ଫୁଟ୍‌ବଲ ପାଇଁ ଦୁଃଖଦ ଦିନ: ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଫୁଟ୍‌ବଲରଙ୍କ ଜୀବନ

ରିଓ ଡି’ଜେନିରୋ, ୨୫ା୧- ବ୍ରାଜିଲିଆନ କ୍ଲବ ପାମାସର ୪ ଜଣ ଫୁଟବଲ ଖେଳାଳି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଏହି ଖେଳାଳିମାନେ ଏକ ପୃଥକ୍‌ ବିମାନରେ ଗୁଏନାକୁ ଯାଉଥିଲେ। ସେଠାରେ ଭିଲା ନୋଭା ବିପକ୍ଷରେ ମ୍ୟାଚ ଖେଳିବାର ଥିଲା।

ରନ୍‌ଓ୍ବେର ଶେଷ ଭାଗରେ ବିମାନଟି ଉପରକୁ ଉଠୁଥିବା ବେଳେ ହଠାତ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିମାନର ସମସ୍ତ ଯାତ୍ରୀ। ରବିବାର ଏହି ଖେଳାଳିଙ୍କର ଆଇସୋଲେଶନର ଶେଷ ଦିନ ଥିଲା। ମୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ କ୍ଲବ ସଭାପତି ଲୁକାସ ମିଏରା, ଲୁକାସ ପ୍ରକ୍ସେଡେସ୍‌ ଗୁଇଲରମି ନୋଏ, ରାନୁଲେ ଓ ମାର୍କସ ମୋଇଲିନାରି। ପାଇଲଟଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।

Share