୩୦ ହଜାର ଫୁଟ ଉଚ୍ଚରେ ବେହୋସ ହେଲେ ପାଇଲଟ୍‌, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ଆଙ୍କରା,୨୭ା୮:  ବିମାନ ଯାତ୍ରା ସବୁଠାରୁ ବିପଜ୍ଜନକ ଅଟେ। ସାମାନ୍ୟ ଭୁଲ୍‌ ମଧ୍ୟ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ କରିଥାଏ। ଗାଡ଼ିମୋଟର, ଦୁର୍ଘଟଣା କିମ୍ବା ରେଳ ଦୁର୍ଘଟଣା ଘଟିଥିଲେ ବଞ୍ଚିବାର ସମ୍ଭାବନା ରହିଥାଏ। କିନ୍ତୁ ବିମାନ ଦୁର୍ଘଟଣାରେ ବଞ୍ଚିବା କଷ୍ଟକର।

୩ ଦିନ ତଳେ ଜେଟ୍‌-୨ ବିମାନ ବ୍ରିଟେନର ବର୍ମିଂହାମ ବିମାନବନ୍ଦରରୁ ତୁର୍କୀର ଆଣ୍ଟାଲିଆ ବିମାନବନ୍ଦରକୁ ଯାତ୍ରା କରୁଥିଲା। ଏହି ସମୟରେ ବିମାନଟି ୩୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ହଠାତ୍‌ ବେହୋସ ହୋଇପଡ଼ିଥିଲେ ପାଇଲଟ। ଏହା ଜାଣି ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପାଇଲଟ୍‌ଙ୍କୁ କକ୍‌ପିଟ୍‌ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଫଳରେ ବିମାନଟି ଜରୁରିକାଳୀନ ପରିସ୍ଥିତିରେ ଗ୍ରୀସ୍‌ରେ ଅବତରଣ କରିଥିଲା। ବିମାନ ସେବା ଏହି ସୂଚନା ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ପରେ ପାଇଲଟ ସେମାନଙ୍କୁ ବୁଝାଇବା ପରେ ଯାତ୍ରୀମାନେ ଶାନ୍ତ ପଡ଼ିଥିଲେ।

ଏହି ବିମାନର ଜଣେ ଯାତ୍ରୀ କହିଛନ୍ତି, ବିମାନ ଉଡ଼ାଣ ପୂର୍ବରୁ ମଧ୍ୟ ସେ ଭଲ ଅନୁଭବ କରୁ ନ ଥିଲେ। ଏହି ବିମାନର ଅଧିକାଂଶ ଲୋକ ତୁର୍କୀରେ ଛୁଟି କାଟିବାକୁ ଯାଉଥିଲେ। ବିମାନଟି ୮ ଘଣ୍ଟା ବିଳମ୍ବରେ ଅବତରଣ କରିଛି। ଏହି କାରଣରୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ୧୫ ୟୁରୋ ଭାଉଚର ଏବଂ ମାଗଣା ଖାଦ୍ୟ ଦିଆଯାଇଥିଲା। ଗ୍ରୀସରେ ବିମାନ ଜରୁରୀ ଅବତରଣ କରି ନ ଥିଲେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା।

ଅଗଷ୍ଟ ୨୩ରେ ଏହି ଘଟଣା ଘଟିଥିଲା। ଯାତ୍ରୀମାନଙ୍କୁ ବିମାନରେ କିଛି ଅସୁବିଧା ଥିବା କୁହାଯାଇଥିଲା। କିଛି ଲୋକ ଦେଖିଥିଲେ, ଅନେକ କ୍ରୁ ସଦସ୍ୟ କକ୍‌ପିଟ୍‌ ଛାଡ଼ିଛନ୍ତି। ଏହା ପରେ ତାଙ୍କୁ କୁହାଯାଇଥିଲା ଡାକ୍ତରୀ ଜରୁରିକାଳୀନ ପରିସ୍ଥିତି ଯୋଗୁ ବିମାନଟି ଗ୍ରୀସରେ ଅବତରଣ କରିବାକୁ ଯାଉଛି। ସେପର୍ଯ୍ୟନ୍ତ ଅନେକ ଲୋକ ଭାବିଥିଲେ ଯେ ହୁଏତ କିଛି ଯାତ୍ରୀ କିମ୍ବା ଏୟାର ହୋଷ୍ଟେସଙ୍କ ସହିତ କିଛି ଘଟିଥାଇପାରେ। କିନ୍ତୁ ଯେତେବେଳେ ଏହା ଜାଣିବାକୁ ପାଇଲା ବିମାନ ଉଡ଼ାଇଥିବା ପାଇଲଟ ଚେତାଶୂନ୍ୟ ଥିଲେ, ସେତେବେଳେ ସମସ୍ତଙ୍କ ହୋସ୍‌ ଉଡ଼ିଯାଇଥିଲା। ଏହା ପରେ ବିମାନଟି ନୂଆ କ୍ରୁଙ୍କ ସହିତ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri