ଚିତ୍ରଣ ସାମ୍ବାଦିକା

ଖବରକାଗଜ, ପତ୍ରିକା, ଗୀତ ସଂଯୋଜନା, ଅନ୍‌ଲାଇନ ସାମ୍ବାଦିକତା ଓ ସାହିତ୍ୟ ଆଦି କ୍ଷେତ୍ରର ୨୧ଟି ବର୍ଗରେ ଉତ୍କର୍ଷଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ପୁଲିଜର ସମ୍ମାନ ପ୍ରଦାନ କରାଯାଇଥାଏ। ହଙ୍ଗେରୀୟ-ଆମେରିକୀୟ ରାଜନୀତିଜ୍ଞ ତଥା ଖବରକାଗଜ ପ୍ରକାଶକ ଯୋଶେଫ୍‌ ପୁଲିଜର ତାଙ୍କ ଉଇଲ୍‌ରେ ଉଲ୍ଲେଖ କରିଥିବା ବିଷୟ ଅନୁଯାୟୀ ୧୯୧୭ରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଇଆସୁଛି। ୨୦ଟି ବର୍ଗର ପ୍ରତ୍ୟେକ ବିଜେତାଙ୍କୁ ୧୫,୦୦୦ ଆମେରିକୀୟ ଡଲାର ଓ ଏକ ପ୍ରମାଣପତ୍ର ଦିଆଯାଉଥିବା ବେଳେ ସମାଜସେବା କ୍ଷେତ୍ରରେ ମନୋନୀତ ବ୍ୟକ୍ତିଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥାଏ। ଆମେରିକାର ଅନ୍‌ଲାଇନ ପତ୍ରିକା ‘ଇନ୍‌ସାଇଡର’ ପାଇଁ କାର୍ଯ୍ୟ କରୁଥିବା ବାଂଲାଦେଶ ଜନ୍ମିତ ଫାହମିଦା ଅଜିମ୍‌ଙ୍କୁ ‘ଇଲଷ୍ଟ୍ରେଟେଡ୍‌ ରିପୋର୍ଟିଂ ଆଣ୍ଡ୍‌ କମେଣ୍ଟ୍ରି’ ବର୍ଗରେ ୨୦୨୨ ପୁଲିଜର ପୁରସ୍କାର ଲାଗି ଚୟନ କରାଯାଇଛି। ନ୍ୟୁୟର୍କରୁ ପ୍ରକାଶ ପାଉଥିବା ‘ଇନ୍‌ସାଇଡର’ରେ କାର୍ଯ୍ୟରତ ସାମ୍ବାଦିକ ଆନ୍ଥୋନୀ ଡେଲ୍‌ କୋଲ୍‌, ଜୋସ୍‌ ଆଡାମ୍ସ ଏବଂ ଓ୍ବାଲ୍ଟ ହିକ୍କି ମଧ୍ୟ ପୁଲିଜର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଚାରିଜଣ ଚାଇନାର ଉଇଗୁରରେ ଥିବା ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ବନ୍ଧୀୟ ବହୁ ବିଷୟ ଲୋକଲୋଚନକୁ ଆଣିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଛନ୍ତି। ତେବେ ଫାହମିଦା ‘ହାଓ ଆଇ ଏସ୍‌କେପ୍‌ଡ ଏ ଚାଇନିଜ୍‌ ଇଣ୍ଟର୍ନମେଣ୍ଟ କ୍ୟାମ୍ପ୍‌’ ଶୀର୍ଷକ କରିଥିବା ଇଲଷ୍ଟ୍ରେଶନ ବା ରେଖା/ଚିତ୍ରାଙ୍କନ ସମ୍ବନ୍ଧୀୟ ରିପୋର୍ଟିଂ ବିଚାରକମଣ୍ଡଳୀର ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କ କାର୍ଯ୍ୟ ଅଧିକ ଆଲୋଚିତ ହେଉଛି।
ବାଂଲାଦେଶରେ ଜନ୍ମିତ ଫାହମିଦା ଆମେରିକାରେ ରହୁଛନ୍ତି। ତାଙ୍କୁ ଯେତେବେବେଳେ ୬ ବର୍ଷ ବୟସ ହୋଇଥିଲା ପରିବାର ଆମେରିକାର ଭର୍ଜିନିଆକୁ ଚାଲିଯାଇଥିଲେ। ସାମ୍ବାଦିକତା ବୃତ୍ତିରେ ପରିଚିତି ହାସଲ କରିପାରିଥିଲେ ହେଁ ଜଣେ ଚିତ୍ରକର ଓ ଗାଳ୍ପିକା ଭାବେ ସୃଜନ ପରିମଣ୍ଡଳରେ ସେ ଜଣାଶୁଣା। ପରିଚୟ, ସଂସ୍କୃତି ଓ ସ୍ବାୟତ୍ତତା ସମ୍ବନ୍ଧୀୟ ବିଷୟବସ୍ତୁ ତାଙ୍କ କାର୍ଯ୍ୟର କେନ୍ଦ୍ରସ୍ଥଳୀ ପାଲଟିଯାଇଛି। ‘ଏନ୍‌ପିଆର୍‌’, ‘ଗ୍ଲାମର’, ‘ସାଇଣ୍ଟିଫିକ୍‌ ଆମେରିକାନ୍‌’, ‘ଇଣ୍ଟରସେପ୍ଟ’, ‘ଭାଇସ୍‌’ ଓ ‘ଦି ନ୍ୟୁୟର୍କ ଟାଇମ୍ସ’ ଆଦି ବହୁ ଅନ୍ତର୍ଜାତୀୟ ପତ୍ରିକା ଓ ଖବରକାଗଜରେ ତାଙ୍କ କଳାକୃତି ଦେଖିବାକୁ ମିଳିଥାଏ। ନିଜ ପୁସ୍ତକ ‘ମୁସ୍‌ଲିମ ଓମେନ୍‌ ଆର୍‌ ଏଭ୍ରିଥିଙ୍ଗ୍‌’ ସହ ଅନେକ ପୁସ୍ତକରେ ସେ ଚିତ୍ର ଅଙ୍କନ କରିଛନ୍ତି। ଅନ୍ୟ ପ୍ରତିଯୋଗୀ ଗଣମାଧ୍ୟମ କ’ଣ ପ୍ରକାଶ କରୁଛନ୍ତି ଓ କିଭଳି ଟିଆର୍‌ପି ପଛରେ ଧାଉଁଛନ୍ତି, ସେଥିରେ ବିଚଳିତ ନ ହୋଇ ସକାରାତ୍ମକ ସାମ୍ବାଦିକତା ଦିଗରେ ଫାହମିଦା ଓ ତାଙ୍କ ଟିମ୍‌ କାର୍ଯ୍ୟ କରିଥାଏ ବୋଲି ସେ କହିଥାଆନ୍ତି। ବରଂ ନିଷ୍ପେଷିତଙ୍କ କାହାଣୀକୁ ଲୋକଲୋଚନକୁ ଆଣିବାରେ ଆନନ୍ଦ ପାଇଥାଆନ୍ତି। ଏଥିସହିତ ଯେଉଁମାନେ କଠିନ ପରିଶ୍ରମ କରି ଜୀବନରେ ସଫଳତା ହାସଲ କରିଥାଆନ୍ତି, ସେହିଭଳି ବ୍ୟକ୍ତିତ୍ୱଙ୍କ ବିଷୟରେ ବର୍ଣ୍ଣନା କରିବା ଦ୍ୱାରା ସେଥିରୁ ଅନେକେ ଅନୁପ୍ରାଣିତ ହୋଇଥାଆନ୍ତି ବୋଲି ସେ କହିଛନ୍ତି। ବୃହତ୍‌ ଗଣମାଧ୍ୟମର ଲେନ୍ସ ବାହାରକୁ ସାଧାରଣତଃ ଏହି ବିଷୟ ଚାଲିଯାଉଥିବାରୁ ସେଗୁଡ଼ିକୁ ନିଜ ରିପୋର୍ଟିଂ, ଲେଖା ଓ ରେଖାଚିତ୍ରରେ ସ୍ଥାନିତ କରିପାରିଥିବାରୁ କ୍ୟାରିୟର ସର୍ବଦା ଆହ୍ବାନପୂର୍ଣ୍ଣ ହୋଇଥାଏ ଏବଂ ସେଥିରୁ ପ୍ରଚୁର ଆନନ୍ଦ ମିଳିଥାଏ ବୋଲି ଫାହମିଦା କହିଛନ୍ତି। ସେଥିପାଇଁ ସାମ୍ବାଦିକତା ତାଙ୍କ ପାଇଁ ବୃତ୍ତି ନୁହେଁ, ଏକ ଆବେଗ ପାଲଟିଯାଇଛି ବୋଲି କହିଥାଆନ୍ତି।
ବାଂଲାଦେଶରେ ଜନ୍ମିତ ଓ ପୁଲିଜର ପୁରସ୍କାର ପାଇବାରେ ଫାହମିଦା ହେଉଛନ୍ତି ତାଙ୍କ ଦେଶର ଦ୍ୱିତୀୟ ବ୍ୟକ୍ତି। ୨୦୧୮ରେ ମହମ୍ମଦ ପୋନିର ହୋସେନ୍‌ ରଏଟର ଫଟୋଗ୍ରାଫି ଷ୍ଟାଫ୍‌ ଭାବେ ‘ଫିଚର ଫଟୋଗ୍ରାଫି’ ବର୍ଗରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଥିଲେ। ତେବେ ‘ହାଓ ଆଇ ଏସ୍‌କେପ୍‌ଡ ଏ ଚାଇନିଜ୍‌ ଇଣ୍ଟର୍ନମେଣ୍ଟ କ୍ୟାମ୍ପ୍‌’ର ରେଖାଙ୍କିତ ରିପୋର୍ଟିଂ ଗତବର୍ଷ ଡିସେମ୍ବର ୨୮ରେ ପ୍ରକାଶ ପାଇବା ପରେ ବିଶ୍ୱବ୍ୟାପୀ ଚହଳ ପକାଇଥିଲା। ପୁଲିଜର ଓ୍ବେବ୍‌ସାଇଟ୍‌ ଏହା ଉପରେ ଟିପ୍ପଣୀ ଦେବାକୁ ଯାଇ ଉଲ୍ଲେଖ କରିଛି ଯେ, ଉଇଗୁରରେ ଚାଇନା ସରକାର ଯେଭଳି ଭାବେ ମୁସଲମାନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି, ତାହାକୁ ଗ୍ରାଫିକ୍‌ ରିପୋଟେଜ୍‌ ଓ କମିକ୍ସ ମିଡିୟମ୍‌ରେ ପ୍ରକାଶ କରାଯିବା ଦ୍ୱାରା ତାହାର ପହୁଞ୍ଚ ଦିଗବିଦିଗ ହୋଇପାରିଛି। କଳାକାର ତଥା ସାମ୍ବାଦିକ ଭାବେ ସେ ଏକ ବିଷୟକୁ ଯେଭଳି ଚିତ୍ରିତ କରି ଚାରିଆଡ଼ୁ ପ୍ରଶଂସା ସାଉଁଟି ପାରିଛନ୍ତି, ସେହି ଶୈଳୀ ନିଶ୍ଚିତ ଭାବେ ଏକ ନୂଆ ଧାରା ସୃଷ୍ଟି କରିଛି।
ଅତୀତକୁ ମନେପକାଇ ଫାହମିଦା କହିଛନ୍ତି, ସେ ପିଲାଦିନୁ କଳା ଅନୁରାଗୀ ଥିଲେ। ତାଙ୍କ କ୍ୟାରିୟରକୁ ସହଜରେ ସ୍ବୀକୃତି ମିଳି ନ ଥିଲା। ହେଲେ ସେ ନିଜ ସଉକରେ ଜଡ଼ି ରହିଥିଲେ। ଏବେ କମ୍ପ୍ୟୁଟରରେ ଗ୍ରାଫିକ୍ସ କରି ସୁନାମ ଅର୍ଜନ କରିଥିଲେ ମଧ୍ୟ ପୁରୁଣା ଦିନର ହାତଅଙ୍କା ଚିତ୍ର ପ୍ରତି ରହିଛି ଅନେକ ଦୁର୍ବଳତା। ‘ସିକ୍ସ ଓ୍ବାଲର୍‌ଡ ଷ୍ଟୋରିଜ୍‌’ ଓ ‘୧୦୦୧ ନାଇଟ୍ସ’ ଭଳି ବଡ଼ ପ୍ରକଳ୍ପରେ କାମ କରିଥିଲେ ହେଁ ସମୟ ମିଳିଲେ ହାତରେ ଚିତ୍ର ଆଙ୍କି ସେ ଅନେକଙ୍କୁ ମୁଗ୍ଧ କରିଦେଇଥାଆନ୍ତି। ‘ସମିରା ସର୍ଫ’ ପୁସ୍ତକରେ ଇଲଷ୍ଟ୍ରେଶନ କରି ଚର୍ଚ୍ଚିତ ହେବା ପରେ ଚଳିତବର୍ଷ ପ୍ରାରମ୍ଭରେ ‘ଗୋଲ୍‌ଡେନ୍‌ କାଇଟ୍‌’ ପୁରସ୍କାର ପାଇପାରିଛନ୍ତି। ଏବେ ସେ ନିଜର ପ୍ରଥମ ସୋଲୋ ଗ୍ରାଫିକ୍‌ ନଭେଲ ‘ମେଗା ମେଘା’ କାର୍ଯ୍ୟରେ ବ୍ୟସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri