ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି, ୩।୪(ଡି.ଏନ୍‌.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି। ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଓ ବାଇକ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଭାଜପା ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ଅଣାଯାଇ ସମ୍ପୃକ୍ତ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଧାରଣା ଦିଆଯିବା ସହ ପିପିଲି ଥାନା ଘେରାଉ କରାଯାଇଛି। ଅନ୍ୟପକ୍ଷରେ ଭାଜପା କର୍ମୀଙ୍କ ବିରୋଧରେ ଜଣେ ମହିଳା ପାଲଟା ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ବାମୀଙ୍କୁ ଭାଜପା କର୍ମୀ ମାଡ଼ ମାରିଥିବା ଓ ସେ ନିଖୋଜ ଥିବା ନେଇ ମହିଳା ଜଣକ ପୋଲିସ ନିକଟରେ ଏତଲା ଦେଇଛନ୍ତି। ଉକ୍ତ ମହିଳାଙ୍କ ସମେତ ବହୁସଂଖ୍ୟକ ମହିଳା ଓ ବିଜେଡି କର୍ମୀ ଥାନା ଆଗରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେଠାରେ ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନରେ ଭାଜପାର ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସହଜପୁର ପଞ୍ଚାୟତରେ ନିଜର ନିର୍ବାଚନ ପ୍ର୦ଚାର ଅଭିଯାନ ଚଳାଇଥିଲେ। ସେ ସମର୍ଥକଙ୍କ ସହ ଯାଉଥିବାବେଳେ ରାଇଗୁରପୁର ଗ୍ରାମରେ କୌଣସି କାରଣକୁ ନେଇ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସୁହାଗପୁର ଗ୍ରାମର ଭାଜପା କର୍ମୀ ଚିତ୍ତରଞ୍ଜନ ନାୟକଙ୍କୁ ସୁବୁଦ୍ଧିପଡ଼ା ଗ୍ରାମର ବିପିନ ବେହେରା ଆକ୍ରମଣ କରିବା ସହ ବିଭିନ୍ନ ଧମକଚମକ ଦେଇଥିବା ଓ ବାଇକ୍‌ ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଭାଜପା ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା, ଓମ୍‌ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ସମର୍ଥକମାନେ ରାଇଗୁରପୁରଠାରେ ପ୍ରାୟ ୪ଘଣ୍ଟା ଧାରଣାରେ ବସିଥିଲେ। ପରେ ସେମାନେ ସେଠାରୁ ଆସି ଅପରାହ୍ନ ସାଢେ ୪ଟାରେ ପିପିଲି ଥାନା ଘେରାଉ କରିବା ସହ ଧାରଣା ଦେଇଥିଲେ। ଏଥିରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ବିଧାୟକ ରବି ମଲ୍ଲିକ, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ। ତେବେ ଏହି ସମୟରେ ବିପିନଙ୍କ ସ୍ତ୍ରୀ ରଶ୍ମିତା ବେହେରା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ଭାଜପା କର୍ମୀମାନେ ମାଡ଼ ମାରିଥିବାବେଳେ ସେ ନିଖୋଜ ଅଛନ୍ତି। ଭାଜପା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରଶ୍ମିତାଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ବିଜେଡି କର୍ମୀ ପିପିଲି ଥାନା ପରିସରରେ ଧାରଣା ଦେଇଥିଲେ। ଖବର ପାଇ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ବାଇଁ ଓ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ ପିପିଲି ଥାନାରେ ପହଞ୍ଚି ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ବୁଝାଶୁଝା କରି ସେଠାରୁ ନେଇଯାଇଥିଲେ। ତେବେ ଭାଜପା କର୍ମୀ ଓ ସମର୍ଥକମାନେ ଆନ୍ଦୋଳନ ଜାରି ରଖିଥିଲେ। ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‌ଡିପିଓ ଦେବଦତ୍ତ ବରାଳ ଏବଂ ପୁରୀ ଅତିରିକ୍ତ ଏସ୍‌ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ସେଠାରେ ପହଞ୍ଚି ଧାରଣାରତ ଭାଜପା କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଭାଜପାର ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

ସୁରକ୍ଷା ଯୋଗାଇ ଦିଆଯାଉ: ପୃଥ୍ବୀରାଜ
ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଭୟମୁକ୍ତ ଶାସନ ହେବା ସହ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ। ଘରେ ପଶିଲା ବେଳକୁ ଚାଳ ବାଜିଲା ପରି ନିର୍ବାଚନ ଆରମ୍ଭ ହେଉ ହେଉ ଭାଜପା କର୍ମୀଙ୍କୁ ଆକ୍ରମଣ କରାଯିବା ସହ ହିଂସାର ବାତାବରଣ ସୃଷ୍ଟି କରାଯାଉଛି। ତେଣୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୪ଘଣ୍ଟା ଭିତରେ ଗିରଫ କରାଯିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ହିଂସାକାଣ୍ଡ ହୋଇଥିବା ଗ୍ରାମରେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ଭୋଟରଙ୍କୁ ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇବାକୁ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଦାବି କରିଛନ୍ତି। ଏଥିରେ ଯଦି ପୋଲିସ ଅବହେଳା କରେ ତେବେ ପୁଣି ଥାନା ଘେରାଉ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।

ଭାଜପାକୁ ପରାଜୟ ଭୟ ଘାରିଛି: ଅନନ୍ତ
ପିପିଲିରେ ବିଜେଡିର ଲୋକପ୍ରିୟତା ଓ ବିଜେଡି ପ୍ରାର୍ଥୀଙ୍କ ବିଶାଳ ରାଲିକୁ ଦେଖିବା ପରେ ଭାଜପାକୁ ପରାଜୟ ଭୟ ଘାରିଛି। ଫଳରେ ଏକ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଆକ୍ରମଣ ଘଟଣାକୁ ଭାଜପା ଅତିରଞ୍ଜିତ କରି ରାଜନୀତି କରୁଛି। ବିଜେଡି ଉପରେ ଆକ୍ରମଣର ମିଥ୍ୟା ଅଭିଯୋଗ ଲଗାଯାଇଛି। ବିଜେଡି ସଦାବେଳେ ଶାନ୍ତି ଓ ଅହିଂସାକୁ ଭଲ ପାଏ। ତେଣୁ ଉକ୍ତ ଘଟଣାରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

ଘଟଣାକୁ ନିନ୍ଦା କରୁଛି: ନିଶିକାନ୍ତ
କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ଆମ ଦଳ ହିଂସାରେ ବିଶ୍ୱାସ କରେନାହିଁ। ତେଣୁ ଏହି ଘଟଣାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ପିପିଲିବାସୀ ସର୍ବଦା ଶାନ୍ତି ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri