ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ ଅବସାଦରେ ରହିଥାଏ ତ କାହାର ପାରିବାରିକ ସମସ୍ୟା ମୁଣ୍ଡବିନ୍ଧାର କାରଣ ସାଜିଥାଏ। କିନ୍ତୁ ଏସବୁ ସମସ୍ୟାରୁ ବି ମୁକ୍ତି ପାଇହେବ; ତାହା ପୁଣି ସାମାନ୍ୟ କେତୋଟି ଫଟୋ ପାଇଁ, କେମିତି ଜାଣନ୍ତୁ …
* ଘରେ ପଇସାପତ୍ରକୁ ନେଇ ସମସ୍ୟା ଉପୁଜୁଥିଲେ, ଘରର ଉତ୍ତର-ପୂର୍ବ କାନ୍ଥରେ ବୋହିଯାଉଥିବା ଝରଣାର ଫଟୋ ଲଗାଇଲେ ଶୁଭଫଳ ମିଳିଥାଏ।
* ଘରର ଡ୍ରଇଁ ରୁମ୍‌ରେ ଶସ୍ୟଶ୍ୟାମଳାଭରା ଗଛଲତାର ଫଟୋ ଲଗାଇଲେ ଏହା ସୌଭାଗ୍ୟକୁ ଆମନ୍ତ୍ରିତ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜାକୁ ବଢାଇଥାଏ।
* ଘରର ପ୍ରବେଶ ଦ୍ୱାର ନିକଟରେ ସୂର୍ଯ୍ୟୋଦୟର ଫଟୋ ଲଗାଇଲେ ଏହା ପରିବାରର ସମ୍ମାନକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
* ଘରର ଦକ୍ଷିଣ-ପୂର୍ବ କାନ୍ଥରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଇଲେ ପରିବାରର ଶ୍ରୀ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଘରର ବୈଠକଖାନା; ଯେଉଁଠି ପରିବାରର ମୁଖ୍ୟମାନେ ବସି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥାନ୍ତି, ସେଠାରେ ଉଚ୍ଚ ଗିରିଶୃଙ୍ଗର ଫଟୋ ଲଗାଇଲେ ଯାହାବି ନିଷ୍ପତି ହୋଇଥାଏ ତାହା ସମସ୍ତଙ୍କ ହିତ ପାଇଁ ହୋଇଥାଏ।
* ଡ୍ରଇଂ ରୁମ୍‌ରେ ଧଳା ଘୋଡା ଦୌଡୁଥିବାର ଫଟୋ ଲଗାଇଲେ, ପରିବାରରେ ସୁଖଶାନ୍ତି ବଢେ।
* ପିଲାଙ୍କର ପଢାରେ ମନ ଲାଗୁ ନଥିଲେ, ସେମାନଙ୍କ ଷ୍ଟଡି ଟେବୁଲ ପାଖରେ ବଗଟି ମାଛକୁ ଧ୍ୟାନର ସହ ଦେଖୁଥିବାର ଫଟୋ ଲଗାଇବା ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?