Categories: ବାଣିଜ୍ୟ

ମଦ୍ୟପାନ କରି ବିମାନରେ ଯାଇ ପାରିବେନି ପାଇଲଟ କେବିନ୍‌ କ୍ରୁ, ଡିଜିସିଏ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୪।୯ : ମଦ୍ୟପାନ କରି ବିମାନ ଉଡ଼ାଣ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଅକ୍ଟୋବର ୧୫ ରୁ ସମସ୍ତ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ପାଇଁ ପୁନର୍ବାର ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କରୋନା ମାମଲାର କ୍ରମାଗତ ହ୍ରାସ ଏବଂ ବିମାନ ଚଳାଚଳ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ବିମାନଗୁଡିକ ସାଧାରଣ ଭାବରେ କାର୍ଯ୍ୟ ଆରମ୍ଭ କରିଛି, ତେଣୁ ବିପଦ ମଧ୍ୟ ବୃଦ୍ଧି ପାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ସମ୍ଭାବ୍ୟ ବିପଦକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଡିଜିସିଏ କହିଛି।

Share