ଫୁଲବତୀଙ୍କ ଅଫୁଟା ଭବିଷ୍ୟତ

ସମ୍ବଲପୁର,୧୮ା୯(ଶୁଭାଶିଷ ପାଢ଼ୀ): ପିଲା ଜନ୍ମ ହେଲେ ମା’ବାପା ନାମକରଣ କରନ୍ତି। ଭଗବାନ ଓ ଶୁଭସୂଚନା ଦେଉଥିବା ନାମ ରଖିଲେ ନାମକରଣ ଅନୁସାରେ କାର୍ଯ୍ୟରେ ସଫଳତା ମିଳିଥାଏ, ଜୀବନ ସୁଗମ ହୋଇଥାଏ ବୋଲି ଆଶା ରହିଥାଏ। ହେଲେ ନାମକରଣ ଅନୁସାରେ ଜୀବନରେ ଓଲଟା ହୋଇଥାଏ। ଏଭଳି ଅନେକ ଉଦାହରଣ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ କଂସର ଗ୍ରାମର ଫୁଲବତୀଙ୍କ ଜୀବନ। ଏହି ଗ୍ରାମର ଫୁଲବତୀ ଲାକଡାଙ୍କ ନାମ ଫୁଲବତୀ ହେଲେ ମଧ୍ୟ ତାଙ୍କ ଭବିଷ୍ୟତ ଅଫୁଟା ହୋଇରହିଯାଇଛି। ପରିବାର ପାଇଁ ତାଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। ପ୍ରଥମେ ବାପା ଚାଲିଯିବା ପରେ ପରିବାରର ଆର୍ଥତ୍କ ଅନଟନ ଦୂର କରିବା ପାଇଁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ। ୫ ମାସ ପୂର୍ବରୁ ମାଆ ପୁଣି ଆରପାରିିକି ଚାଲିଯାଇଛନ୍ତି। ଏବେ ସାନ ଭଉଣୀ ପଦ୍ମିନୀଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ପଡିଯାଇଛି। ମୁରବି ବିହିନ ପରିବାର ହୋଇଯିବାରୁ ଭଉଣୀ ଫୁଲବତୀଙ୍କୁ ସହଯୋଗ କରିବା ପାଇଁ ଛୋଟ ଭଉଣୀ ପଦ୍ମିନୀ ମଧ୍ୟ ପାଠପଢା ଛାଡି ଦେଇଛନ୍ତି। ଚଳିତବର୍ଷ ସେମାନେ କେନ୍ଦୁପତ୍ର ଶ୍ରମିକ ଭାବେ ପତ୍ରତୋଳି ଯାଇଥିଲେ। ଫୁଲବତୀ ଶ୍ରମିକଭାବେ କାମ କରିବାକୁ ଯାଉଥିବାବେଳେ ଅନ୍ୟ ସମୟରେ ଖଲିଦନା କିଛି ରୋଜଗାର ଦେଇଛି। ଝାଟିମାଟି କୁଡିଆ ଘରେ ଭଉୟଙ୍କ ଜୀବନ ବିତୁଛି। ବଡଭଉଣୀ ଅଧିକାଂଶ ସମୟରେ ଘର ବାହାରକୁ ରୋଜଗାର କରିବାକୁ ଯାଉଛନ୍ତି। ହେଲେ ପଦ୍ମିନୀ ଆଜି ମଧ୍ୟ ସହାୟତା ମିଳିଲେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନ ହେଲେ ଅଷ୍ଟମଶ୍ରେଣୀ ପାଠ ପଢିବା ଅନୁସାରେ କୌଣସି ତାଲିମ ଦେଇ ରୋଜଗାର ଯୋଗାଇ ଦେବାକୁ କିମ୍ବା ଚାକିରୀ କରାଇଦେବାକୁ ସେ ଅନୁରୋଧ କରିଛନ୍ତି। ନିଜ ପରିବାର ସମ୍ପର୍କରେ ପଦ୍ମିନୀ କହିଛନ୍ତି ଯେ, ବଡ ଭଉଣୀ ଫୁଲବତୀଙ୍କ ପାଠ ପଢିବାକୁ ଇଚ୍ଛା ଥିଲା। ହେଲେ ପରିସ୍ଥିତି ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ବାପାଙ୍କ ମୃତ୍ୟୁ ଓ ମାଆ ରୋଗାଗ୍ରସ୍ତ ହେବାରୁ ପରିବାର ପୋଷଣ ପାଇଁ ତାଙ୍କ ମୁଣ୍ଡରେ ବୋଝ ପଡିଗଲା। ସେ ଜଙ୍ଗଲରୁ କାଠପତ୍ର ସଂଗ୍ରହ କରି ଖଲିଦନା ତିଆରି କରି କିଛି ରୋଜଗାର ବାଟ ଆପଣେଇଥିଲେ। ୨ ବର୍ଷ ତଳେ ବାପା କିଶୋର ଲାକଡ଼ାଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ମାଆ କରୁଣା ବି ଶଯ୍ୟାଶାୟୀ ହୋଇଗଲେ। ମାଆ ଟିବି ରୋଗରେ ପୀଡ଼ିତ ହୋଇ ଗତ ଜୁନରେ ମୃତ୍ୟୁବରଣ କରିଥିଲେ। ଏବେ ଦୁଇ ଭଉଣୀ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡ଼ିଛନ୍ତି। ମାନେଶ୍ୱର ବଜାରରେ ସପ୍ତାହକ ଥରେ ଖଲିଦନା ବିକ୍ରି କରି ଯାହା ରୋଜଗାର ହେଉଛି ସେଥିରେ କଷ୍ଟରେ ଚଳୁଛନ୍ତି। ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଆଗକୁ ମଧ୍ୟ ପାଠ ପଢିବାକୁ ଆଗ୍ରହୀ। ହେଲେ ପରିବାରର ଆର୍ଥିକ ଅନଟନ ପାଇଁ ସମ୍ଭବ ହୋଇପାରୁନି। ପ୍ରଶାସନ କିମ୍ବା କେହି ବଦାନ୍ୟ ବ୍ୟକ୍ତି ଯଦି ଉଭୟଙ୍କ ଅବସ୍ଥା ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ସେମାନଙ୍କ ଭବିଷ୍ୟତ ସୁଦୃଢ଼ ହୋଇପାରନ୍ତା ବୋଲି କହିଛନ୍ତି। ଝାଟିମାଡି କୁଡିଆଘରେ ଅସୁରକ୍ଷିତ ଭବେ ଦୁଇଭଉଣୀ ରହୁଛନ୍ତି। ପ୍ରାୟ ଏକ ସପ୍ତାହ ହେବ ଫୁଲବତୀ ଝାରସୁଗୁଡା ଜଣଙ୍କ ଘରକୁ ସହାୟିକା ଭାବେ କାମ କରିବାକୁ ଯାଇଥିବାବେଲେ ପଦ୍ମିନୀ ରାତିରେ ପଡୋଶୀ ସମ୍ପର୍କୀୟ ଘରେ ଆଶ୍ରୟ ନେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri