ବୋଝ ଉପରେ ନଳିତା ବିଡ଼ା: ବାଂଲାଦେଶରେ ଆର୍ଥିକ ସଙ୍କଟ ସହିତ ବିଦ୍ୟୁତ କାଟ୍‌, ଗରମରେ ଲୋକେ ଛଟପଛ…

ଢାକା,୧୧।୬ : ବାଂଲାଦେଶରେ ଗୋଟିଏ ପରେ ଗୋଟିଏ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ପରି ଲଦି ହେବାରେ ଲାଗିଛି। ଆର୍ଥିକ ସଙ୍କଟ ଦେଇ ଜତି କରୁଥିବା ଦେଶରେ ଏବେ ବିଦ୍ୟୁତ ଶକ୍ତିର ଅଭାବ ଦେଖାଦେଇଛି। ଫଳରେ ଖରାଦିନେ ଦେଶରେ ମାତ୍ରାଧିକ ବିଦ୍ୟୁତ କାଟ୍‌ ହେଉଛି। ଲୋକେ ଗରମରେ ଛଟପଟ ହେଉଛନ୍ତି ବୋଲି ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି।

ସମ୍ପ୍ରତି ଦେଶରେ ହାରାହାରି ତାପମାତ୍ରା ୪୧ ଡିଗ୍ରୀ ସେଲସିୟସରେ ରହିଛି। ବିଦ୍ୟୁତର ଚାହିଦା ବଢ଼ିବାରେ ଲାଗିଛି। ତେବେ ଏହାକୁ ପୂରଣ କରିବାକୁ ଅଧିକାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ଯୋଗାଣକାରୀମାନେ ପର୍ଯ୍ୟା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ କୋଇଲା ଯୋଗାଣ ବନ୍ଦ କରିଦେଇଛନ୍ତି। ଯାହା ପ୍ରତିଦିନ ୧,୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିଥାଏ । ଯୋଗାଣକାରୀମାନେ ଅଭିଯୋଗ କରିଛନ୍ତି ସେମାନେ ଯୋଗାଉଥିବା କୋଇଲା ପାଇଁ ସେମାନଙ୍କୁ ଅର୍ଥ ଦିଆଯାଇ ନାହିଁ। ଏହି ପାୱାର ପ୍ଲାଣ୍ଟ କେବେ ପୁଣି କାର୍ଯ୍ୟକ୍ଷମ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ବାଂଲାଦେଶର ଶକ୍ତି ମନ୍ତ୍ରୀ ନାସରୁଲ ହମିଦ ଏହି ସପ୍ତାହରେ ସଂସଦକୁ କହିଛନ୍ତି ବର୍ତ୍ତମାନ ଦେଶରେ ୨୫୦୦ ମେଗାୱାଟ ବିଦ୍ୟୁତ ଅଭାବ ରହିଛି। ଏହି କାରଣରୁ, ଗ୍ରାମାଞ୍ଚଳରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଲୋଡ ସେଡିଙ୍ଗ କରିବାକୁ ପଡିବ। ବିଦ୍ୟୁତରେ ବାରମ୍ବାର କାଟ ଶିଳ୍ପ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ସାଧାରଣ ଲୋକ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି।

ଦେଶ ଅସ୍ବାଭାବିକ ଉତ୍ତାପର ସମ୍ମୁଖୀନ ହେଉଥିବା ସମୟରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଉତ୍ତାପ ଲହର ଯୋଗୁଁ କିଛି ଲୋକ ପ୍ରାଣ ହରାଇଛନ୍ତି କିମ୍ବା ଅସୁସ୍ଥ ହୋଇପଡିଥିବାର ଖବର ମଧ୍ୟ ଆସିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ସପ୍ତାହରେ ସାରା ଦେଶରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିଥିଲେ। ରୋଗ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ମୁଖ୍ୟ ନଜମୁଲ ଇସଲାମ ମୁନ୍ନା ନିକ୍କାଇ କହିଛନ୍ତି ଉତ୍ତାପ ଲହର ଦେଶରେ ଏକ ଜନସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?