ପର୍ଯ୍ୟାପ୍ତ ହେଉନି ପିଣ୍ଡି

ଛେଣ୍ଡିପଦା,୨।୧(ସ୍ବ.ପ୍ର.):ପ୍ରକୃତିକୁ ଉପଭୋଗ କରିବାକୁ ପହଞ୍ଚୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ହୋଇଥିବାରୁ ଦୈନିକ ବଢ଼ୁଛି ଭିଡ଼। କିଏ ମା’ ବାୟାଣୀଙ୍କ ପୂଜାର୍ଚ୍ଚନା କରି ମାନସିକ ପୂରଣ କରୁଛନ୍ତି ତ ଆଉ କିଏ ପାହାଡ଼, ଜଙ୍ଗଲିଆ ପରିବେଶରୁ ମଜା ଉଠାଇ ଭୋଜିଭାତ କରୁଛନ୍ତି। ଅନେକେ ଚିରସ୍ରୋତା ମାଦେଳିଆ ଯୋର ଓ ଝରଣା ଦେଖି ପୁଲକିତ ହେଉଛନ୍ତି। ହେଲେ ଏକ ସମୟରେ ବହୁ ପିକ୍‌ନିକ୍‌ ଦଳ ପହଞ୍ଚିଗଲେ ସୃଷ୍ଟି ହେଉଛି କିଛିଟା ସମସ୍ୟା। କାରଣ ଭୋଜି କରିବାକୁ ପର୍ଯ୍ୟାପ୍ତ ପିଣ୍ଡି ବ୍ୟବସ୍ଥା ନ ଥିବାରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ାସ୍ଥିତ ବାୟାଣୀ ପୀଠରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ପର୍ଯ୍ୟଟକଙ୍କୁ।
ଦେବୀନଗର ପାହାଡ଼ ତଳେ ରହିଛି ମା’ ବାୟାଣୀଙ୍କ ପୀଠ। ବଣଭୋଜି ପାଇଁ ଏହା ଅତ୍ୟନ୍ତ ମନୋରମ ପରିବେଶ ହୋଇଥିବାରୁ ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଚଳିତବର୍ଷ ମଧ୍ୟ ବହୁ ସଂଖ୍ୟାରେ ସ୍କୁଲ, କଲେଜ ଛାତ୍ରୀଛାତ୍ର, ପର୍ଯ୍ୟଟକ ପାତ୍ରପଡ଼ା ଆସୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ପର୍ଯ୍ୟଟନସ୍ଥଳୀର ଅନେକ ବିକାଶ କରାଯାଇଥିବାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ମିଳିପାରୁଛି। ବିଶେଷକରି ନୂଆକରି ହୋଇଥିବା ପାର୍କ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି। ତଥାପି ଭୋଜି ପାଇଁ ଏଠାରେ ପିଣ୍ଡିର ଅଭାବ ନିରାଶାର କାରଣ ସାଜିଛି। ବିଶେଷକରି ଆମିଷ ବାରଗୁଡ଼ିକରେ ଅଧିକ ସଂଖ୍ୟକ ପିକ୍‌ନିକ୍‌ ପାର୍ଟି ପହଞ୍ଚୁଥିବାରୁ ଏଠାରେ ଥିବା ୧୫ରୁ ଅଧିକ ପିଣ୍ଡି ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଫଳରେ ବଣଭୋଜି କରିବାକୁ ଆସିଥିବା ଲୋକେ ନିଜ ବ୍ୟବସ୍ଥାରେ ଇଟା, ପଥର ରଖି ରୋଷେଇ କରିବା ସହ ଅପରିଷ୍କାର ପରିବେଶରେ ବସି ଖାଉଥିବା ଦେଖାଯାଉଛି। ସେହିପରି ପିଇବା ପାଣି, ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକମାନେ ସନ୍ତୋଷବ୍ୟକ୍ତ କରୁଥିବା ବେଳେ ଗୋଟିଏ ମାତ୍ର ଶୌଚାଳୟ ଥିବାରୁ ମହିଳା ପର୍ଯ୍ୟଟକମାନେ ଶୌଚ ପାଇଁ ସମସ୍ୟାରେ ପଡ଼ୁଛନ୍ତି। ପାର୍କ ପୋଖରୀରେ ବୋଟିଂ ବ୍ୟବସ୍ଥାକୁ ନେଇ ଉତ୍ସାହିତ ଛାତ୍ରୀଛାତ୍ର ଓ ଯୁବତୀ ଯୁବକମାନେ ଆଗଭର ହେଉଥିଲେ ବି ବୋଟ୍‌ ଅଚଳ ହୋଇଯାଇଥିବାରୁ ମନ ଊଣା କରୁଛନ୍ତି। ଶିଶୁମାନଙ୍କ ପାଇଁ ଏଠାରେ ଉଦ୍ୟାନ ନ ଥିବାବେଳେ କେବଳ ବୁଲାବୁଲି କରିବାକୁ ଆସୁଥିବା ଲୋକେ ଖାଇବାକୁ ହୋଟେଲ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପର୍ଯ୍ୟଟକଙ୍କ ଏସବୁ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଲେ ଅଧିକ ସଂଖ୍ୟକ ପର୍ଯ୍ୟଟକ ପାତ୍ରପଡ଼ା ଆସନ୍ତେ ବୋଲି ଅନେକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri