ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି, ୩।୪(ଡି.ଏନ୍‌.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି। ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଓ ବାଇକ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଭାଜପା ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ଅଣାଯାଇ ସମ୍ପୃକ୍ତ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଧାରଣା ଦିଆଯିବା ସହ ପିପିଲି ଥାନା ଘେରାଉ କରାଯାଇଛି। ଅନ୍ୟପକ୍ଷରେ ଭାଜପା କର୍ମୀଙ୍କ ବିରୋଧରେ ଜଣେ ମହିଳା ପାଲଟା ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ବାମୀଙ୍କୁ ଭାଜପା କର୍ମୀ ମାଡ଼ ମାରିଥିବା ଓ ସେ ନିଖୋଜ ଥିବା ନେଇ ମହିଳା ଜଣକ ପୋଲିସ ନିକଟରେ ଏତଲା ଦେଇଛନ୍ତି। ଉକ୍ତ ମହିଳାଙ୍କ ସମେତ ବହୁସଂଖ୍ୟକ ମହିଳା ଓ ବିଜେଡି କର୍ମୀ ଥାନା ଆଗରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେଠାରେ ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନରେ ଭାଜପାର ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସହଜପୁର ପଞ୍ଚାୟତରେ ନିଜର ନିର୍ବାଚନ ପ୍ର୦ଚାର ଅଭିଯାନ ଚଳାଇଥିଲେ। ସେ ସମର୍ଥକଙ୍କ ସହ ଯାଉଥିବାବେଳେ ରାଇଗୁରପୁର ଗ୍ରାମରେ କୌଣସି କାରଣକୁ ନେଇ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସୁହାଗପୁର ଗ୍ରାମର ଭାଜପା କର୍ମୀ ଚିତ୍ତରଞ୍ଜନ ନାୟକଙ୍କୁ ସୁବୁଦ୍ଧିପଡ଼ା ଗ୍ରାମର ବିପିନ ବେହେରା ଆକ୍ରମଣ କରିବା ସହ ବିଭିନ୍ନ ଧମକଚମକ ଦେଇଥିବା ଓ ବାଇକ୍‌ ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଭାଜପା ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା, ଓମ୍‌ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ସମର୍ଥକମାନେ ରାଇଗୁରପୁରଠାରେ ପ୍ରାୟ ୪ଘଣ୍ଟା ଧାରଣାରେ ବସିଥିଲେ। ପରେ ସେମାନେ ସେଠାରୁ ଆସି ଅପରାହ୍ନ ସାଢେ ୪ଟାରେ ପିପିଲି ଥାନା ଘେରାଉ କରିବା ସହ ଧାରଣା ଦେଇଥିଲେ। ଏଥିରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ବିଧାୟକ ରବି ମଲ୍ଲିକ, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ। ତେବେ ଏହି ସମୟରେ ବିପିନଙ୍କ ସ୍ତ୍ରୀ ରଶ୍ମିତା ବେହେରା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ଭାଜପା କର୍ମୀମାନେ ମାଡ଼ ମାରିଥିବାବେଳେ ସେ ନିଖୋଜ ଅଛନ୍ତି। ଭାଜପା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରଶ୍ମିତାଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ବିଜେଡି କର୍ମୀ ପିପିଲି ଥାନା ପରିସରରେ ଧାରଣା ଦେଇଥିଲେ। ଖବର ପାଇ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ବାଇଁ ଓ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ ପିପିଲି ଥାନାରେ ପହଞ୍ଚି ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ବୁଝାଶୁଝା କରି ସେଠାରୁ ନେଇଯାଇଥିଲେ। ତେବେ ଭାଜପା କର୍ମୀ ଓ ସମର୍ଥକମାନେ ଆନ୍ଦୋଳନ ଜାରି ରଖିଥିଲେ। ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‌ଡିପିଓ ଦେବଦତ୍ତ ବରାଳ ଏବଂ ପୁରୀ ଅତିରିକ୍ତ ଏସ୍‌ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ସେଠାରେ ପହଞ୍ଚି ଧାରଣାରତ ଭାଜପା କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଭାଜପାର ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

ସୁରକ୍ଷା ଯୋଗାଇ ଦିଆଯାଉ: ପୃଥ୍ବୀରାଜ
ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଭୟମୁକ୍ତ ଶାସନ ହେବା ସହ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ। ଘରେ ପଶିଲା ବେଳକୁ ଚାଳ ବାଜିଲା ପରି ନିର୍ବାଚନ ଆରମ୍ଭ ହେଉ ହେଉ ଭାଜପା କର୍ମୀଙ୍କୁ ଆକ୍ରମଣ କରାଯିବା ସହ ହିଂସାର ବାତାବରଣ ସୃଷ୍ଟି କରାଯାଉଛି। ତେଣୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୪ଘଣ୍ଟା ଭିତରେ ଗିରଫ କରାଯିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ହିଂସାକାଣ୍ଡ ହୋଇଥିବା ଗ୍ରାମରେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ଭୋଟରଙ୍କୁ ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇବାକୁ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଦାବି କରିଛନ୍ତି। ଏଥିରେ ଯଦି ପୋଲିସ ଅବହେଳା କରେ ତେବେ ପୁଣି ଥାନା ଘେରାଉ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।

ଭାଜପାକୁ ପରାଜୟ ଭୟ ଘାରିଛି: ଅନନ୍ତ
ପିପିଲିରେ ବିଜେଡିର ଲୋକପ୍ରିୟତା ଓ ବିଜେଡି ପ୍ରାର୍ଥୀଙ୍କ ବିଶାଳ ରାଲିକୁ ଦେଖିବା ପରେ ଭାଜପାକୁ ପରାଜୟ ଭୟ ଘାରିଛି। ଫଳରେ ଏକ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଆକ୍ରମଣ ଘଟଣାକୁ ଭାଜପା ଅତିରଞ୍ଜିତ କରି ରାଜନୀତି କରୁଛି। ବିଜେଡି ଉପରେ ଆକ୍ରମଣର ମିଥ୍ୟା ଅଭିଯୋଗ ଲଗାଯାଇଛି। ବିଜେଡି ସଦାବେଳେ ଶାନ୍ତି ଓ ଅହିଂସାକୁ ଭଲ ପାଏ। ତେଣୁ ଉକ୍ତ ଘଟଣାରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

ଘଟଣାକୁ ନିନ୍ଦା କରୁଛି: ନିଶିକାନ୍ତ
କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ଆମ ଦଳ ହିଂସାରେ ବିଶ୍ୱାସ କରେନାହିଁ। ତେଣୁ ଏହି ଘଟଣାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ପିପିଲିବାସୀ ସର୍ବଦା ଶାନ୍ତି ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri