ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଏଭଳି ଘଟଣା ଘଟିଛି। ଏଥିରେ ୩୦ରୁ ଉଦ୍ଧର୍‌ବ ଆହାତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବସ୍‌ଟି ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଅଭିମୁଖେ ଯାଉଥିଲା। ହେଲେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବରପାଇ ପୋଲିସ, ଦମକଳ କର୍ମଚାରୀ ଓ କିଛି ସ୍ବେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଆହତ ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବସ୍‌ରେ ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡିଛି।