ପୃଥିବୀ ପ୍ରତି ଗ୍ରହାଣୁ ବିପଦ

”ଗ୍ରହାଣୁଗୁଡ଼ିକର ଆକାର ଛୋଟ ଗୋଡ଼ି ଆକାରଠାରୁ ଆରମ୍ଭ କରି ୧୦୦ କିମି ପର୍ଯ୍ୟନ୍ତ ଅଛି। ଏଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲେ ସୁଦ୍ଧା ଆକାର ଅତି ଛୋଟ ଥିବାରୁ ଏଗୁଡିକୁ ଗ୍ରହାଣୁ କୁହାଯାଉଛି। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ୧ ତାରିଖରେ ପ୍ରଥମ ଗ୍ରହାଣୁକୁ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ସେରେସ୍‌ ଓ ସମସ୍ତ ଗ୍ରହାଣୁ ମଧ୍ୟରେ ଏହା ହେଉଛି ବୃହତ୍ତମ। ଏହାର ବ୍ୟାସ ହେଉଛି ୯୫୫ କି.ମି.।“

ଗ୍ରହାଣୁ ହେଉଛି ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ପଥୁରିଆ ବସ୍ତୁପିଣ୍ଡ। ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟଠାରୁ ୩୨ କୋଟିରୁ ୪୪କୋଟି କିମି ଦୂରରେ ଗ୍ରହାଣୁଗୁଡିକର କକ୍ଷ ରହିଛି। ଏହାକୁ ‘ଗ୍ରହଣ ବଳୟ’ କୁହାଯାଏ। ସୌରଜଗତର ବିଭିନ୍ନ ଗ୍ରହ ଓ ଉପଗ୍ରହ ଗଠନ ହେବା ପରେ ବଳକା ହୋଇ ରହିଯାଇଥିବା କିଛି ଆଦିବସ୍ତୁ ହେଉଛି ଏହି ଗ୍ରହାଣୁ ପୁଞ୍ଜ। କେତେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ଯେଉଁ କକ୍ଷରେ ଗ୍ରହାଣୁଗୁଡିକ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି, ସେଠାରେ ବହୁ ବର୍ଷ ପୂର୍ବେ ଗୋଟିଏ ଗ୍ରହ ଥିଲା ଏବଂ କୌଣସି କାରଣରୁ ତାହା ଭାଙ୍ଗି ଯାଇ ଅନେକ ଗ୍ରହାଣୁରେ ପରିଣତ ହୋଇଛି। ଗ୍ରହାଣୁଗୁଡିକର ଆକାର ଛୋଟ ଗୋଡି ଆକାରଠାରୁ ଆରମ୍ଭ କରି ୧୦୦ କିମି ପର୍ଯ୍ୟନ୍ତ ଅଛି। ଏଗୁଡିକ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲେ ସୁଦ୍ଧା ଆକାର ଅତି ଛୋଟ ଥିବାରୁ ଏଗୁଡିକୁ ଗ୍ରହାଣୁ କୁହାଯାଉଛି। