Posted inଫୁରସତ

ବରକନ୍ୟାଙ୍କ ସାମ୍ନାରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର, କାରଣ ଜାଣିଲେ…

ଜଣେ ଫଟୋଗ୍ରାଫର ଫଟୋଶୁଟ୍‌ ପାଇଁ ଏକ ବିବାହ ଉତ୍ସବକୁ ଯାଇଥିଲେ। କିନ୍ତୁ ବର ତାଙ୍କୁ ଏପରି ବ୍ୟବହାର କରିଥିଲେ ଯେ, ଏଥିରେ ସେ କ୍ରୋଧିତ ହୋଇ ତାଙ୍କ ସାମ୍ନାରେ ବିବାହ ଫଟୋ ଡିଲିଟ୍‌ କରିଥିଲେ। ଏହା ପରେ ସେ ସେଠାରୁ ଚାଲିଯାଇଥିଲେ। ଶେଷରେ ଏହି ବିବାହରେ କ’ଣ ହେଲା ଆଉ ଫଟୋଗ୍ରାଫର କାହିଁକି ଏପରି ପଦକ୍ଷେପ ନେଇଥିଲେ ବର୍ତ୍ତମାନ ଫଟୋଗ୍ରାଫର ସୋସିଆଲ ମିଡିଆରେ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଜାଣନ୍ତୁ ଏ ବିଷୟରେ…

ଫଟୋଗ୍ରାଫର ସୋସିଆଲ ମିଡିଆରେ ସେହିଦିନର ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି। ଫଟୋଗ୍ରାଫର ବହୁତ ଭୋକିଲା ଥିଲେ। ଅନ୍ୟପକ୍ଷରେ ବିବାହ ଭୋଜିରେ ତାଙ୍କୁ ଖାଦ୍ୟ ଖାଇବାକୁ ମନା କରାଯାଇଥିଲା। ତେଣୁ ଫଟୋଗ୍ରାଫର ଏତେ ରାଗିଗଲେ ଯେ, ବରକନ୍ୟାଙ୍କ ଆଗରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ।

ଫଟୋଗ୍ରାଫର କହିଛନ୍ତି, ସେ ବୃତ୍ତିରେ ଫଟୋଗ୍ରାଫର ନୁହନ୍ତି। ସେ କୁକୁରମାନଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କର ଫଟୋ ନିଜ ଇନଷ୍ଟାଗ୍ରାମ୍‌ ଏବଂ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରନ୍ତି । କିନ୍ତୁ ତାଙ୍କ ବନ୍ଧୁ ତାଙ୍କୁ ବିବାହରେ ଫଟୋ ଉଠାଇବାକୁ କହିଥିଲେ। ସେ ମନା କରିଦେଇଥିଲେ। ତଥାପି ତାଙ୍କ ବନ୍ଧୁ ତାଙ୍କୁ ଏହି କାମ କରିବାକୁ କହିଥିଲେ।

ଫଟୋଗ୍ରାଫର କହିଛନ୍ତି, ବିବାହରେ ୨୫୦ ଡଲାର (୧୮ ହଜାର ଟଙ୍କା)ରେ ଫଟୋ ଉଠାଇବା ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଫଟୋଉଠା କାମ ବିବାହ ଦିନ ସକାଳ ୧୧ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୮ଟାରେ ଶେଷ ହୋଇଥିତ୍ଲା। ସନ୍ଧ୍ୟାରେ ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଉଥିଲା। କିନ୍ତୁ ଫଟୋଗ୍ରାଫରଙ୍କ ପାଇଁ ଖାଇବା ନ ଥିଲା। ଏପରିକି ତାଙ୍କୁ ଖାଦ୍ୟ ଖାଇବା ପାଇଁ ମନା କରାଯାଇଥିଲା। ତାଙ୍କୁ ଲଗାତର ଫଟୋ ଉଠାଇବାକୁ କୁହାଯାଇଥିଲା।

କ୍ଳାନ୍ତ ହୋଇ ଫଟୋଗ୍ରାଫର ତାଙ୍କ ବନ୍ଧୁ ତଥା ବରଙ୍କୁ ଖାଦ୍ୟ ଏବଂ ପାନୀୟ ପାଇଁ ୨୦ ମିନିଟ୍‌ର ବିରତି ମାଗିଥିଲେ। ଏହା ପରେ ବର ଫଟୋଗ୍ରାଫରଙ୍କୁ କହିଥିଲେ, ସେ ଲଗାତର ଫଟୋ ନ ଉଠାଇଲେ ବିନା ଅର୍ଥରେ ଯିବାକୁ ପଡ଼ିବ। ଫଟୋଗ୍ରାଫର ଭୋକ, ଥକ୍କାପଣ ଏବଂ ଖରା ଯୋଗୁ ଅସୁବିଧାରେ ପଡ଼ିଥିଲେ। ଯେତେବେଳେ ବର ତାଙ୍କୁ କହିଲେ ବିନା ପଇସାରେ ଚାଲିଯିବାକୁ ପଡ଼ିବ, ସେ ଏତେ ବିରକ୍ତ ହେଲେ ଯେ ତାଙ୍କ ସାମ୍ନାରେ ଥିବା ସମସ୍ତ ଫଟୋ ଡିଲିଟ୍‌ କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri