୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍‌ମା

କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କରିଛନ୍ତି। ଓଡ଼ିଶା ପୋଲିସ କର୍ମଚାରୀଙ୍କ ପକ୍ଷରୁ ଦାନ କରାଯାଇଥିବା ପ୍ଲାଜ୍‌ମା ରାଜ୍ୟର ପ୍ଲାଜ୍‌ମା ସଂଗ୍ରହର ୪୬ ପ୍ରତିଶତ। ରାଜ୍ୟରେ ୨୧୬୬ ଜଣ ପ୍ଲାଜ୍‌ମା ଦାନ କରିଥିବାବେଳେ ସେଥିମଧ୍ୟରୁ ଓଡ଼ିଶା ପୋଲିସର ୧୦୦୨ ଜଣ ଅଛନ୍ତି। ଏହି କାର୍ଯ୍ୟ ପାଇଁ ଡିଜିପି ଅଭୟ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟ ପରିସରରେ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ପ୍ଲାଜ୍‌ମା ଦାନ କରିଥିବା ପୋଲିସ କର୍ମଚାରୀମାନଙ୍କୁ ଡିଜିପି ପ୍ରଶଂସା ସ୍ମାରକୀ ପ୍ରଦାନ କରିଛନ୍ତିି। ଏହି ଅବସରରେ ଡିଜିପି କହିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ୪୮ ଜଣ କର୍ମଚାରୀ ପ୍ରାଣବଳି ଦେଇଥିଲେ। ସେମାନଙ୍କ ତ୍ୟାଗ ପାଇଁ ଓଡ଼ିଶା ପୋଲିସ ଖୁବ୍‌ ଗର୍ବିତ। ପ୍ଲାଜ୍‌ମା ଦାନ କରିଥିବା କର୍ମଚାରୀମାନେ ନିଶ୍ଚିତ ଧନ୍ୟବାଦର ପାତ୍ର। ସେମାନଙ୍କର ଏହି ନିଃସ୍ବାର୍ଥପର ସେବା ଅନ୍ୟ ଯବାନ, କର୍ମଚାରୀଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବ ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ ପକ୍ଷରୁ ଗତ ଜୁଲାଇ ୨୪ରେ ପ୍ରଥମେ ପ୍ଲାଜ୍‌ମା ଦାନ କରାଯାଇଥିଲା। ଉକ୍ତଦିନ ଓଏସ୍‌ଏପି ତୃତୀୟ ବାଟାଲିୟନ, କୋରାପୁଟର ୨ ଜଣ ଯବାନ କଟକ ଏସ୍‌ସିବି ମେଡିକାଲରେ ସର୍ବପ୍ରଥମେ ପ୍ଲାଜ୍‌ମା ଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri