ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଚଳିତମାସ ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶନିବାର ଘୋଷଣା କରିଛନ୍ତି। ତେବେ କରୋନା ଯୋଗୁ ଏହା ସ୍ଥଗିତ ଥିଲା। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ହେବ। ଅକ୍ଟୋବର ୩ରେ ଭୋଟ୍‌ ଗଣତି ହେବ। ତେବେ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ମାତ୍ର ୯ ଦିନ ପାଇଁ କ୍ୟାମ୍ପେନ୍‌ ହେବ। ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଡ୍‌ ଶୋ’, ବାଇକ ଓ ସାଇକେଲ ରାଲିକୁ ମନା କରାଯାଇଛି। ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣଙ୍କୁ ଅନୁମତି ମିଳିଛି। ରଣାଙ୍ଗନରେ ୧୦ ପ୍ରାର୍ଥୀ ଅଛନ୍ତି। ତେଣୁ ଆଉ ନୂଆ ପ୍ରାର୍ଥିପତ୍ର ଦାଖଲ ହେବ ନାହିଁ। ପୂର୍ବରୁ ୨ ଥର ନିର୍ବାଚନ ତାରିଖ ଘୁଞ୍ଚିଥିଲା।

ସୂଚନାଯୋଗ୍ୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ସ୍ଥାନ ଖାଲିପଡ଼ିଛି।