Posted inଫୁରସତ

ହୋଲିରେ ବୁଲାବୁଲି

ପାହାଡ଼, ଝରଣା, ଘାଟି ହେଉକି ବେଳାଭୂମି ଅଥବା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତ ଅନେକ ଦେଖିଥିବେ। କିନ୍ତୁ ହୋଲି ଅବସରରେ ଏମିତି କିଛି ଜାଗାକୁ ବୁଲିଯିବାର ପ୍ଲାନିଂ କରନ୍ତୁ; ଯେଉଁଠି ଭ୍ରମଣର ସବୁିଧା ଥିବା ସହିତ କିଛି ନିଆରା ଅନୁଭୂତି ସାଉଁଟିବାର ସୂଯୋଗ ବି ମିଳିପାରୁଥିବ। ଯେମିତିକି…

* ମଥୁରା ଓ ବୃନ୍ଦାବନ: ଏଠାରେ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥାଏ। ହୋଲିରେ ଫଗୁ ଖେଳଠୁ ଆରମ୍ଭ କରି ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ ଏବଂ ନଗର ପରିକ୍ରମା କରିବାର ଦୃଶ୍ୟ ଏଠି ବେଶ୍‌ ନିଆରା ଲାଗେ ଦେଖିବାକୁ। ତା’ଛଡ଼ା ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାର କରି ସ୍ଥାନୀୟ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ନାଟକ ବି କିଛିଟା ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

* ବରସାନା: ଉତ୍ତରପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ଏକ ଐତିହାସିକ ସହର ହେଉଛି ବରସାନା; ଯାହାକି ରାଧାରାଣୀଙ୍କ ଜନ୍ମସ୍ଥାନ ଭାବେ ବି ପରିଚିତ। ପ୍ରତିବର୍ଷ ହୋଲି ଅବସରରେ ନନ୍ଦଗାଓଁରୁ କିଛି ଗୋପ ଯୁବକ ବରସାନାର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। ହେଲେ ଗୋପୀମାନେ ବାଡି ଧରି ସେମାନଙ୍କୁ ଘଉଡାଇଲାବେଳେ ଗୋପ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି; ଯାହା ଦେଖିବାକୁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳକୁ ସ୍ଥାନୀୟ ଲୋକେ ଲଠ୍‌ମାର୍‌ ହୋଲି କହିଥାନ୍ତି। ଏହି ଖେଳରେ ରାଗ କି ହିଂସା ନ ଥାଏ ବରଂ ଏହାକୁ ଏକ ପରମ୍ପରା ଭାବେ ପ୍ରତିବର୍ଷ ଏଠାରେ ପାଳନ କରାଯାଇଥାଏ। କାରଣ ଶ୍ରୀକୃଷ୍ଣ ବି ଏମିତି ରାଧାରାଣୀଙ୍କୁ ହୋଲିରେ ହଇରାଣ କରୁଥିଲେ ଏବଂ ପ୍ରତି ବଦଳରେ ତାଙ୍କଠାରୁ ଲାଠିମାଡ଼ ବି ଖାଉଥିଲେ। ସେହିଦିନଠୁ ଏହି ପରମ୍ପରା ଏଠାରେ ଚାଲିଆସୁଛି; ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ବି ଜମୁଛି।

* ଫୁଲେରା ଦୁଜ୍‌: ଏହା ବି ଏକପ୍ରକାର ନିଆରା ହୋଲି ଉତ୍ସବ। ଏଥିରେ ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ଖେଳାଯାଏ। କାରଣ ଏକଦା ପ୍ରଭୂ ଶ୍ରୀକୃଷ୍ଣ କାମରେ ବ୍ୟସ୍ତ ରହି ରାଧାରାଣୀଙ୍କୁ ଦେଖା କରିବାକୁ ନଯିବାରୁ ରାଧା ଦୁଃଖରେ ଥାନ୍ତି। ତାଙ୍କ ଦୁଃଖ ଦେଖି ଅନ୍ୟ ଗୋପୀମାନେ ବି ଦୁଃଖ କରନ୍ତି; ଯାହାର ପ୍ରଭାବ ପ୍ରକୃତି ଉପରେ ପଡେ। ଗଛଲତା, ଫୁଲ, ପତ୍ର ହଠାତ୍‌ ସବୁ ଝାଉଁଳିଯାଏ। ଏହାଦେଖି ଶ୍ରୀକୃ୍‌ଷ୍ଣ ଘଟଣା ସମ୍ପର୍କରେ ଜାଣିପାରି ରାଧାଙ୍କୁ ଦେଖା କରିବାକୁ ଯାଇ ତାଙ୍କୁ ମନେଇବାକୁ ତାଙ୍କ ଉପରକୁ କିଛି ମଉଳି ଯାଇଥିବା ଫୁଲ ପକାନ୍ତି। ରାଧା ଓ ଗୋପୀମାନେ ବି ପ୍ରଭୂଙ୍କ ଉପରକୁ ଫୁଲ ପକାନ୍ତି। ଧୀରେଧୀରେ ମାହୋଲ ହସଖୁସିରେ ଭରିଯାଏ; ଯାହାର ପ୍ରଭାବରେ ମଉଳି ଯାଇଥିବା ଗଛଲତା, ଫୁଲପତ୍ର ବି ପୁଣି ତାଜା ହୋଇଉଠନ୍ତି। ସେବେଠାରୁ ଏହି ପରମ୍ପରାକୁ ଫୁଲେରା ଦୁଜ ଭାବେ ମଧୁରା, ବୃନ୍ଦାବନ ତଥା ବରାସାନାରେ ଥିବା ସମସ୍ତ ରାଧାକୃଷ୍ଣ ମନ୍ଦିରରେ ପାଳନ କରାଯାଇଥାଏ। ଭକ୍ତଗଣ ଦିନତମାମ୍‌ ରାଧାକୃଷ୍ଣଙ୍କ ଉପରେ ଏତେ ଫୁଲ ପକାନ୍ତି ଯେ, ମନ୍ଦିର ପରିସର ଫୁଲରେ ଭର୍ତ୍ତି ହୋଇଯାଏ। ଏହି ଉତ୍ସବଟି ହୋଲିର କିଛିଦିନ ପୂର୍ବରୁ ଏଠାରେ ପାଳିତ ହେଉଥିଲେ ହେଁ; ଏହାକୁ ହୋଲିର ପ୍ରାରମ୍ଭ ବୋଲି ବି କୁହାଯାଇଥାଏ।

* ଶାନ୍ତିନିକେତନ: ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ଲୋକପ୍ରିୟ କବି ରବୀନ୍ଦ୍ରନାଥ ଟାଗୋର ଶାନ୍ତିନିକେତନରେ ଏହି ଉତ୍ସବ ପ୍ରଥମେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ଖେଳ ସାଙ୍ଗକୁ ଗୀତ ଓ ନାଚର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ୍‌ କରିଦିଏ।

* ପୁରୁଲିଆ: ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ବି ଖୁବ୍‌ ସମୃଦ୍ଧ। ଏଠାରେ ପ୍ରତି ପର୍ବ ସମୟରେ ପାରମ୍ପରିକ ନୃତ୍ୟକଳାର ଝଲକ ଦେଖିବାକୁ ମିଳିଥାଏ। ଖାସ୍‌ କରି ହୋଲିରେ ସ୍ଥାନୀୟ ବାସିନ୍ଦା ଅବିରରେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି; ଯାହା ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

* ଉଦୟପୁର: ରାଜସ୍ଥାନର ଉଦୟପୁରରେ ରୟାଲ୍‌ ହୋଲି ଦେଖିବାର ମଜା ହିଁ କିଛି ନିଆରା ଲାଗେ; ଯାହାର ମୁଖ୍ୟ ଆକର୍ଷଣ ଥାଏ ହୋଲିକା ଦହନ। ଏହାକୁ ମୁଖ୍ୟତଃ ସ୍ଥାନୀୟ ମଓ୍ବୋଡ୍‌ ରାଜ ପରିବାରର ବଂଶଧରମାନେ ପାଳନ କରିଥାନ୍ତି। ହୋଲିକା ଦହନ ପାଇଁ ଯିବା ପୂର୍ବରୁ ରାଜ ପରିବାରର ପ୍ରତ୍ୟେକ ସଦସ୍ୟ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ସେମାନଙ୍କ ସହିତ ସୁସଜ୍ଜିତ ଘୋଡା ଏବଂ ରୟାଲ୍‌ ବ୍ୟାଣ୍ଡ ମଧ୍ୟ ଶୋଭାଯାତ୍ରାରେ ଯାଇଥାଏ; ଯାହା ଦେଖିବାକୁ ବେଶ୍‌ ଆକର୍ଷକ ହୋଇଥାଏ।
ଏସବୁବାଦ୍‌ ହୋଲି ଅବସରରେ ପଞ୍ଜାବର ହୋଲା ମୋହଲ୍ଲା, ମହାରାଷ୍ଟ୍ରର ରଙ୍ଗ ପଞ୍ଚମୀ, କେରଳର ମଞ୍ଜୁଲ୍‌ କୁଲି ତଥା ଦିଲ୍ଲୀର ମ୍ୟୁଜିକାଲ୍‌ ହୋଲି ଦେଖିବାକୁ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri