ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଏକ ପେଡ ମା’କେ ନାମ’ ଅଭିଯାନ ୩.୦ କାର୍ଯ୍ୟକ୍ରମ ଅନୁଯାୟୀ, ଭାଜପା ମଣ୍ଡଳ କମିଟି ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଜଳବାୟୁର ବ୍ୟାପକ ପରିବର୍ତ୍ତନକୁ ରୋକିବା ସଙ୍ଗେ ପରିବେଶ ସୁରକ୍ଷା ଲକ୍ଷ୍ୟରେ ଗାଁ ଶ୍ମଶାନରେ ୬୦ରୁ ଉଦ୍ଧର୍‌ବ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା।
ଭାଜପା ଭୀଷ୍ମଗିରି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଟୁକୁନା ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ଭୀଷ୍ମଗିରି ସେକ୍ସନର ବନପାଳ ଦେବାଶିଷ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବନରକ୍ଷୀ ଗିରିଜା ଶଙ୍କର ଦୋରା, ପାରା ବନ କର୍ମଚାରୀ ଗୋପାଳ ମଲ୍ଲିକ, ବିରୁ ଗୈାଡ, ହରିହର ବେହେରଦଳେଇ, ଜୟଦତ୍ତ ଦଳାଇ, ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ସଭାପତି ଶଶାଙ୍କ ଶେଖର କର, ସାଧାରଣ ସମ୍ପାଦକ ସୁଦାମ ବେହେରା, କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, କେ . ନରସିଂହ ପାତ୍ର, ବିକ୍ରମ ପାତ୍ର, ସନ୍ତୋଷ ମହାନ୍ତି, ସୁବଳ ନାୟକ, ରବିନ୍ଦ୍ର ମହାନ୍ତି , ପିଣ୍ଟୁ ଆଚାରୀ, ସାମାଜିକ କର୍ମୀ ଚନ୍ଦ୍ରଶେଖର ଦାସଙ୍କ ସମେତ ବହୁସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share