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ୧ ତାରିଖରେ ପ୍ରଥମ ଗ୍ରହାଣୁକୁ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ସେରେସ୍‌ ଓ ସମସ୍ତ ଗ୍ରହାଣୁ ମଧ୍ୟରେ ଏହା ହେଉଛି ବୃହତ୍ତମ। ଏହାର ବ୍ୟାସ ହେଉଛି ୯୫୫ କି.ମି.। ଆବିଷ୍କାର ପରେ କେତେ ବର୍ଷ ପର୍ଯ୍ୟନ୍ତ ଏହା ଗୋଟିଏ ଗ୍ରହର ମାନ୍ୟତା ପାଇଥିଲା। ମାତ୍ର ଏହି ବଳୟରେ ଆଉ କୌଣସି ବସ୍ତୁପିଣ୍ଡ ଆବିଷ୍କୃତ ହେବା ପରେ ଏସବୁକୁ ଗ୍ରହାଣୁ କୁହାଗଲା। ପ୍ରାୟ ଏକା କକ୍ଷରେ ଏତେଗୁଡିଏ କ୍ଷୁଦ୍ରପିଣ୍ଡ ରହିଥିବାରୁ ଇଂରେଜ ଜ୍ୟୋତିର୍ବିଦ ଇଉଲିୟମ ହରଶେଲ ଏସବୁର ନାମ ଗ୍ରହାଣୁ ରଖିଥିଲେ। ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଗ୍ରହାଣୁ ଚିହ୍ନଟ କରାଯାଇଛି।
କେତେକ ଶ୍ରେଣୀର ଗ୍ରହାଣୁ ହେଉଛି ପୃଥିବୀବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଗୁଡିକ ସୂର୍ଯ୍ୟ ପରିକ୍ରମା ଭିତରେ ବେଳେବେଳେ ପୃଥିବୀ କକ୍ଷର ନିକଟକୁ ଚାଲି ଆସିଥାଆନ୍ତି। ଏଗୁଡିକୁ ପୃଥିବୀ ସମୀପବର୍ତ୍ତୀ ବସ୍ତୁପିଣ୍ଡ କୁହାଯାଏ। ଏହାର ପ୍ରଥମ ଉଦାହରଣ ହେଉଛି ‘ହାରମେସ୍‌’। ଏକ କିମି ବ୍ୟାସ ବିଶିଷ୍ଟ ଏହି ଗ୍ରହାଣୁ ୧୯୩୭ରେ ପୃଥିବୀଠାରୁ ୭୭୨ କିମି ଦେଇ ଯାଇଥିଲା। ଅନ୍ୟ ଏକ ଗ୍ରହାଣୁ ଇକାରସ୍‌ ୧୯୪୯ ଏବଂ ୧୯୬୮ରେ ପୃଥିବୀର ଖୁବ୍‌ ନିକଟକୁ ଚାଲି ଆସିଥିଲା। ସେତେବେଳେ ପୃଥିବୀଠାରୁ ଏହାର ଦୂରତା ଥିଲା ୨୬୪ ଲକ୍ଷ କିମି। ଏହାକୁ ଗ୍ରହାଣୁ ବୋମା ଭାବେ ବ୍ୟବହାର କରି ରୁଷ ଓ ଆମେରିକା ପରସ୍ପରକୁ ଧ୍ୱଂସ କରିବାକୁ ଚିନ୍ତା କରୁଥିଲେ। ଚଳିତବର୍ଷ ଜୁନ୍‌ ୫ରେ ଗ୍ରହାଣୁ ‘୨୦୨୦ଏଲଡି’ ପୃଥିବୀଠାରୁ ୩୦୬୬୭୫ କିମି ଦୂରରେ ଚାଲିଗଲା। ଏହି ଦୂରତା ଥିଲା ପୃଥିବୀଠାରୁ ଚନ୍ଦ୍ର ଦୂରତାର ୮୦ ପ୍ରତିଶତ। ମାତ୍ର ଆଶ୍ଚର୍ଯ୍ୟର କଥା ଯେ ୧୨୨ ମିଟର ଚଉଡାର ଏହି ଗ୍ରହାଣୁକୁ ହାଓ୍ବାଇ ଦ୍ୱୀପ ମଉନା ଲୋଆଠାରେ ଥିବା ଦୂରବୀକ୍ଷଣ ଯନ୍ତ୍ର ଜୁନ୍‌ ୭ରେ ଠାବ କଲା। ପୂର୍ବରୁ ଚିହ୍ନଟ ହୋଇ ନ ଥିବା ପୃଥିବୀ ନିକଟ ଦେଇ ଚାଲିଯାଇଥିବା କେତେଗୁଡିଏ ବଡ ଗ୍ରହାଣୁ ମଧ୍ୟରେ ଏହା ହେଉଛି ଅନ୍ୟତମ।
ପୃଥିବୀ ପୃଷ୍ଠରେ କୌଣସି ଗ୍ରହାଣୁ ପଡିଲେ ତାହା ଅକଳନୀୟ କ୍ଷତି କରିବ। ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନାଠାରେ ୫୦୦୦୦ ବର୍ଷ ପୂର୍ବେ ୪୬ ମିଟର ବ୍ୟାସର ଏ ଗ୍ରହାଣୁ ପଡି ୧୨୦୦ ମିଟର ବ୍ୟାସର ଗର୍ତ୍ତ ସୃଷ୍ଟି ହୋଇଛି। ୧୯୦୮ ଜୁନ୍‌ ୩୦ ତାରିଖରେ ରୁଷିଆର ସାଇବେରିଆ ଅଞ୍ଚଳରେ ତୃଙ୍ଗୁଷ୍କାଠାରେ ଘଟିଥିବା ଗ୍ରହାଣୁ ସଂଘାତ ହେଉଛି ବୃହତ୍ତମ। ଏଥିଯୋଗୁ ପ୍ରାୟ ୨୦୦୦ ବର୍ଗ କିମି ପରିମିତ ଅଞ୍ଚଳର ଜଙ୍ଗଲ ଧ୍ୱଂସ ପାଇ ଯାଇଥିଲା ଏବଂ ପ୍ରାୟ ଆଠ କୋଟି ଗଛ ଭାଙ୍ଗି ଯାଇଥିଲା। ଏହି ଅଞ୍ଚଳର ଲୋକସଂଖ୍ୟା ବହୁତ କମ ଥିଲା। ରୁଷ ସରକାର ମୃତାହତ ସଂଖ୍ୟା ପ୍ରକାଶ କରି ନ ଥିଲେ। ସେହିପରି ୨୦୧୩ ଫେବୃୟାରୀ ୧୫ ତାରିଖରେ ରୁଷିଆର ଚେଲିବିନସ୍କଠାରେ ୨୦ ମିଟର ବ୍ୟାସର ଗୋଟିଏ ଗ୍ରହାଣୁ ସଂଘାତ କରିଥିଲା। ଏହା ଗୋଟିଏ ବିରାଟ ଗର୍ତ୍ତ ସୃଷ୍ଟି କରିଥିଲା। କ୍ଷୟକ୍ଷତିର ପରିମାଣ କେବଳ ଗ୍ରହାଣୁର ଆକାର ଉପରେ ନିର୍ଭର କରି ନ ଥାଏ, ଗ୍ରହାଣୁର ସଂରଚନା ଓ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କୋଣ ଉପରେ ମଧ୍ୟ କ୍ଷୟକ୍ଷତିର ପରିମାଣ ନିର୍ଭର କରେ।
ଜ୍ୟୋତିର୍ବିଦମାନେ ପୃଥିବୀ ସମୀପବର୍ତ୍ତୀ ୧୯,୨୬୬ଟି ଗ୍ରହାଣୁକୁ ଚିହ୍ନଟ କରିଛନ୍ତି। ଏଥିମଧ୍ୟରୁ ୯୦୦ଟିର ବ୍ୟାସ ହେଉଛି ଏକ କିମିରୁ ଅଧିକ। ଜ୍ୟୋତିର୍ବିଦମାନେ ଗଣନା କରିଛନ୍ତି ଯେ, ୩୪୦ ମିଟର ବ୍ୟାସର ୯୯,୯୪୨ ଆପୋଫିସ୍‌ ଗ୍ରହାଣୁ ୨୦୨୯ ଏପ୍ରିଲ ୧୩ ତାରିଖରେ ପୃଥିବୀ ପୃଷ୍ଠରୁ ୩୧,୦୦୦ ଉଚ୍ଚ ଦେଇ ଚାଲିଯିବ। ଏହା ପୃଥିବୀ ପ୍ରତି ବିପଦ ସୃଷ୍ଟି ନ କଲେ ମଧ୍ୟ ସେହି ଦୂରତାରେ ଅବସ୍ଥିତ ଥିବା କୃତିମ ଉପଗ୍ରହକୁ କ୍ଷତି ପହଞ୍ଚାଇପାରେ। ସେହିପରି ୪୯୦ମିଟର ବ୍ୟାସର ବେଣୁ ଗ୍ରହାଣୁ ୨୧୭୫ରୁ ୨୧୯୯ ମସିହା ମଧ୍ୟରେ ଅତି ନିକଟ ଦେଇ ଗତି କରିବ ବୋଲି ଗଣନା କରାଯାଇଛି। ଆମେ ଏ ପର୍ଯ୍ୟନ୍ତ ସମସ୍ତ ପୃଥିବୀ-ସମୀପବର୍ତ୍ତୀ ଗ୍ରହାଣୁଗୁଡିକୁ ଚିହ୍ନଟ କରିପାରିନାହେଁ। ଏଣୁ ପୃଥିବୀ ସହିତ କୌଣସି ପ୍ରକାର ଗ୍ରହାଣୁ ସଂଘର୍ଷର ଆଶଙ୍କାକୁ ଏଡାଇ ହେବ ନାହିଁ।
ବୈଜ୍ଞାନିକମାନେ ପୃଥିବୀ ସହିତ ଗ୍ରହାଣୁ ସଂଘର୍ଷ ଏଡାଇବା ପାଇଁ ଗବେଷଣା କରୁଛନ୍ତି ଓ ଉପାୟ ବାହାର କରିଛନ୍ତି। ପ୍ରଥମଟି ହେଉଛି ପୃଥିବୀ ଆଡକୁ ଆସୁଥିବା ଗ୍ରହାଣୁକୁ ଆଣବିକ ବୋମା ଦ୍ୱାରା ଧ୍ୱଂସ କରିଦେବା। ଦ୍ୱିତୀୟ ଉପାୟଟି ହେଉଛି ଗ୍ରହାଣୁ ସହିତ ଗୋଟିଏ ମହାକାଶ ଯାନ ସଂଘର୍ଷ କରାଇ ତାହାର ଗତିପଥକୁ ବଦଳାଇ ଦେବା। ଯୁକ୍ତରାଷ୍ଟ୍ର ଆମେରିକା ୨୦୨୬ ମସିହାରେ ଗ୍ରହାଣୁ ‘ସାଇକେ’ ପାଖକୁ ଏହିପରି ଏକ ମହାକାଶ ଯାନ ପଠାଇ ତା’ର ଗତିପଥକୁ ପରିବର୍ତ୍ତନ କରିବା ପାଇଁ ଯୋଜନା କରିଛି। କିନ୍ତୁ ଏହି ଦୁଇଟି ଉପାୟ କାର୍ଯ୍ୟ କରିବ ଯଦି ଆମେ ସମସ୍ତ ପୃଥିବୀ-ସମୀପବର୍ତ୍ତୀ ଗ୍ରହାଣୁଗୁଡିକୁ ଚିହ୍ନଟ କରିପାରିବା। ଚଳିତବର୍ଷ ଜୁନ୍‌ ୫ ତାରିଖରେ ଗୋଟିଏ ଗ୍ରହାଣୁ ଆମ ପୃଥିବୀର ନିକଟ ଦେଇ ଚାଲିଗଲା ଅଥଚ ଆମେ ଦୁଇ ଦିନ ପରେ ତାହାର ସନ୍ଧାନ ପାଇଲେ। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ କୌଣସି ଗ୍ରହାଣୁକୁ ତାହାର ଗତିପଥ ବିଚ୍ୟୁତ କରିବା ପାଇଁ ଆମକୁ ଅତିକମ୍‌ରେ ପାଞ୍ଚବର୍ଷର ପ୍ରସ୍ତୁତି ଆବଶ୍ୟକ। ଏଣୁ ଏହି ସମୟ ପୂର୍ବରୁ ଗ୍ରହାଣୁଟିର ଚିହ୍ନଟ ନିହାତି ଦରକାର।
ପୃଥିବୀ ପ୍ରତି ଗ୍ରହାଣୁଗୁଡିକ ବିପଦ ପାଇଁ ସଚେତନତା ସୃଷ୍ଟି କରିବା ଲାଗି ମିଳିତ ଜାତିସଂଘ ଜୁନ୍‌ ୩୦କୁ ‘ବିଶ୍ୱ ଗ୍ରହାଣୁ ଦିବସ’ ଭାବେ ଘୋଷଣା କରିଛି। ୧୯୦୮ ମସିହା ଜୁନ୍‌ ୩୦ ତାରିଖରେ ରୁଷିଆର ତୁଙ୍ଗୁଷ୍କାଠାରେ ଗ୍ରହାଣୁ ସଂଘାତ ହୋଇଥିଲା। ସେଥିପାଇଁ ଜୁନ୍‌ ୩୦ ତାରିଖକୁ ‘ବିଶ୍ୱ ଗ୍ରହାଣୁ ଦିବସ ଭାବେ ନିର୍ବାଚନ କରାଯାଇଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri