିବା ଉଚିତ, କିନ୍ତୁ ଏହା ସେମାନେ ପାଇପାରୁନାହାନ୍ତି।
ପ୍ଲାଷ୍ଟିିକ୍‌ ସମସ୍ତଙ୍କୁ ସମାନ ଭାବେ ପ୍ରଭାବିତ କରି ନ ଥାଏ। ବିଶେଷକରି ଗରିବ ପରିବାର, ଆଦିବାସୀ ସମୁଦାୟ ଏବଂ ଅଣଶ୍ୱେତାଙ୍ଗମାନେ ବିପଦରେ ରହିଛନ୍ତି। ଉଦାହରଣ ସ୍ବରୂପ, ବିପଦରେ ଥିବା ଏବଂ ଅନଗ୍ରସର ଲୋକେ ପେଟ୍ରୋକେମିକାଲ ଉପତ୍ାଦନ କମ୍ପାନୀ ଏବଂ ବିଶୋଧନାଗାରଗୁଡ଼ିକ ନିକଟରେ ବାସ କରନ୍ତି କିମ୍ବା କାମ କରିଥାନ୍ତି। ପ୍ଲାଷ୍ଟିକ୍‌ ଉପତ୍ାଦନରେ ବ୍ୟବହୃତ ବିଷାକ୍ତ କେମିକାଲଗୁଡ଼ିକ ଦ୍ୱାରା ପ୍ରଦୂଷିତ ସେଠାକାର ପାଣି, ପବନ ଓ ମାଟି ସଂସ୍ପର୍ଶରେ ସେମାନେ ଆସିଥାନ୍ତି। ଅନେକାଂଶରେ ପ୍ଲାଷ୍ଟିକ୍‌ ଉପତ୍ାଦଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକରେ ପ୍ରସ୍ତୁତ କରାଯାଇ ବିକଶିତ ଦେଶଗୁଡ଼ିକୁ ପଠାଯାଇଥାଏ। ପରେ ପୁନର୍ବାର ସେଗୁଡ଼ିକ ବର୍ଜ୍ୟ ଆକାରରେ ବିକଶିତ ଦେଶଗୁଡ଼ିକୁ ପୁଣି ଫେରି ଆସେ। ପ୍ରଦୂଷଣ ତଥା ମାନବ ସମୁଦାୟ ପ୍ରତି ବିପଦ ସୃଷ୍ଟି କରୁଥିବା ବର୍ଜ୍ୟ ପ୍ଲାଷ୍ଟିିକ୍‌ ଲାଇଫ୍‌ସାଇକେଲର ଶେଷ ସ୍ତର ନୁହେଁ, ବରଂ ପ୍ଲାଷ୍ଟିକ ଉପତ୍ାଦନ ପ୍ରକ୍ରିୟା ମଧ୍ୟ କ୍ଷତିକାରକ। ତେବେ ପ୍ଲାଷ୍ଟିକ ପ୍ରଦୂଷଣ ଅସମାନତା ଦେଶ ମଧ୍ୟରେ ଏବଂ ଦେଶ ଦେଶ ଭିତରେ ରହିଥିବା ଲକ୍ଷ୍ୟ କରାଯାଏ।
ଟେକ୍ସଟାଇଲ ସେକ୍ଟର କଥା ବିଚାରକୁ ନିଆଯାଉ। ଏଠାରେ ଶ୍ରମିକମାନେ ପ୍ଲାଷ୍ଟିିକ୍‌ରୁ ପ୍ରସ୍ତୁତ ସିନ୍ଥେଟିକ ସୂତାରେ ଲୁଗା କିମ୍ବା କନା ପ୍ରସ୍ତୁତ କରିଥାନ୍ତି। ଶାର୍ଟ ଓ ସ୍କଟ ତିଆରି କରିବାରେ ନିଯୁକ୍ତ ଅତ୍ୟଧିକ ଲୋକ ବ୍ୟବହାର କରୁଥିବା ସିନ୍ଥେଟିକର ବିଷାକ୍ତ କେମିକାଲ ସମ୍ପର୍କରେ ଜାଣି ନ ଥାନ୍ତି। ବାସ୍ତବରେ ସେମାନେ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ବିପଦ ସମ୍ପର୍କରେ ବୁଝିବା ଦରକାର। ହେଲେ ସେମାନଙ୍କ ପାଖରେ ଏ ବିଷୟରେ ସମସ୍ତ ତଥ୍ୟ ନାହିଁ। ଅର୍ଥାତ୍‌ ସେମାନଙ୍କୁ ଏହା ଅବଗତ କରାଯାଉନାହିଁ। ଏ କ୍ଷେତ୍ରରେ ମଧ୍ୟ ଲିଙ୍ଗଗତ ପ୍ରଭେଦକୁ ବିଚାରକୁ ନେଲେ ଜଣାପଡ଼େ ଯେ, ବିକାଶଶୀଳ ଦେଶଗୁଡ଼ିକର ଟେକ୍ସଟାଇଲ ସେକ୍ଟରରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା କାର୍ଯ୍ୟ କରୁଛନ୍ତି। ଅନୁଚିତ ଓ ଅସମାନ ଭାବେ ଲୋକେ ପ୍ଲାଷ୍ଟିକ୍‌ ଦ୍ୱାରା ପ୍ରଭାବିତ ହେଉଥିବାବେଳେ ଏହାର କ୍ଷତିକାରକ ଦିଗକୁ ଗୁରୁତ୍ୱର ସହ କେହି ବିଚାର କରୁନାହାନ୍ତି କି ଏହାକୁ ଏକ ଯନ୍ତ୍ରଣା ଭାବେ ବିଚାର କରୁନାହାନ୍ତି। ପ୍ଲାଷ୍ଟିକ୍‌ ପ୍ରଦୂଷଣ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସୀମିତ ରହିନାହିଁ, ଏହାର ପ୍ରଭାବ ବ୍ୟାପକ। ମହିଳାମାନେ ବ୍ୟବହାର କରୁଥିବା ପ୍ୟାଡ୍‌ରେ ବି କେମିକାଲଯୁକ୍ତ ପ୍ଲାଷ୍ଟିକ୍‌ ଅଛି; ଯାହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସିଧାସଳଖ ଭାବେ ବିପଦ ସୃଷ୍ଟି କରୁଛି। ଧନୀ ଦେଶଗୁଡ଼ିକ ସମେତ ବିଶ୍ୱର ସବୁଆଡେ ପିଲାମାନେ ବ୍ୟବହାର କରୁଥିବା ଶସ୍ତା ପ୍ଲାଷ୍ଟିକ୍‌ ଖେଳନାରେ ମଧ୍ୟ ବହୁ ଅଜଣା କେମିକାଲ ରହିଛି।
ପ୍ରଥମ ଆଇଏନ୍‌ସି ବୈଠକରେ ପ୍ରତିନିଧିମାନେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦ୍ଧତି ଓ ପ୍ରକ୍ରିୟା ଗ୍ରହଣ କରିବାରେ ସକ୍ଷମ ହେଲେ ନାହିଁ। ଫଳରେ ବାସ୍ତବତା ଆଧାରରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ବା ଚୁକ୍ତି ଯେ ପର୍ଯ୍ୟନ୍ତ ସେମାନେ ନ କରିଛନ୍ତି ସେ ଯାଏ ପ୍ରଦୂଷଣ ରୋକିବାରେ ବିଳମ୍ବ ହେବ । ତେବେ ପ୍ରଥମ ବୈଠକରେ ସାମାନ୍ୟ ସଫଳତା ମିଳିଥିଲା। ଏଥିରେ ଉପସ୍ଥିତ ପର୍ଯ୍ୟବେକ୍ଷକମାନେ ଅନୌପଚାରିକ ଆଲୋଚନା ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଫଳରେ ଉକ୍ତ ଆଲୋଚନା ପ୍ରତିନିଧିମାନଙ୍କୁ ପ୍ଲାଷ୍ଟିକ୍‌, କେମିକାଲ ଏବଂ ସ୍ବାସ୍ଥ୍ୟ ମଧ୍ୟରେ ରହିଥିବା ସମ୍ପର୍କକୁ ଭଲ ଭାବେ ହୃଦୟଙ୍ଗମ କରିବା ଲାଗି ସାହାଯ୍ୟ କରିପାରିଥିଲା; ଯାହା କେତେଜଣ ପ୍ରତିନିଧିଙ୍କ ବକ୍ତବ୍ୟରେ ପ୍ରତିଫଳିତ ହୋଇଥିଲା। ଉକ୍ତ ଆଲୋଚନା ପ୍ଲାଷ୍ଟିକ୍‌ରେ ଥିବା କେମିକାଲଗୁଡ଼ିକ ଉପରେ ସ୍ପଷ୍ଟ ତଥ୍ୟର ଆବଶ୍ୟକତାକୁ ପ୍ରକାଶ କରିଥିଲା। ତେବେ ଏହା ସ୍ପଷ୍ଟ ଯେ, ପ୍ଲାଷ୍ଟିିକ୍‌ ପ୍ରଦୂଷଣ ରୋକିବା ଲାଗି ଅନେକ କିଛି କରିବାକୁ ଥିବାବେଳେ ବୈଠକରେ ଯାହା କରାଗଲା ତାହା ପର୍ଯ୍ୟାପ୍ତ ନୁହେଁ।
ମେ ୨୦୨୩ରେ ପୁନର୍ବାର ପ୍ରତିନିଧିମାନଙ୍କ ପାଇଁ ଏକ ସୁଯୋଗ ଜୁଟିବ। ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧିମାନେ ପ୍ୟାରିସ୍‌ରେ ଆୟୋଜିତ ଆଇଏନ୍‌ସିର ଦ୍ୱିତୀୟ ବୈଠକରେ ଏକାଠି ହେବେ। ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ନେଇ ଏକ ବୈଧ ତଥା ବାଧ୍ୟତାମୂଳକ ବୁଝାମଣା ଦିଗରେ ସେମାନଙ୍କୁୁ ପୁଣି କାର୍ଯ୍ୟ କରିବାକୁ ହେବ। ଚଳିତ ବର୍ଷ ନଭେମ୍ବର ବୈଠକରେ ପ୍ରତିନିଧିମାନେ ଯେମିତି କିଛି ନୂଆ ବିଚାର ଯୋଡ଼ିପାରିିଲେ ନାହିଁ ପ୍ୟାରିସରେ ସେମିତି କରିବା ଠିକ୍‌ ହେବନାହିଁ। ପ୍ଲାଷ୍ଟିିକ୍‌ ଉପତ୍ାଦନ ହ୍ରାସ କରିବା ପାଇଁ ପ୍ରତିନିଧିମାନେ ସେମାନଙ୍କ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଇବାକୁ ପଡ଼ିବ। ପ୍ଲାଷ୍ଟିକ୍‌ର ପୂରା ଲାଇଫ୍‌ସାଇକେଲ ଏବଂ ମାନବ ସମୁଦାୟ ଓ ପରିବେଶ ପ୍ରତି ଏହାର ବିପଜ୍ଜନକ ପ୍ରଭାବ ଉପରେ ସେମାନଙ୍କୁ ବିଚାର କରିବାକୁ ପଡ଼ିବ। ସମ୍ଭବତଃ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କୁ ଏହା ମନେରଖିବାକୁ ହେବ ଯେ, ଏହି ବୈଠକଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱସ୍ତରରେ ଏକ ବୈଧ ବାଧ୍ୟତାମୂଳକ ଉପାୟ ବାହାର କରିବା। ଏଥିରେ ଆଗକୁ ଆସି ଅନାଗ୍ରହ ପ୍ରକାଶ କରିବା କିମ୍ବା ପଛକୁ ହଟିବା କିମ୍ବା ବିଳାପ କରିବା ଉଚିତ ନୁହେଁ। ଆସନ୍ତା ବର୍ଷ ପ୍ୟାରିସରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଉପରେ ବିଶ୍ୱସ୍ତରରେ ଏକ ବୁଝାମଣା ପାଇଁ ହେବାକୁଥିବା ଆଲୋଚନା ଅଧିକ ପ୍ରଭାବୀ ଓ ମହତ୍ତ୍ୱାକାଂକ୍ଷୀ ହେବା ଦରକାର। ପ୍ରତିନିଧିମାନେ ପୃଥିବୀକୁ ରକ୍ଷା କରିବା ଭଳି କାର୍ଯ୍ୟ କରିବା ଉଚିତ। ଯଦି ସେମାନେ ଅଧିକାର ପାଇବେ ତେବେ ଏହା ନିଶ୍ଚୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri