ପୁଣି ବଦଳିଲା ତାରିଖ: ମେ’ ୧୬ରେ ପିପିଲି ଭୋଟ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପୁଣି ଥରେ ବଦଳିଛି ପିପିଲି ଉପନିର୍ବାଚନ ତାରିଖ। ପୂର୍ବରୁ ମେ’ ୧୩ ତାରିଖର ଭୋଟ୍‌ ଗ୍ରହଣ ନେଇ ଘୋଷଣା କରାଯାଇଥିଲା। ହେଲେ ଏବେ ମେ’ ୧୬ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିଭଳି ମେ’ ୧୯ରେ ଭୋଟ ଗଣତି ହେବ। ତେବେ ୧୩ରେ ଇଦ୍‌-ଉଲ୍‌-ଫିତର ପଡ଼ୁଥିବାରୁ ତାରିଖକୁ ନିର୍ବାଚନ କମିଶନ ପରିବର୍ତ୍ତନ କରିଛନ୍ତି।