ପିଅନ ସମ୍ଭାଳୁଛନ୍ତି ପ୍ରାଣୀଧନ ସେବା

ପରଜଙ୍ଗ, ୨୬।୭(ଡି.ଏନ୍‌.ଏ.) କେଉଁଠି ଫାଟୁଆ ତ ଆଉ କେଉଁଠି ବ୍ୟାପିଲାଣି ବଜବଜିଆ ଭଳି ସଂକ୍ରାମକ ରୋଗ। ରୋଗାକ୍ରାନ୍ତ ଗୃହପାଳିତ ପ୍ରାଣୀମାନେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ହେଲେ ସେମାନଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରୁଛି ନା ସାମୂହିକ ଟିକାକରଣ କାର୍ଯ୍ୟକ୍ରମ ଆଗକୁ ଯାଇପାରୁଛି। କେବଳ ଏତିକି ନୁହେଁ, ସମୟ ଅସମୟରେ ଗାଈ, ବଳଦ, ଛେଳି, ମେଣ୍ଢାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଲେ ସାମାନ୍ୟତମ ସେବା ମିଳିପାରୁନାହିଁ। ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟରେ ଗତ ମାର୍ଚ୍ଚରୁ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ୪ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ଏତେବଡ଼ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଦାୟିତ୍ୱ ସମ୍ଭାଳୁଛନ୍ତି ମାତ୍ର ୨ ପିଅନ। ଏବେ ବିଭିନ୍ନ ସ୍ଥାନରେ ବର୍ଷାଦିନିଆ ରୋଗ ଆତଙ୍କ ଦେଖାଦେଇଥିବାବେଳେ ଗୃହପାଳିତ ପ୍ରାଣୀଙ୍କୁ ଆବଶ୍ୟକ ସେବା ମିଳିପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପରଜଙ୍ଗ ବଜାର ମୁଖ୍ୟ ରାସ୍ତାରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ମରୁଡ଼ି ଦେଖାଦେଇଛି। ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ଦାୟିତ୍ୱ ସମ୍ଭାଳୁଥିବା ଡାକ୍ତରଙ୍କ ଗତ ମାର୍ଚ୍ଚରୁ ଅନ୍ୟତ୍ର ବଦଳି ହୋଇଯିବା ପରେ ଅଦ୍ୟାବଧି ଏହି ପଦବୀ ଖାଲି ପଡ଼ିଛି। କାମାକ୍ଷାନଗର ପ୍ରାଣୀଧନ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଡାକ୍ତର ପରଜଙ୍ଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି। ସମ୍ପୃକ୍ତ ଡାକ୍ତର ସପ୍ତାହକୁ ମାତ୍ର ୨ଦିନ ଆସୁଛନ୍ତି। ସେଥିରେ ବି ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ପରଜଙ୍ଗ ହେଡ୍‌କ୍ୱାର୍ଟର ପ୍ରାଣୀଧନ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଜଣ ଭେଟେରିନାରି ସର୍ଜନ (ଭିଏସ୍‌), ଜଣେ ଲାଇଭ୍‌ଷ୍ଟକ ଇନ୍ସପେକ୍ଟର (ଏଲ୍‌ଆଇ) ଏବଂ ୩ଜଣ ପିଅନ ରହିବା କଥା। ହେଲେ ଦୀର୍ଘଦିନ ହେଲା କେବଳ ୨ଜଣ ପିଅନରେ କାମ ଚାଲିଛି। କୌଣସି ଜରୁରୀ କାର୍ଯ୍ୟରେ ସେମାନଙ୍କ ମଧ୍ୟରୁ କେହି ଛୁଟିରେ ରହିଲେ ତାଲା ବନ୍ଦ ରହୁଛି। ଫଳରେ ଦୂରଦୂରାନ୍ତରୁ ପୋଷାପ୍ରାଣୀଙ୍କ ଚିକିତ୍ସା ପାଇଁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି। ଅନ୍ୟପଟେ ପରଜଙ୍ଗ ଗୋଷ୍ଠୀ ଚିକିତ୍ସାଳୟ ଅଧୀନରେ ମାଣିକମରା, କୁଆଳୋ, ସରାଙ୍ଗ, କଙ୍କଡାସୋଡ଼ା, ମୁକ୍ତାପଶି, ବସୋଇ, ସାଆନ୍ଦା, ପାଟରପଦା, କନ୍ଦରସିଂହା ଉପକେନ୍ଦ୍ର ରହିଛି। ଏହି ସବୁ ଶାଖା ପ୍ରାଣୀ ଚିକିତ୍ସାଳୟରେ ମାତ୍ର ୪ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସଂକ୍ରାମକ ରୋଗ ବ୍ୟାପିଲେ ଗୋପାଳକ, ଛେଳିପାଳକମାନେ ପରଜଙ୍ଗ ଆସି ପରାମର୍ଶ ନେଇଥାଆନ୍ତି। ହେଲେ କର୍ମଚାରୀ ମରୁଡ଼ି ଯୋଗୁ ସବୁଠି ପୋଷାପ୍ରାଣୀ ଚିକିତ୍ସାର ବିକଳ ଦୃଶ୍ୟ ନଜରକୁ ଆସୁଛି। ପରଜଙ୍ଗ ବ୍ଲକ ଭଳି କୃଷିପ୍ରଧାନ ଅଞ୍ଚଳରେ ପୋଷାପ୍ରାଣୀଙ୍କ ଚିକିତ୍ସା ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗର ଉପନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ନନ୍ଦ କୁହନ୍ତି, ପୂର୍ବରୁ ପରଜଙ୍ଗ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟରେ ୩ଜଣ ଡାକ୍ତର ଦାୟିତ୍ୱରେ ଥିଲେ। ତେବେ ପର୍ଯ୍ୟାୟକ୍ରମେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ, ଭ୍ରାମ୍ୟମାଣ ଚିକିତ୍ସାଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ଅଧିକାରୀଙ୍କୁ ଯେଉଁ ସ୍ଥାନକୁ ବଦଳି କରାଯାଇଥିଲା, ସେମାନେ ସେଠାକାର ଦାୟିତ୍ୱ ନେଇନାହାନ୍ତି। କାମାକ୍ଷାନଗର ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପରଜଙ୍ଗ ଦାୟିତ୍ୱ ଦିଆଯାଇଛି। ସରକାରୀସ୍ତରରେ ଖୁବ୍‌ଶୀଘ୍ର ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?