ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ ଏହି ତୀର୍ଥଯାତ୍ରୀ ବସ୍ଟି ଓଲଟିପଡ଼ିଥିଲା। ବସ୍ଟି କେରଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଆସୁଥିଲା । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍ର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତମାନଙ୍କୁ ଖନ୍ତାପଡ଼ା ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭାରସାମ୍ୟ ହରାଇ ବସ୍ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିବା ଜଣାପଡ଼ିଛି।