Posted inଜାତୀୟ

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ଏହାକୁ ବେଆଇନ ବୋଲି କହିଛନ୍ତି। ମନ୍ଦିରରେ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ସୁନାର ସଠିକ ଅଡିଟ ନ କରି ତରବରିଆ ଭାବେ ରାଜ୍ୟ ସରକାରଙ୍କ ପଦକ୍ଷେପ ନିଆଯାଉଥିବା ଉଦ୍ଦେଶ୍ୟରେ ମଧ୍ୟ ପ୍ରଶ୍ନ ଉଠିଛି।

ମନ୍ଦିରରେ ସଂରକ୍ଷିତ ସୁନାକୁ ତରଳାଇ ଏହାକୁ ସୁନା ଦଣ୍ଡରେ ପରିଣତ କରିବାର ଅଧିକାର ରହିଛି ବୋଲି ରାଜ୍ୟର ଡିଏମକେ ସରକାର ଦାବି କରୁଛନ୍ତି। ଏହିପରି ପ୍ରକ୍ରିୟା ୫୦ ବର୍ଷ ଧରି ଚାଲିଆସୁଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ତାମିଲନାଡୁରେ ବଡ ବିବାଦର କାରଣ ପାଲଟିଛି। ଆବେଦନକାରୀ ଏ.ଭି. ଗୋପାଳ କୃଷ୍ଣନ ଏବଂ ଏମ.କେ. ସର୍ଭାନନ ହାଇକୋର୍ଟଙ୍କୁ କହିଛନ୍ତି ଯେ ସରକାରଙ୍କ ଆଦେଶ କେବଳ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ଆକ୍ଟ, ପ୍ରାଚୀନ ସ୍ମାରକୀ ଆଇନ, ଅଳଙ୍କାର ନିୟମ ଆଦି ଉଲ୍ଲଂଘନ ନୁହେଁ, ବରଂ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ବିରୋଧ କରୁଛି।

ଚଳିତ ବର୍ଷ ଜୁନ ୭ରେ, ମନ୍ଦିରଗୁଡିକର ସମ୍ପତ୍ତିର ମୂଲ୍ୟାଙ୍କନ ଏବଂ ଏହାର ରେକର୍ଡର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬୦ ବର୍ଷ ଧରି ରାଜ୍ୟରେ ଏହା କରାଯାଉ ନାହିଁ ବୋଲି କୋର୍ଟ କହିଥିଲେ। ଉପଯୁକ୍ତ ଅଡିଟ କରିବା ପରିବର୍ତ୍ତେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦେବତାମାନଙ୍କୁ ସୁସଜ୍ଜିତ କରିବା ପାଇଁ ବ୍ୟବହୃତ ଅଳଙ୍କାର ବ୍ୟତୀତ ଅନ୍ୟ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ତରଳା ଯିବ। ଏସବୁ ଅଳଙ୍କାରର ଓଜନ ୨,୧୩୮ କିଲୋଗ୍ରାମ ବୋଲି ମଧ୍ୟ ସରକାର ଘୋଷଣା କରିଥିଲେ।

ରାଜ୍ୟ ସରକାର କହୁଛନ୍ତି ଯେ ବ୍ୟାଙ୍କରେ ୨୪ କ୍ୟାରେଟ ସୁନା ବାର୍‌ ରଖି ଏଥିରୁ ମିଳିବାକୁ ଥିବା ଅର୍ଥ ମନ୍ଦିରର ବିକାଶ ପାଇଁ ବ୍ୟବହୃତ ହେବ। କିନ୍ତୁ ହିନ୍ଦୁ ସଂଗଠନଗୁଡ଼ିକ ବିଶ୍ୱାସ କରୁଛନ୍ତି ଯେ, ଅଡ଼ିଟ ବିନା ଅଳଙ୍କାର ତରଳାଇବା ପଛରେ ସରକାରଙ୍କ ନିଷ୍ପତ୍ତି ସନ୍ଦେହଜନକ। ଆଇନ ଅନୁଯାୟୀ, ଟ୍ରଷ୍ଟିମାନେ ସୁନା ତରଳାଇବାକୁ ନିଷ୍ପତ୍ତି ନିଅନ୍ତି। ସରକାର ଏହି ନିଷ୍ପତ୍ତିରେ ରାଜି ହୋଇଛନ୍ତି। କିନ୍ତୁ ତାମିଲନାଡୁର ଅଧିକାଂଶ ମନ୍ଦିରରେ ୧୦ ବର୍ଷରୁ ଅଧିକ ସମୟ ପାଇଁ ଟ୍ରଷ୍ଟି ନିଯୁକ୍ତ କରାଯାଇ ନାହିଁ।

ଆବେଦନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସରକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୁନା ଅଡିଟ ବିଷୟରେ କହୁଛନ୍ତି। କିନ୍ତୁ ସେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅନୁଯାୟୀ ଗୋଟିଏ ମନ୍ଦିରକୁ ଗୋଟିଏ ଦିନରେ ଅଡିଟ କରିବାକୁ ପଡିବ। ବର୍ଷ ବର୍ଷ ଧରି ଜମା ହୋଇଥିବା ସମ୍ପତ୍ତିର ଏପରି ଶୀଘ୍ର ମୂଲ୍ୟାଙ୍କନ ଅସମ୍ଭବ। ଏଥିରୁ ସ୍ପଷ୍ଟ ହୋଇଛି ଯେ କେବଳ ପ୍ରସ୍ତୁତି ଚାଲିଛି। ସୁନା ତରଳାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ୱେବସାଇଟରେ ଏନେଇ ସୂଚନା ଦିଆଯାଇନାହିଁ। ହାଇକୋର୍ଟଙ୍କ ତରଫରୁ ଏହି ଆଦେଶକୁ ତୁରନ୍ତ ସ୍ଥଗିତ ରଖିବାକୁ ଆବେଦନକାରୀମାନେ ଦାବି କରିଛନ୍ତି। ଅକ୍ଟୋବର ୨୧ ରେ ଏହି ମାମଲାର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri