Posted inଫୁରସତ

ପିକ୍‌ନିକ୍‌ ସ୍ପଟ୍‌: ତିନି ନଦୀର ସଙ୍ଗମସ୍ଥଳ ମୀନାଝୋଲା

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଉପାନ୍ତ ରାୟଗଡ଼ା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଏଠାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳ ତଥା ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକ ଜିଲା, ରାଜ୍ୟ, ଦେଶ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ୍‌ ଆକୃଷ୍ଟ କରିଥାଏ। ଏହା ମଧ୍ୟରେ ଅନ୍ୟତମ ହେଲା ଜିଲାର ଚନ୍ଦ୍ରପୁର ବ୍ଲକ୍‌ ହନୁମନ୍ତପୁର ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ତଥା ପୁରାତନ ଶୈବପୀଠ ମୀନାଝୋଲା।
ଚିରସ୍ରୋତା ବଂଶଧାରା, ଫଳଫଳିଆ ଏବଂ ଚାଉଳଧୁଆ ନଦୀର ଏହି ସଙ୍ଗମସ୍ଥଳ ତ୍ରିବେଣୀର ଭ୍ରମ ସୃଷ୍ଟି କରିଥାଏ। ସେହିପରି ତିନି ନଦୀର ୧୦୦ମିଟର ତଳେ ପଥର ଗୁମ୍ଫା ମଧ୍ୟରେ ଲୁଚି ରହିଥିବା ମୀନ ଆକୃତିର ପଥର ଶିବଲିଙ୍ଗ ଏଠାକାର ପ୍ରମୁଖ ଆକର୍ଷଣ। ସବୁଜ ବନାନୀ, ନଦୀର କୁଳୁକୁଳୁ ନାଦ ଏବଂ ଟାଙ୍ଗୀ ଫୁଲର ବାସ୍ନା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଶିବଲିଙ୍ଗ ଦର୍ଶନ ପାଇଁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥାଏ। ବିଶେଷକରି ଶିବରାତ୍ରି, କାର୍ତ୍ତିକ ଓ ଶ୍ରାବଣ ସୋମବାର ଏବଂ ନୂଆ ବର୍ଷରେ ପିକ୍‌ନିକ୍‌ ପାଇଁ ଏଠାକୁ ପର୍ଯ୍ୟଟକଙ୍କ ଧାଡ଼ି ଲାଗିଥାଏ। ତେବେ ବର୍ଷାଦିନରେ ନଦୀରେ ପାଣି ଅଧିକ ଯୋଗୁ ଶିବଲିଙ୍ଗ ଦର୍ଶନ ସମ୍ଭବ ହୋଇ ନ ଥାଏ। ତେଣୁ ଡିସେମ୍ବରରୁ ମେ’ମାସ ପର୍ଯ୍ୟନ୍ତ ଏଠାରେ ଭିଡ଼ ଜମିଥାଏ। ମୀନାଝୋଲାକୁ ଯିବାପାଇଁ ପୂର୍ବରୁ ଭଲ ରାସ୍ତା ନ ଥିଲା। ଏବେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀ ତଳ ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ହୋଇସାରିଛି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ପୀଠକୁ ଯିବାକୁ ୭୨ଟି ସିମେଣ୍ଟ ପାହାଚ କରାଯାଇଛି। କରୋନା କଟକଣା ଯୋଗୁ ପର୍ଯ୍ୟଟନସ୍ଥଳଗୁଡ଼ିକ ଲୋକଙ୍କ ପାଇଁ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେଣୁ ପିକ୍‌ନିକ୍‌ ଋତୁରେ ମୀନାଝୋଲା ପୁଣି ଚଳଚଞ୍ଚଳ ହୋଇଉଠିଛି। ଆଗକୁ ଶିବରାତ୍ରି ରହିଥିବାରୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଭିନ୍ନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri