ପିଅନ ସମ୍ଭାଳୁଛନ୍ତି ପ୍ରାଣୀଧନ ସେବା

ପରଜଙ୍ଗ, ୨୬।୭(ଡି.ଏନ୍‌.ଏ.) କେଉଁଠି ଫାଟୁଆ ତ ଆଉ କେଉଁଠି ବ୍ୟାପିଲାଣି ବଜବଜିଆ ଭଳି ସଂକ୍ରାମକ ରୋଗ। ରୋଗାକ୍ରାନ୍ତ ଗୃହପାଳିତ ପ୍ରାଣୀମାନେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ହେଲେ ସେମାନଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରୁଛି ନା ସାମୂହିକ ଟିକାକରଣ କାର୍ଯ୍ୟକ୍ରମ ଆଗକୁ ଯାଇପାରୁଛି। କେବଳ ଏତିକି ନୁହେଁ, ସମୟ ଅସମୟରେ ଗାଈ, ବଳଦ, ଛେଳି, ମେଣ୍ଢାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଲେ ସାମାନ୍ୟତମ ସେବା ମିଳିପାରୁନାହିଁ। ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟରେ ଗତ ମାର୍ଚ୍ଚରୁ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ୪ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ଏତେବଡ଼ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଦାୟିତ୍ୱ ସମ୍ଭାଳୁଛନ୍ତି ମାତ୍ର ୨ ପିଅନ। ଏବେ ବିଭିନ୍ନ ସ୍ଥାନରେ ବର୍ଷାଦିନିଆ ରୋଗ ଆତଙ୍କ ଦେଖାଦେଇଥିବାବେଳେ ଗୃହପାଳିତ ପ୍ରାଣୀଙ୍କୁ ଆବଶ୍ୟକ ସେବା ମିଳିପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପରଜଙ୍ଗ ବଜାର ମୁଖ୍ୟ ରାସ୍ତାରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ମରୁଡ଼ି ଦେଖାଦେଇଛି। ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ଦାୟିତ୍ୱ ସମ୍ଭାଳୁଥିବା ଡାକ୍ତରଙ୍କ ଗତ ମାର୍ଚ୍ଚରୁ ଅନ୍ୟତ୍ର ବଦଳି ହୋଇଯିବା ପରେ ଅଦ୍ୟାବଧି ଏହି ପଦବୀ ଖାଲି ପଡ଼ିଛି। କାମାକ୍ଷାନଗର ପ୍ରାଣୀଧନ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଡାକ୍ତର ପରଜଙ୍ଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି। ସମ୍ପୃକ୍ତ ଡାକ୍ତର ସପ୍ତାହକୁ ମାତ୍ର ୨ଦିନ ଆସୁଛନ୍ତି। ସେଥିରେ ବି ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ପରଜଙ୍ଗ ହେଡ୍‌କ୍ୱାର୍ଟର ପ୍ରାଣୀଧନ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଜଣ ଭେଟେରିନାରି ସର୍ଜନ (ଭିଏସ୍‌), ଜଣେ ଲାଇଭ୍‌ଷ୍ଟକ ଇନ୍ସପେକ୍ଟର (ଏଲ୍‌ଆଇ) ଏବଂ ୩ଜଣ ପିଅନ ରହିବା କଥା। ହେଲେ ଦୀର୍ଘଦିନ ହେଲା କେବଳ ୨ଜଣ ପିଅନରେ କାମ ଚାଲିଛି। କୌଣସି ଜରୁରୀ କାର୍ଯ୍ୟରେ ସେମାନଙ୍କ ମଧ୍ୟରୁ କେହି ଛୁଟିରେ ରହିଲେ ତାଲା ବନ୍ଦ ରହୁଛି। ଫଳରେ ଦୂରଦୂରାନ୍ତରୁ ପୋଷାପ୍ରାଣୀଙ୍କ ଚିକିତ୍ସା ପାଇଁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି। ଅନ୍ୟପଟେ ପରଜଙ୍ଗ ଗୋଷ୍ଠୀ ଚିକିତ୍ସାଳୟ ଅଧୀନରେ ମାଣିକମରା, କୁଆଳୋ, ସରାଙ୍ଗ, କଙ୍କଡାସୋଡ଼ା, ମୁକ୍ତାପଶି, ବସୋଇ, ସାଆନ୍ଦା, ପାଟରପଦା, କନ୍ଦରସିଂହା ଉପକେନ୍ଦ୍ର ରହିଛି। ଏହି ସବୁ ଶାଖା ପ୍ରାଣୀ ଚିକିତ୍ସାଳୟରେ ମାତ୍ର ୪ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସଂକ୍ରାମକ ରୋଗ ବ୍ୟାପିଲେ ଗୋପାଳକ, ଛେଳିପାଳକମାନେ ପରଜଙ୍ଗ ଆସି ପରାମର୍ଶ ନେଇଥାଆନ୍ତି। ହେଲେ କର୍ମଚାରୀ ମରୁଡ଼ି ଯୋଗୁ ସବୁଠି ପୋଷାପ୍ରାଣୀ ଚିକିତ୍ସାର ବିକଳ ଦୃଶ୍ୟ ନଜରକୁ ଆସୁଛି। ପରଜଙ୍ଗ ବ୍ଲକ ଭଳି କୃଷିପ୍ରଧାନ ଅଞ୍ଚଳରେ ପୋଷାପ୍ରାଣୀଙ୍କ ଚିକିତ୍ସା ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗର ଉପନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ନନ୍ଦ କୁହନ୍ତି, ପୂର୍ବରୁ ପରଜଙ୍ଗ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟରେ ୩ଜଣ ଡାକ୍ତର ଦାୟିତ୍ୱରେ ଥିଲେ। ତେବେ ପର୍ଯ୍ୟାୟକ୍ରମେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ, ଭ୍ରାମ୍ୟମାଣ ଚିକିତ୍ସାଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ଅଧିକାରୀଙ୍କୁ ଯେଉଁ ସ୍ଥାନକୁ ବଦଳି କରାଯାଇଥିଲା, ସେମାନେ ସେଠାକାର ଦାୟିତ୍ୱ ନେଇନାହାନ୍ତି। କାମାକ୍ଷାନଗର ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପରଜଙ୍ଗ ଦାୟିତ୍ୱ ଦିଆଯାଇଛି। ସରକାରୀସ୍ତରରେ ଖୁବ୍‌ଶୀଘ୍ର ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ

ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦...

ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ୱର(ବ୍ୟୁରୋ)/ବେଗୁନିଆ,୯ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କୋତଳାଙ୍ଗ ଗ୍ରାମରେ ମଙ୍ଗଳବାର କାଉ ମଡ଼କ ଦେଖାଯାଇଛି। ଅଚାନକ କାଉ ମରୁଥିବା ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା...

ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

କଟକ ଅଫିସ, ୨୪ା୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭବାନୀପାଟଣା ବିଧାନସଭା ଆସନର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି।...

ବାତ୍ୟା ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ, ଆମ୍ବ-ନଡ଼ିଆ ନ ଗୋଟାଇ ଲୋଭ ସମ୍ବରଣ କରନ୍ତୁ: ଏସ୍‌ଆରସି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲାରେ ପଡ଼ିବ। ବାତ୍ୟା ସମୟରେ ସର୍ବାଧିକ ୧୮୫ କିମି ପବନ...

ପ୍ରାର୍ଥୀ ହେବାକୁ ଇଚ୍ଛା କଲେନି ଅଜିତଙ୍କ ପରିବାର ସଦସ୍ୟ: ଆଜି କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା ହୋଇପାରେ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ନିକଟରେ ପ୍ରକାଶ ପାଇଥିବା ସାନି ତାରିଖକୁ ମଧ୍ୟ ଗୁରୁବାର ପରିବର୍ତ୍ତନ କରାଯାଇଛି। ମେ ୧୩ ତାରିଖ ପରିବର୍ତ୍ତେ ୧୬ ତାରିଖରେ...

ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ...

କଲେଜରୁ ଫେରୁଥିଲେ, ଛାତ୍ରୀଙ୍କୁ ଚାପିଦେଲା ଟ୍ୟାଙ୍କର

ବରଗଡ଼ ଅଫିସ,୧୦ା୩: ବରଗଡ଼ ଜିଲା ଗାଇସିଲେଟ ଥାନା ଶରଧାପାଲି କଲେଜ ସମ୍ମୁଖରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର (ନଂ-ଓଡି ୧୫ଏଫ ୨୯୭୭)...

ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ

ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...

Advertisement
Archives

Model This Week