କଟକ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକ ଅଫିସ, ୯।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧ ମୁକାବିଲା ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ଅପରାଧ ଛାଡ ନ ହେଲେ କଟକ ଛାଡ ବୋଲି ସେ ଅପୀରାଧୀଙ୍କୁ ଚେତାବନୀ ଦେଇଛନ୍ତି। ଥାନାରେ ଲୋକେ କିପରି ଭଲ ସେବା ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯିବ ବୋଲି ଡିସିପି କହିଛନ୍ତି। ପୂର୍ବରୁ ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟନିର୍ବାହ କରୁଥିଲେ।