ଶାରୀରିକ ଗଠନ ଦେଇଛି ପରିଚୟ, ରୋଜଗାର

ପାରାଦୀପ,୨୧।୩(ସ୍ବ.ପ୍ର.):ସମାଜରେ ସବୁ ମଣିଷଙ୍କ ଚେହେରା ଓ ଭାବନା ଭିନ୍ନ। କେତେଜଣଙ୍କ ଶାରୀରିକ ଗଠନ ଶୈଳୀ ଟିକିଏ ନିଆରା ଥିବା ଦେଖିବାକୁ ମିଳିଥାଏ। ସେମିତି ଜଣେ ଭିନ୍ନ ବ୍ୟକ୍ତି ହେଲେ ବୁଲୁ ଦାଶ (୪୦)। ଉଚ୍ଚତା ମାତ୍ର ୩ ଫୁଟରୁ କମ। ଚାଲିଚଳନ ଠାରୁ କଥାବାର୍ତ୍ତା ପର୍ଯ୍ୟନ୍ତ ସବୁଥିରେ ଭିନ୍ନତା। ତାଙ୍କୁ ଦେଖିଲେ ଯେ କେହି ଦୃଷ୍ଟି ହଟାଇବା ସହଜ ନୁହେଁ। ତାଙ୍କର କମେଡି କଥା ହାସ୍ୟରୋଳ ପରିବେଶ ସୃଷ୍ଟି କରିଥାଏ। ଏହି କାମ ପାଇଁ ତାଙ୍କୁ ମିଳିଛି ଚାକିରି। ଦରମା ମଧ୍ୟ ଆକର୍ଷଣୀୟ, ଅର୍ଥାତ ପାଖାପାଖି ମାସିକ ଲକ୍ଷେ ଟଙ୍କା। ଏହି ଭିନ୍ନ ମଣିଷ ବୁଲୁଙ୍କୁ ଦେଖିବାକୁ ମିଳେ ପାରାଦୀପ ଇଫ୍‌କୋ କମ୍ପାନୀ ମୁଖ୍ୟ ପ୍ରଶାସନିକ ଭବନରେ। ପଦବୀ ହେଉଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ। ଇଫକୋ ଟାଉନଶିପରେ ସେ ରୁହନ୍ତି।
ବୁଲୁଙ୍କ ପୈତୃକ ଗ୍ରାମ ପୁରୀ ଜିଲା ବାଲିସାହି ଅଞ୍ଚଳରେ। ବାପା ସ୍ବର୍ଗତ ରାମଚନ୍ଦ୍ର ଦାଶଙ୍କ ଗୋଟିଏ ଝିଅ ଓ ପୁଅ ବୁଲୁ। ଜନ୍ମରୁ ଭିନ୍ନକ୍ଷମ (ବାଙ୍ଗର)ହୋଇଥିବାରୁ ସଭିଏଁ ବୁଲୁଙ୍କୁ ଟାହିଟାପରା କରନ୍ତି। ଅଭାବ ମଧ୍ୟରେ ସେ ମାତ୍ର ନବମ ଶ୍ରେଣୀ ଯାଏ ପାଠ ପଢିବାକୁ ସକ୍ଷମ ହୁଅନ୍ତି। ଏହାପରେ ପାଠରେ ଡୋରି ବାନ୍ଧି ହୋଇଯାଏ। ତା’ପରେ ବଞ୍ଚିବା ପାଇଁ ତାଙ୍କ ସଂଘର୍ଷ ଆରମ୍ଭ ହୁଏ। ଏ ସମ୍ପର୍କରେ ବୁଲୁ କୁହନ୍ତି, ପ୍ରଥମେ ସ୍ବଳ୍ପ ପରିଚିତ ଅପେରାରେ କାମ କରିଥିଲେ। ସେଠାରେ କେବଳ ଖାଇବା ପାଇଁ ମିଳୁଥିଲା। ଏମିତି କିଛିଦିନ ହାସ୍ୟ ଭୂମିକାରେ ଅଭିନୟ କରିବା ପରେ ଏକ ପ୍ରତିଷ୍ଠିତ ଅପେରା ତାଙ୍କୁ ନେଇଯାଇଥିଲା। ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବର୍ଷକୁ ଅଭିନୟ ପାଇଁ ୫ ହଜାର ଟଙ୍କା ରୋଜଗାର କରୁଥିଲେ। ୨୦୦୧ରେ ଭୁବନେଶ୍ୱର ରସୁଲଗଡ଼ଠାରେ ଅପେରା ଚାଲିଥିଲା। ସେଠାରେ ରାତି ଅନିଦ୍ରା ହୋଇ ଭୋରରୁ ଶୋଇ ପଡ଼ିଥିଲେ। ନିଦ ଭାଙ୍ଗିବାବେଳକୁ ଅପେରା କଳାକାର ସମସ୍ତେ ଛାଡ଼ି ପଳାଇଥିଲେ। ପାଖରେ ଟଙ୍କା ନ ଥିଲା। ନିକଟରେ ଥିତ୍ବା ଏକ ଢାବାରେ ଖାଇ ସେଠାରେ ରହିଗଲେ। କିଛିଦିନ ଉକ୍ତ ଢାବାରେ କାମ କରିବା ପରେ ୨୦୦୨ରେ ପାରାଦୀପ ପଳାଇ ଆସିଥିଲେ ବୋଲି ବୁଲୁ କୁହନ୍ତି। ତାପରେ ଓସୱାଲ ସାର କମ୍ପାନୀ ମଧ୍ୟରେ ଶ୍ରମିକ ଭାବେ କାମ କରୁଥିଲେ। ଦିନେ ଡିଏପି ପ୍ଲାଣ୍ଟରେ କାମ ଚାଲିଥିବା ବେଳେ ସେଠାରେ କମ୍ପାନୀ ମ୍ୟାନେଜିଂ ଡାଇରେକ୍ଟର ଅଭୟ ଓସୱାଲ ପହଞ୍ଚତ୍ ମିଟିଂ କରୁଥିଲେ। କମ୍ପାନୀ ଅଫିସର ,କର୍ମଚାରୀ ଶ୍ରମିକ ମାନେ ଆଗରେ ଥାଆନ୍ତି। ଜଣେ ସାଥି ଶ୍ରମିକ ଡାଇରେକ୍ଟଙ୍କୁ ଭେଟିବା ପାଇଁ ବୁଲୁଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଯିବା ପାଇଁ ବାଟ ନ ଥିଲା। ଆଗରେ ଲୋକମାନେ ଠିଆ ହୋଇଥିଲେ। ବୁଲୁ ସେମାନଙ୍କ ଗୋଡ ତଳେ ଗଳି ଓସୱାଲଙ୍କ ପାଖରେ ପହଞ୍ଚତ୍ ଗୋଡ ଧରି କାମ ମାଗିଥିଲେ। ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ହିନ୍ଦୀରେ କହିଲେ କେମିତି ଆସିଲ। ଛୋଟା ଆଦମୀ କହି ସେହିଠାରେ ଚାକିରୀ ଦେଇଥିଲେ ବୋଲି ବୁଲୁ କୁହନ୍ତି। ପ୍ରଥମେ ଅଳ୍ପ ଦରମା ଥିଲା। ୨୦୦୫ ଅକ୍ଟୋବରରେ ଏହି କାରଖାନାକୁ ଇଫ୍‌କୋ ଅଧିଗ୍ରହଣ କରିବା ପରେ ଦରମା ବୃଦ୍ଧି ପାଇ ଏବେ ୬୦ ହଜାର ଟଙ୍କା ମିଳୁଛି। ଅଲଗା ଆଲାଉନ୍ସ ମିଶିଲେ ପାଖାପାଖି ୯୦ ହଜାର ଟଙ୍କା ହୋଇଯାଉଛି। ଚାକିରୀ ପରେ ୨୦୦୬ରେ ତାଙ୍କ ବିବାହ ହୋଇଥିଲା। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ରେଢୁଆ ଗହ୍ମାପୁର ଠାରେ ଗରିବ ପରିବାରର ଝିଅ ପୂଜା ଦ୍ୱିବେଦୀଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ୧୪ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ଅଛି। ଝିଅର ସ୍ବାଭାବିକ ଉଚ୍ଚତା ଥିବା ବେଳେ ପୁଅ ବାପାଙ୍କ ପରି ଗେଡ଼ା ହୋଇଛି। ଏବେ ଚଳଣି ପାଇଁ ୩ ଚକିଆ ସ୍କୁଟି ଓ କାର ଅଛି ବୋଲି ବୁଲୁ ଓ ତାଙ୍କ ସ୍ତ୍ରୀ ପୂଜା କୁହନ୍ତି।
ସମ୍ପର୍କରେ ଇଫ୍‌କୋର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା କୁହନ୍ତି, ଇଫ୍‌କୋ ପ୍ରଶାସନିକ ଭବନରେ ଦୁଇ ଜଣ ଏପରି ଥିଲେ। ଜଣେ ବୁଲୁ ଓ ଆଉ ଜଣେ ହେଲେ ପଞ୍ଜାବର ଶ୍ୟାମ ସିଂହ। ଶ୍ୟାମଙ୍କ ଚେହେରା ଅତ୍ୟନ୍ତ ବଳିଷ୍ଠ। ଦେଖିବାକୁ ରେସଲର ଗ୍ରେଟ୍‌ ଖଲିଙ୍କ ଭଳି। ସେ ପ୍ରଶାସନିକ ଭବନ ମୁଖ୍ୟ ଫାଟକ ପାଖରେ ଡ୍ୟୁଟି କରୁଥିଲେ। ଗତବର୍ଷ ସେ ଅବସର ଗ୍ରହଣ କରିଛନ୍ତି। କମ୍ପାନୀ ଯେକୌଣସି ଅତିଥି ଆସିଲେ ଏହି ଦୁଇ ଜଣଙ୍କ ଭିନ୍ନତା ପାଇଁ ସେମାନଙ୍କ ସହ କଥା ହୋଇଥାନ୍ତି ବୋଲି ବେଉରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri