Posted inଜାତୀୟ

ନୀତୀଶଙ୍କୁ ଉତ୍ତର ଦେଲେ ପିକେ, କହିଲେ ବୟସ ବଢ଼ିବା ଯୋଗୁ କିଛି କହିବାକୁ ଚାହିଁ ଅନ୍ୟ କଥା କହୁଛନ୍ତି…

ପାଟନା,୯।୧୦ : ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଆଣିଥିବା ଗୁରୁତର ଅଭିଯୋଗକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଉତ୍ତର ଦେଇଛନ୍ତି। ନୀତୀଶଙ୍କ ଏକ ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ ବର୍ତ୍ତମାନ ଧୀରେ ଧୀରେ ତାଙ୍କ ବୟସର ପ୍ରଭାବ ଦେଖିବାକୁ ମିଳୁଛି। ସେ ଏକୁଟିଆ ପଡ଼ିଯାଇଛନ୍ତି ଯେଉଁଥିପାଇଁ ସେ କିଛି କହିବାକୁ ଚାହୁଁଛନ୍ତି କିନ୍ତୁ ଅନ୍ୟ କିଛି କହି ଦେଉଛନ୍ତି।

ସେ କହୁଛନ୍ତି ଯେ ମୁଁ ଭାଜପାର ଏଜେଣ୍ଡା ଉପରେ କାମ କରୁଛି। ଏହା ସହିତ ପୁଣି କହୁଛନ୍ତି ଯେ ମୁଁ ତାଙ୍କୁ ଜେଡିୟୁକୁ କଂଗ୍ରେସ ସହିତ ମିଶ୍ରଣ କରିବାକୁ କହିଥିଲି। ଯଦି ମୁଁ ଭାଜପାର ଏଜେଣ୍ଡା ଉପରେ କାମ କରିବି ତେବେ କଂଗ୍ରେସ ଏବଂ ଜେଡିୟୁକୁ ମଜବୁତ କରିବା ପାଇଁ ସେମାନଙ୍କୁ କାହିଁକି ଏକାଠି ହେବାକୁ କହିବି ବୋଲି ପିକେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ ଥରେ ପ୍ରଶାନ୍ତ ମୋ ପାଖକୁ ଆସି ଦଳକୁ କଂଗ୍ରେସ ସହ ମିଶ୍ରଣ କରିବାକୁ କହିଥିଲେ, ମୁଁ ମନା କରିଥିଲି। େ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାବେଳେ ନୀତୀଶ କୁମାର କହିଥିଲେ ଯେ ଆମେ ତାଙ୍କୁ ସାକ୍ଷାତ କରିବାକୁ ପ୍ରଶାନ୍ତ କିଶୋରଙ୍କୁ ଡାକି ନଥିଲୁ, ସେ ନିଜେ ଆସିଥିଲେ। ପ୍ରଶାନ୍ତ କିଶୋର କେବଳ ମିଛ କହୁଛନ୍ତି। ସେ ପୂର୍ବରୁ ମୋ ସହିତ ମୋ ଘରେ ରହୁଥିଲେ। ବର୍ତ୍ତମାନ ତାଙ୍କ ବିଷୟରେ ମୁଁ କ’ଣ କହିବି ? ସେ ଯେଉଁଠାକୁ ଯିବାକୁ ଚାହାଁନ୍ତି, ସେଠାକୁ ଯାଆନ୍ତୁ। ମୋର ସେଥିରେ କିଛି ଯାଏ ଆସେ ନାହିଁ।

ନୀତୀଶଙ୍କ ଏହି ଅଭିଯୋଗର ଉତ୍ତର ପ୍ରଶାନ୍ତ କିଶୋର ରବିବାର ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା, ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ…

ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ...

ସିବିଆଇ ସମ୍ମୁଖରେ ଶନିବାର ବି ହାଜର ହେବେନି ତେଜସ୍ବୀ

ନୂଆଦିଲ୍ଲୀ,୧୧।୩: ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରର...

ଉତ୍ତରାଧିକାରୀ ବାଛିବାକୁ ସିଜେଆଇଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୩ (ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ ଆଉ ମାସେ ପରେ ଅବସର ନେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଲାଗି ସରକାର...

୭ ବର୍ଷରେ ୩,୭୮୨ ଭୂସ୍ଖଳନ

ନୂଆଦିଲ୍ଲୀ, ୧୬।୧: ଭୂସ୍ଖଳନ ପାଇଁ ଉତ୍ତରାଖଣ୍ଡର ଜୋଷୀମଠବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଦିନ ବିତିବା ସାଙ୍ଗକୁ ଏହି କ୍ଷୁଦ୍ର ସହର ଧୀରେ ଧୀରେ ମାଟି...

କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ...

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ: ରାସ୍ତାକଡ଼ରେ ଲାଗିଲା ହୋଡିଂ

ଅହମଦାବାଦ୍‌,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା

ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ...

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ନ ହେବାରୁ ଶିବସେନା ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ, ୨୪।୧୧: ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଭାଙ୍ଗି ଯାଇଛି। ଦେବେନ୍ଦ୍ର ଫଡନବୀଶ ଲଗାତର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା...

Advertisement
Archives

Model This Week