ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ, କେନ୍ଦ୍ରର କର୍ମଚାରୀ ଆହତ

ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସିପଡିଛି। ସେଥିରେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ଆହତ ହୋଇଛନ୍ତି। ତେବେ କେନ୍ଦ୍ରକୁ ଯାଉଥିବା ଛୋଟଛୋଟ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l

ସୂଚନାଯୋଗ୍ୟ, ଆଜକୁ ପ୍ରାୟ ଆଠ ମାସରୁ ଉର୍ଦ୍ଧ ହେବ ଉକ୍ତ ଅଙ୍ଗନବାଡି କେନ୍ଦ୍ରଟି ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ଅଙ୍ଗନବାଡି କେନ୍ଦ୍ରର ମରାମତି ନିମନ୍ତେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ସ୍ଥାନୀୟ ସରପଞ୍ଚ ଓ଼ ମୋରଡା ସିଡିପିଓ ମିତା ନାଏକଙ୍କୁ ଜଣାଇଥିଲେ l ଏପରିକି ସିଡିପିଓଙ୍କୁ ଲିଖିତ ଭାବେ ମଧ୍ୟ ଜଣାଇ ମରାମତି ନିମନ୍ତେ ଅନୁରୋଧ କରିଥିଲେ l କିନ୍ତୁ ସିଡିପିଓ ମିତା ନାଏକଙ୍କ ଅବହେଳା ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ମରାମତି କାର୍ଯ୍ୟ ଏଯାଏଁ ହୋଇପାରିନାହିଁ l
ତେବେ ଆଜି ନିରୁପମା ଅଙ୍ଗନବାଡି କେନ୍ଦ୍ରକୁ ଖୋଲି ଝାଡୁ ମାରୁଥିବା ସମୟରେ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସି ନିରୁପମାଙ୍କ ଅଣ୍ଟା ଉପରେ ପଡିବାରୁ ସେ ଆହତ ହୋଇଛନ୍ତି l ସୌଭାଗ୍ୟ ବଶତଃ ଉକ୍ତ ଘଟଣା ଅଙ୍ଗନବାଡି କେନ୍ଦ୍ରରେ ଥିବା ପିଲାଙ୍କ ଉପରେ ହୋଇନାହିଁ l

ତେବେ ସିଡିପିଓ ମିତା ନାଏକ ବିଭିନ୍ନ ଘଟଣା ନେଇ ପୂର୍ବରୁ ବିବାଦୀୟ ହୋଇଥିବାବେଳେ ଉକ୍ତ ଘଟଣା ତାଙ୍କର କାର୍ଯ୍ୟ ଅବହେଳାକୁ ସୂଚାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି l
ଏବାବଦରେ ମିତା ନାଏକଙ୍କୁ ପଚାରିବାରୁ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ମରାମତି ପାଇଁ ସେ ମୋରଡା ବିଡ଼ିଓ ଜୟକୃଷ୍ଣ ପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଯଥାଶୀଘ୍ର ମରାମତି କାର୍ଯ୍ୟ ହେବ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?