ପ୍ଲାନେଟାରିୟମ୍‌ ପୁଣି ବନ୍ଦ, ୫ଦିନ ହେବ ଦର୍ଶକ ନିରାଶ

ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଯାନ୍ତ୍ରିକ ତ୍ରୁଟି ପାଇଁ ପଠାଣିସାମନ୍ତ ପ୍ଲାନେଟାରିୟମ୍‌ ପୁଣି ବନ୍ଦ ରହିଛି। ଗତ ୨୧ ତାରିଖରୁ ପ୍ଲାନେଟାରିୟମ୍‌ରେ କୌଣସି ଶୋ’ ହେଉ ନ ଥିବାରୁ ଦର୍ଶକମାନେ ନିରାଶରେ ଫେରୁଛନ୍ତି। ପୂର୍ବରୁ ମଧ୍ୟ ଏହି କାରଣରୁ ଜୁନ୍‌ ୧୦ରୁ ୬ଦିନ ପାଇଁ ପ୍ଲାନେଟାରିୟମ୍‌କୁ ବନ୍ଦ ରଖାଯାଇଥିଲା। ପରେ ମୁମ୍ବାଇରୁ ଇଞ୍ଜିନିୟରଙ୍କୁ ଡକାଯାଇ ଆବଶ୍ୟକ ମରାମତି କରାଯାଇଥିଲା। ଇଞ୍ଜନିୟରଙ୍କ ବାଟଖର୍ଚ୍ଚ ବାବଦକୁ ୩୦ହଜାର ଟଙ୍କା ବହନ କରିଥିଲେ ପ୍ଲାନେଟାରିୟମ କର୍ତ୍ତୃପକ୍ଷ। ୧୬ ତାରିଖରେ ପ୍ଲାନେଟାରିୟମ୍‌ ଖୋଲିଥିଲେ ମଧ୍ୟ ସପ୍ତାହେ ନ ପୂରୁଣୁ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏନେଇ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶିକା ସଞ୍ଜୁଲତା ବେହେରା କହିଛନ୍ତି, କମ୍ପ୍ୟୁଟରର କିଛି ହାର୍ଡଡିସ୍କ ଖରାପ ହୋଇଯାଇଥିବାରୁ ଶୋ’ ଚାଲିବା ସମ୍ଭବ ହୋଇପାରୁନି। ସେକ୍ରେଟାରୀ ଏବେ ନାହାନ୍ତି, ସେ ଆସିବା ପରେ ୪/୫ ମଧ୍ୟରେ ନୂଆ ହାର୍ଡଡିସ୍କ କିଣାଯିବ। ଏହାପରେ ପୁଣିଥରେ ପ୍ଲାନେଟୋରିୟମ୍‌କୁ ଦର୍ଶକଙ୍କ ପାଇଁ ଖୋଲାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏଠାରେ ଲାଗିଥିବା ଡୋମ୍‌ର ସ୍ଥାୟିତ୍ୱ ୭ବର୍ଷ। ୨୦୧୨ରେ ଏହା ଲଗାଯାଇଥିବାବେଳେ ୨୦୧୯ରେ ବଦଳାଇବା ପାଇଁ ଯୋଜନା ରହିଥିଲା। ମାତ୍ର ୨୦୨୦ରେ ପ୍ଲାନେଟାରିମ୍‌ର ନବୀକରଣ ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ଡୋମ୍‌କୁ ଆଗୁଆ ବଦଳା ଯାଇ ନ ଥିଲା। ତେବେ କରୋନା ପାଇଁ ନବୀକରଣ କାର୍ଯ୍ୟ ହୋଇ ନ ହୋଇ ପାରିବାରୁ ଡୋମ୍‌ ପରିବର୍ତ୍ତନ କାର୍ଯ୍ୟ ମଧ୍ୟ ହୋଇପାରି ନାହିଁ। ଏବେ ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି। କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ଇପିଆଏଲ୍‌କୁ ଏହି ଦାୟିତ୍ୱ ଦିଆଯାଇଛି। ପ୍ଲାନେଟାରିୟମ୍‌ର ଉଭୟ ଡୋମ୍‌ ଓ ସିଭିଲ୍‌ କାମ ଉକ୍ତ ସଂସ୍ଥା କରିବ। ଆସନ୍ତା ମାସେ ଭିତରେ ନବୀକରଣ କାର୍ଯ୍ୟ ଆରମ୍ଭ ହେବ ଓ ଏହା ପୂର୍ବରୁ ହାର୍ଡଡିସ୍କ କିଣାଯାଇ ପ୍ଲାନେଟାରିୟମ୍‌ ଖୋଲିବ ବୋଲି ନିର୍ଦ୍ଦେଶିକା ବେହେରା ସୂଚନା ଦେଇଛନ୍ତି। ତେବେ ପ୍ଲାନେଟାରିୟମ୍‌ରେ ବାରମ୍ବାର ଏପରି ଯାନ୍ତ୍ରିକ ତ୍ରୁଟି ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri