ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଯାନ୍ତ୍ରିକ ତ୍ରୁଟି ପାଇଁ ପଠାଣିସାମନ୍ତ ପ୍ଲାନେଟାରିୟମ୍ ପୁଣି ବନ୍ଦ ରହିଛି। ଗତ ୨୧ ତାରିଖରୁ ପ୍ଲାନେଟାରିୟମ୍ରେ କୌଣସି ଶୋ’ ହେଉ ନ ଥିବାରୁ ଦର୍ଶକମାନେ ନିରାଶରେ ଫେରୁଛନ୍ତି। ପୂର୍ବରୁ ମଧ୍ୟ ଏହି କାରଣରୁ ଜୁନ୍ ୧୦ରୁ ୬ଦିନ ପାଇଁ ପ୍ଲାନେଟାରିୟମ୍କୁ ବନ୍ଦ ରଖାଯାଇଥିଲା। ପରେ ମୁମ୍ବାଇରୁ ଇଞ୍ଜିନିୟରଙ୍କୁ ଡକାଯାଇ ଆବଶ୍ୟକ ମରାମତି କରାଯାଇଥିଲା। ଇଞ୍ଜନିୟରଙ୍କ ବାଟଖର୍ଚ୍ଚ ବାବଦକୁ ୩୦ହଜାର ଟଙ୍କା ବହନ କରିଥିଲେ ପ୍ଲାନେଟାରିୟମ କର୍ତ୍ତୃପକ୍ଷ। ୧୬ ତାରିଖରେ ପ୍ଲାନେଟାରିୟମ୍ ଖୋଲିଥିଲେ ମଧ୍ୟ ସପ୍ତାହେ ନ ପୂରୁଣୁ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏନେଇ ପ୍ଲାନେଟୋରିୟମ୍ ନିର୍ଦ୍ଦେଶିକା ସଞ୍ଜୁଲତା ବେହେରା କହିଛନ୍ତି, କମ୍ପ୍ୟୁଟରର କିଛି ହାର୍ଡଡିସ୍କ ଖରାପ ହୋଇଯାଇଥିବାରୁ ଶୋ’ ଚାଲିବା ସମ୍ଭବ ହୋଇପାରୁନି। ସେକ୍ରେଟାରୀ ଏବେ ନାହାନ୍ତି, ସେ ଆସିବା ପରେ ୪/୫ ମଧ୍ୟରେ ନୂଆ ହାର୍ଡଡିସ୍କ କିଣାଯିବ। ଏହାପରେ ପୁଣିଥରେ ପ୍ଲାନେଟୋରିୟମ୍କୁ ଦର୍ଶକଙ୍କ ପାଇଁ ଖୋଲାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏଠାରେ ଲାଗିଥିବା ଡୋମ୍ର ସ୍ଥାୟିତ୍ୱ ୭ବର୍ଷ। ୨୦୧୨ରେ ଏହା ଲଗାଯାଇଥିବାବେଳେ ୨୦୧୯ରେ ବଦଳାଇବା ପାଇଁ ଯୋଜନା ରହିଥିଲା। ମାତ୍ର ୨୦୨୦ରେ ପ୍ଲାନେଟାରିମ୍ର ନବୀକରଣ ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ଡୋମ୍କୁ ଆଗୁଆ ବଦଳା ଯାଇ ନ ଥିଲା। ତେବେ କରୋନା ପାଇଁ ନବୀକରଣ କାର୍ଯ୍ୟ ହୋଇ ନ ହୋଇ ପାରିବାରୁ ଡୋମ୍ ପରିବର୍ତ୍ତନ କାର୍ଯ୍ୟ ମଧ୍ୟ ହୋଇପାରି ନାହିଁ। ଏବେ ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି। କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ଇପିଆଏଲ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପ୍ଲାନେଟାରିୟମ୍ର ଉଭୟ ଡୋମ୍ ଓ ସିଭିଲ୍ କାମ ଉକ୍ତ ସଂସ୍ଥା କରିବ। ଆସନ୍ତା ମାସେ ଭିତରେ ନବୀକରଣ କାର୍ଯ୍ୟ ଆରମ୍ଭ ହେବ ଓ ଏହା ପୂର୍ବରୁ ହାର୍ଡଡିସ୍କ କିଣାଯାଇ ପ୍ଲାନେଟାରିୟମ୍ ଖୋଲିବ ବୋଲି ନିର୍ଦ୍ଦେଶିକା ବେହେରା ସୂଚନା ଦେଇଛନ୍ତି। ତେବେ ପ୍ଲାନେଟାରିୟମ୍ରେ ବାରମ୍ବାର ଏପରି ଯାନ୍ତ୍ରିକ ତ୍ରୁଟି ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…
ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…
ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….
ନୂଆଦିଲ୍ଲୀ,୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…
ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ
ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…
Archives

