ଫୁଲବତୀଙ୍କ ଅଫୁଟା ଭବିଷ୍ୟତ

ସମ୍ବଲପୁର,୧୮ା୯(ଶୁଭାଶିଷ ପାଢ଼ୀ): ପିଲା ଜନ୍ମ ହେଲେ ମା’ବାପା ନାମକରଣ କରନ୍ତି। ଭଗବାନ ଓ ଶୁଭସୂଚନା ଦେଉଥିବା ନାମ ରଖିଲେ ନାମକରଣ ଅନୁସାରେ କାର୍ଯ୍ୟରେ ସଫଳତା ମିଳିଥାଏ, ଜୀବନ ସୁଗମ ହୋଇଥାଏ ବୋଲି ଆଶା ରହିଥାଏ। ହେଲେ ନାମକରଣ ଅନୁସାରେ ଜୀବନରେ ଓଲଟା ହୋଇଥାଏ। ଏଭଳି ଅନେକ ଉଦାହରଣ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ କଂସର ଗ୍ରାମର ଫୁଲବତୀଙ୍କ ଜୀବନ। ଏହି ଗ୍ରାମର ଫୁଲବତୀ ଲାକଡାଙ୍କ ନାମ ଫୁଲବତୀ ହେଲେ ମଧ୍ୟ ତାଙ୍କ ଭବିଷ୍ୟତ ଅଫୁଟା ହୋଇରହିଯାଇଛି। ପରିବାର ପାଇଁ ତାଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। ପ୍ରଥମେ ବାପା ଚାଲିଯିବା ପରେ ପରିବାରର ଆର୍ଥତ୍କ ଅନଟନ ଦୂର କରିବା ପାଇଁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ। ୫ ମାସ ପୂର୍ବରୁ ମାଆ ପୁଣି ଆରପାରିିକି ଚାଲିଯାଇଛନ୍ତି। ଏବେ ସାନ ଭଉଣୀ ପଦ୍ମିନୀଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ପଡିଯାଇଛି। ମୁରବି ବିହିନ ପରିବାର ହୋଇଯିବାରୁ ଭଉଣୀ ଫୁଲବତୀଙ୍କୁ ସହଯୋଗ କରିବା ପାଇଁ ଛୋଟ ଭଉଣୀ ପଦ୍ମିନୀ ମଧ୍ୟ ପାଠପଢା ଛାଡି ଦେଇଛନ୍ତି। ଚଳିତବର୍ଷ ସେମାନେ କେନ୍ଦୁପତ୍ର ଶ୍ରମିକ ଭାବେ ପତ୍ରତୋଳି ଯାଇଥିଲେ। ଫୁଲବତୀ ଶ୍ରମିକଭାବେ କାମ କରିବାକୁ ଯାଉଥିବାବେଳେ ଅନ୍ୟ ସମୟରେ ଖଲିଦନା କିଛି ରୋଜଗାର ଦେଇଛି। ଝାଟିମାଟି କୁଡିଆ ଘରେ ଭଉୟଙ୍କ ଜୀବନ ବିତୁଛି। ବଡଭଉଣୀ ଅଧିକାଂଶ ସମୟରେ ଘର ବାହାରକୁ ରୋଜଗାର କରିବାକୁ ଯାଉଛନ୍ତି। ହେଲେ ପଦ୍ମିନୀ ଆଜି ମଧ୍ୟ ସହାୟତା ମିଳିଲେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନ ହେଲେ ଅଷ୍ଟମଶ୍ରେଣୀ ପାଠ ପଢିବା ଅନୁସାରେ କୌଣସି ତାଲିମ ଦେଇ ରୋଜଗାର ଯୋଗାଇ ଦେବାକୁ କିମ୍ବା ଚାକିରୀ କରାଇଦେବାକୁ ସେ ଅନୁରୋଧ କରିଛନ୍ତି। ନିଜ ପରିବାର ସମ୍ପର୍କରେ ପଦ୍ମିନୀ କହିଛନ୍ତି ଯେ, ବଡ ଭଉଣୀ ଫୁଲବତୀଙ୍କ ପାଠ ପଢିବାକୁ ଇଚ୍ଛା ଥିଲା। ହେଲେ ପରିସ୍ଥିତି ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ବାପାଙ୍କ ମୃତ୍ୟୁ ଓ ମାଆ ରୋଗାଗ୍ରସ୍ତ ହେବାରୁ ପରିବାର ପୋଷଣ ପାଇଁ ତାଙ୍କ ମୁଣ୍ଡରେ ବୋଝ ପଡିଗଲା। ସେ ଜଙ୍ଗଲରୁ କାଠପତ୍ର ସଂଗ୍ରହ କରି ଖଲିଦନା ତିଆରି କରି କିଛି ରୋଜଗାର ବାଟ ଆପଣେଇଥିଲେ। ୨ ବର୍ଷ ତଳେ ବାପା କିଶୋର ଲାକଡ଼ାଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ମାଆ କରୁଣା ବି ଶଯ୍ୟାଶାୟୀ ହୋଇଗଲେ। ମାଆ ଟିବି ରୋଗରେ ପୀଡ଼ିତ ହୋଇ ଗତ ଜୁନରେ ମୃତ୍ୟୁବରଣ କରିଥିଲେ। ଏବେ ଦୁଇ ଭଉଣୀ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡ଼ିଛନ୍ତି। ମାନେଶ୍ୱର ବଜାରରେ ସପ୍ତାହକ ଥରେ ଖଲିଦନା ବିକ୍ରି କରି ଯାହା ରୋଜଗାର ହେଉଛି ସେଥିରେ କଷ୍ଟରେ ଚଳୁଛନ୍ତି। ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଆଗକୁ ମଧ୍ୟ ପାଠ ପଢିବାକୁ ଆଗ୍ରହୀ। ହେଲେ ପରିବାରର ଆର୍ଥିକ ଅନଟନ ପାଇଁ ସମ୍ଭବ ହୋଇପାରୁନି। ପ୍ରଶାସନ କିମ୍ବା କେହି ବଦାନ୍ୟ ବ୍ୟକ୍ତି ଯଦି ଉଭୟଙ୍କ ଅବସ୍ଥା ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ସେମାନଙ୍କ ଭବିଷ୍ୟତ ସୁଦୃଢ଼ ହୋଇପାରନ୍ତା ବୋଲି କହିଛନ୍ତି। ଝାଟିମାଡି କୁଡିଆଘରେ ଅସୁରକ୍ଷିତ ଭବେ ଦୁଇଭଉଣୀ ରହୁଛନ୍ତି। ପ୍ରାୟ ଏକ ସପ୍ତାହ ହେବ ଫୁଲବତୀ ଝାରସୁଗୁଡା ଜଣଙ୍କ ଘରକୁ ସହାୟିକା ଭାବେ କାମ କରିବାକୁ ଯାଇଥିବାବେଲେ ପଦ୍ମିନୀ ରାତିରେ ପଡୋଶୀ ସମ୍ପର୍କୀୟ ଘରେ ଆଶ୍ରୟ ନେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri