ଚୋରା କାଠ ଚାଲାଣ, ପିକ୍‌ଅପ୍‌ ଜବତ

ମୋରଡ଼ା,୧୫ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତଥା ବେତନଟୀ ରେଞ୍ଜର ବଡ଼ାମପୁର ଫରେଷ୍ଟ ଅଧୀନ ବଡ଼ାମପୁର – ଏକତାଳି ରାସ୍ତାରେ ଭୈରଙ୍ଗୀ ଗ୍ରାମ ନିକଟରୁ ଏକ କାଠଗଣ୍ଡି ଭର୍ତ୍ତି ପିକ୍‌ଅପ୍‌କୁ ଜବତ କରିଛି ବେତନଟୀ ବନବିଭାଗ। ଓଡି-୦୧- ଏକେ ୭୧୦୪ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଆକାଶିଆ ଓ ନିମ୍ବ କାଠ ଚୋରା ଚାଲାଣ ହେଉଥିବା ବେଳେ ଉକ୍ତ ପିକ୍‌ଅପ୍‌କୁ ବନବିଭାଗ ଜବତ କରିଛି ବୋଲି ବେତନଟୀ ରେଞ୍ଜର ମନୁଓ୍ବାର ଖାଁ କହିଛନ୍ତି।

ପ୍ରତିଦିନ ବଡ଼ାମପୁର ଫରେଷ୍ଟ ଅଞ୍ଚଳରୁ ଚୋରା କାଠ ବସ୍ତା, ବାଲେଶ୍ୱର, ମୁକୁଳିଶି, ବାଲିଆପାଳ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଥିଲା। ଚୋରା ଚାଲାଣ ହେଉଥିବାର ଖବର ରେଞ୍ଜର ମନୁଓ୍ବାର ଖାଁଙ୍କୁ ମିଳିବାରୁ ସେ ସଦଳବଳ ଛକି ରହିଥିଲେ l ତେବେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ବେଳେ କାଠ ଗାଡ଼ିକୁ ଜବତ କରାଯିବା ସହ ଏକ ମାମଲା ରୁଜୁ ହୋଇଛି l ରେଞ୍ଜର ଖାଁ ଓ ବଡ଼ମରାମ ଫରେଷ୍ଟର ଦୀପକ ପାତ୍ର ଓ ଅନ୍ୟ ଷ୍ଟାଫମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ ଏବଂ ଜବତ କାଠର ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି l


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri