ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ନୀତି ଶାସ୍ତ୍ର’ର ଆଜିବି ଆଦର କରାଯାଏ। ମନୁଷ୍ୟ ଜୀବନରେ ତାଙ୍କ ବର୍ଣ୍ଣିତ ନୀତିର ଗୁରୁତ୍ୱ ଅଧିକ ରହିଛି। ଯଦି କେହି ବ୍ୟକ୍ତି ଚାଣକ୍ୟଙ୍କ ପରାମର୍ଶ ମୁତାବକ ଜୀବନରେ କାର୍ଯ୍ୟ କରନ୍ତି ତେବେ ସେ ବହୁତ ଉପରକୁ ଉଠିପାରିବେ। ଚାଣକ୍ୟ କୁହନ୍ତି ପରିବାରକୁ ଯୋଡ଼ି ରଖିବା ଏବଂ ଭାଙ୍ଗିବା ପଛରେ ମହିଳାଙ୍କ ପ୍ରମୁଖ ଭୂମିକା ଥାଏ। ଯଦି ମହିଳାଟିଏ ଗୁଣବତୀ ତେବେ ସେ ପରିବାରକୁ ଦିଗହରା ହେବାକୁ ଦେଇ ନ ଥାଏ। ହେଲେ ଦୁର୍ଗୁଣ ଥିବା ମହିଳା ଘର-ପରିବାରକୁ ଭାଙ୍ଗି ଦେଇଥାନ୍ତି। ଏଥିଲାଗି ଏଭଳି ମହିଳାଙ୍କଠାରୁ ଦୂରରେ ରହିବା ଉଚିତ।

-ଅଶିକ୍ଷିତ ମହିଳା: ଚାଣକ୍ୟ କୁହନ୍ତି ଶିକ୍ଷା ପରିବାର ଏବଂ ସମାଜରେ ବଡ଼ ପରିବର୍ତ୍ତନ ଆଣିଥାଏ। ଯଦି କେହି ଶିକ୍ଷିତ ଏବଂ ବୁଦ୍ଧିମାନ ମହିଳା ହୋଇଥାଏ ସେ ପରିବାର ଏବଂ ସମାଜର ନିର୍ମାଣ ଦିଗରେ କାର୍ଯ୍ୟ କରିବ। ହେଲେ ଅଶିକ୍ଷିତ ମହିଳାଟିଏ ପରିବାରକୁ ବରବାଦ କରିଦେବ। କାହିଁକି ନା ଶିକ୍ଷାର ଅଭାବ ଯୋଗୁ ତାଙ୍କ ମନରେ ଅନେକ ଅବଗୁଣ ବସା ବାନ୍ଧିଥାଏ। ଏହା ବେଶ ହାନିକାରକ।

-ଲୋଭି ମହିଳା: ଚାଣକ୍ୟ କୁହନ୍ତି ସେ ପୁରୁଷ ହୁଅନ୍ତୁ ଅବା ମହିଳା ଯଦି କାହା ମନରେ ଲୋଭ ପ୍ରବୃତି ଆସିଥାଏ ତେବେ ସେ ତା ସହ ଆଖପାଖ ଲୋକଙ୍କୁ ମଧ୍ୟ ବରବାଦ କରିଦେଇଥାଏ। ଏହି ପ୍ରବୃତି ଥିବା ମହିଳାଙ୍କ ଅବଗୁଣର ପ୍ରଭାବ ପରିବାର ଉପରେ ପଡ଼ିଥାଏ। ସେ ଘରେ ଅଶାନ୍ତି ବୃଦ୍ଧି କରିବା ସହ ପୁରା ପରିବାରକୁ ବରବାଦ କରିଦେଇଥାଏ।

– ଅହଂଙ୍କାରୀ ମହିଳା: ଚାଣକ୍ୟ କୁହନ୍ତି ଅହଙ୍କାର ବିନାଶକାରୀ। ଯଦି କୌଣସି ସ୍ତ୍ରୀ ପାଖରେ ଏହି ଗୁଣ ଥାଏ ତେବେ ମା’ ସରସ୍ବତୀ ଏବଂ ମା’ ଲକ୍ଷ୍ମୀ ଉଭୟ ତାଙ୍କ ଉପରେ ଖପ୍ପା ରହିଥାଏ। ଏଭଳି ମହିଳା ନିଜର ଜ୍ଞାନ-ବୁଦ୍ଧିର ଉପଯୋଗ କରିପାରନ୍ତି ନାହିଁ କି ସଠିକ୍‌ ଦିଗରେ କାର୍ଯ୍ୟ କରନ୍ତି ନାହିଁ। ଏମାନେ ନିଜର ଅହଙ୍କାର ଯୋଗୁ ଘରର ସୁଖ-ସମୃଦ୍ଧିକୁ ନଷ୍ଟ କରିଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri