ତିନି ମହଲା ଛାତରୁ ପଡ଼ିଗଲେ ପାଇପ୍‌ କାରିଗର: ଚାଲିଗଲା ଜୀବନ

ବରଗଡ଼ ଅଫିସ,୨୬।୧୦: ବରଗଡ଼ ସହରର ଏକ ଆପାର୍ଟମେଣ୍ଟର ତିନି ମହଲା ଛାତ ଉପରୁ ପଡ଼ି ସୋମବାର ଜଣେ ପାଇପ୍‌ କାରିଗରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଗଡ଼ ପୌରପରିଷଦ ଅଧୀନ ୱାର୍ଡ ନଂ-୨ର ବିଜୟ ମଲ୍ଲିକ(୩୦)।
ପ୍ରକାଶ ଯେ, ବିଜୟ ଉକ୍ତ ଆପାର୍ଟମେଣ୍ଟର ଛାତ ଉପରେ ପାଇପ କାମ କରୁଥିବା ସମୟରେ ହଠାତ୍‌ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।