ଅବ୍ୟବସ୍ଥାରେ ପ୍ଲାଣ୍ଟସାଇଟ୍‌ ଉପଡାକଘର

ରାଉରକେଲା,୨୭।୧୧(ଦିନେଶ ମିଶ୍ର): ଷ୍ଟିଲସିଟି ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ଥିବା ଉପଡାକଘରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ସୂଚନା ଅନୁସାରେ, ପ୍ଲାଣ୍ଟସାଇଟ ଉପଡାକଘର ଉପରେ ଡେଲିମାର୍କେଟ, ନାଲାରୋଡ୍‌, ଜନତାନିବାସ ଗଳି, ଟ୍ରାଫିକ୍‌ ଗେଟ, ବଙ୍ଗାଳିପଡା, ଖଟାଲ ବସ୍ତି ଆଦି ଅଞ୍ଚଳର ପ୍ରାୟ ଦେଢ ଲକ୍ଷ ଲୋକ ନିର୍ଭର କରିଥାନ୍ତି ା ଏହି ଡାକଘର ସହରର ସର୍ବପୁରାତନ ମୁଖ୍ୟ ଡାକଘର ଥିଲା। ଏହାକୁ ୧୯୯୨ରେ ତକତ୍ାଳୀନ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ରାଜେଶ ପାଇଲେଟ ଉଦ୍‌ଘାଟନ କରିଥିଲେ। ଏଠାରେ ପ୍ରଥମେ ୪୦ରୁ ୫୦ କର୍ମଚାରୀ ଓ ଅଧିକାରୀ କାମ କରୁଥିଲେ। ତେବେ ୧୦ ବର୍ଷ ତଳେ ଏଠାରୁ ମୁଖ୍ୟ ଡାକଘର ଉଠିଯିଲା ପରେ ଏହା ବର୍ତ୍ତମାନ ଉପଡାକଘର ହୋଇ ରହିଛି। ଏହି ଉପଡାକଘରେ ମାତ୍ର ୨ ଜଣ କର୍ମଚାରୀ ଅଛନ୍ତି। ଜଣେ କର୍ମଚାରୀ ଉପଡାକପାଳ ଭାବେ କାମ କରୁଥିବାବେଳେ ଅନ୍ୟ ଜଣେ ଡାକସେବକ ଭାବେ କାର୍ଯ୍ୟରତ। ତେବେ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି। ଛାତରୁ ବିଭିନ୍ନ ସମୟରେ ଅତଡା ଖସୁଥିବାବେଳେ ସନ୍ଧ୍ୟା ସମୟରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଘରର ଅଧିକାଂଶ ଟିଣ କବାଟ ଭାଙ୍ଗି ଯାଇଛି। ଗ୍ରାହକଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ। ଏହି ଡାକଘରୁ ଗତ ୬ ମାସ ଭିତରେ ୩ ଥର ତାଲା ଭାଙ୍ଗି ଚୋରି ହୋଇଥିବା ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ ହୋଇଛି। ଏଠାରେ କର୍ମଚାରୀଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଉପଡାକଘର ବାହାରେ ଥିବା ପୋଷ୍ଟବାକ୍ସକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେବାରୁ ପୋଷ୍ଟ ବାକ୍ସଟିକୁ ଉପଡାକଘର କାର୍ଯ୍ୟାଳୟ ଭିତରେ ରଖାଯାଉଛି। ଘରର କାନ୍ଥ ଫାଟି ଆଁ କରିଥିବାବେଳେ ଡାକଘର ସମ୍ମୁଖରେ ଲାଗିଥିବା ଗେଟ୍‌ରୁ କେହି ଲୁହା କାଟି ନେଇଯାଇଛନ୍ତି। ବସିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଫର୍ମ ପୂରଣ କରିବା କଷ୍ଟକର ହୋଇ ପଡୁଛି। ଏସବୁ ଅବ୍ୟବସ୍ଥା ଯୋଗୁ ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ମହିଳା ଏଠାରୁ ଡାକସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବା ଲାଗି ସାଧାରଣରେ ଦାବି ହୋଇଛି।
ଏ ନେଇ ଉପଡାକଘର ଦାୟିତ୍ୱରେ ଥିବା ଉପଡାକପାଳ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଆମେ ଏହି ଉପଡାକଘରେ ବିପଦସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଛୁ। ଆମର କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଲୋକଙ୍କୁ ପ୍ରକୃତ ସେବା ଯୋଗାଇ ପାରୁନାହଁୁ ବୋଲି ସେ କହିଛନ୍ତି। ଏ ନେଇ ରାଉରକେଲା ପୋଷ୍ଟାଲ ଡିଭିଜନାଲ କାର୍ଯ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଚୌଧୁରୀ କୁହନ୍ତି, ଏହି ଉପଡାକଘର ଆର୍‌ଏସ୍‌ପି ପକ୍ଷରୁ ତିଆରି ହୋଇଥିଲା। ମାତ୍ର ଏହାର ପୁନରୁଦ୍ଧାର ଡାକ ବିଭାଗ ପକ୍ଷରୁ ଆର୍‌ଏସ୍‌ପିକୁ ବର୍ଷେ ତଳେ ଚିଠି କରି ଅବଗତ କରିଥିଲୁ। ଏ ନେଇ ଆରଏସପି ଗତ ଅକ୍ଟୋବର ମାସରେ ଏକ ରିଭ୍ୟୁ ମିଟିଂ କରିଥିଲା। ଏହି ଉପଡାକଘରକୁ ଆସନ୍ତା ୨ମାସ ଭିତରେ ପୁନରୁଦ୍ଧାର କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ଫେବୃଆରୀ ମାସ ଭିତରେ ଏହି ଉପଡାକଘର ପୁନରୁଦ୍ଧାର ହେବ। ଏହାସହ ଏଥିରେ ଅନ୍ୟ ଏକ ଡାକଘର ସଂଯୋଗ ହୋଇ ପୂର୍ବପରି ଲୋକଙ୍କୁ ସମ୍ପୂର୍ଣ୍ଣ ସେବା ଯୋଗାଇ ଦିଆଯିବ ବୋଲି ଚୌଧୁରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri