ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ ପିକ୍‌ଅପ୍‌ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ଏବଂ ହେଲପରଙ୍କୁ ପିକ୍‌ଅପ୍‌ ଡୋର୍‌ କଟାଯାଇ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ, ଗଞ୍ଜାମ ପୋଲିସ ଏବଂ ଗଞ୍ଜାମ ବିଡିଓ ଉପସ୍ଥିତ ଥିବାବେଳେ ଗୁରୁତର ଅବସ୍ଥାରେ ଡ୍ରାଇଭର ଏବଂ ହେଲପରଙ୍କୁ ଟ୍ରକ୍‌ ଭିତରୁ ବାହାର କରାଯାଇ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Dharitri – Odisha’s No.1 Odia Daily

Share