ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ

ପୁରୀ ଅଫିସ,୩୦।୯: ପିପିଲି ଉପନିର୍ବାଚନକୁ ନେଇ ଗୁରୁବାର ମତଦାନ ଜାରି ରହିଛି। ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି। ପୂର୍ବରୁ ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬% ଏବଂ ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ ହୋଇଥିଲା।

ପ୍ରକାଶ ଯେ, ଏହି ଉପନିର୍ବାଚନରେ ପିପିଲିର ୨ ଲକ୍ଷ ୨୯ ହଜାର ୯୯୮ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମତଦାନ ପାଇଁ ୩୪୮ କେନ୍ଦ୍ର କରାଯାଇଥିବା ବେଳେ ସେଥିରୁ ୨୦୧ ସମ୍ବେଦନଶୀଳ ରହିଛି। ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୭୫ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିଭଳି ୨୩ ବୁଥ୍‌ରେ ମାଇକ୍ରୋ ଅବ୍‌ଜରଭର୍‌ ମୁତୟନ ହୋଇଛନନ୍ତି।