ପିକ୍‌ଅପ୍‌ ଭ୍ୟାନ ଓଲଟିଲା: ୨ମୃତ, ୭ ଗୁରୁତର

ହିଞ୍ଜିଳିକାଟୁ,୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଛକରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦଣ୍ଡୁଆଙ୍କୁ ଧରି ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ୫୯ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି। ଫଳରେ ୨ଜଣ ଦଣ୍ଡୁଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ଅନ୍ୟ ୬ଜଣ ଆହତ ହୋଇଥିବା ଜଣାପଡିଛି। ମୃତକ ହେଲେ ସନିଆ ନାୟକ ଘର ଗଞ୍ଜାମ ଜିଲା କାଳିଆଘୋଡ଼ା ବୋଲି ସୂଚନା ମିଳିଛି। ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ସମସ୍ତଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଖବର ପାଇ ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗାଙ୍ଗପୁର ଥାନା ପାଇଲପଡା ପଞ୍ଚାୟତ ଦହିମୁଣ୍ଡଳୀ ଗ୍ରାମର ଦଣ୍ଡୁଆମାନେ ବ୍ରହ୍ମପୁରରୁ ଗାଙ୍ଗପୁର ନିକଟ କ୍ଷେତ୍ରିୟ-ବ୍ରହ୍ମପୁରକୁ ଶନିବାର ଭୋରରେ ଦୁଇଟି ପିକ୍‌ଅପ୍‌ ଭ୍ୟାନରେ ଯାଉଥିଲେ। ହେଲେ ଏକ ପିକ୍‌ଅପ୍‌ ଭ୍ୟାନ ହିଞ୍ଜିଳିକାଟୁ ନିକଟ ସୋମପୁର ଛକ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ର୍କୁ ଓଲଟି ପଡ଼ିଥିଲା।