ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋ ଭାଇରାଲ

ନୟାଗଡ଼,୨୧।୮(ଲୋକନାଥ ମିଶ୍ର):ନୟାଗଡ଼ ସଦର ଥାନା ବାଲୁଗଁା ଅଞ୍ଚଳର ଏକ ହାଇସ୍କୁଲରେ ୫ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋକୁ ମୁହଁ ଅସଲି ରଖି ଶରୀରକୁ ଉଲଗ୍ନ କରି ଭାଇରାଲ କରାଯାଇଛି। ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୁରି ବୁଲୁଛି। ମୋବାଇଲ ଆପ୍‌ରେ ଫଟୋ ଏଡିଟିଂ କରାଯାଇ ଏପରି ଭାଇରାଲ ହୋଇଛି। ଏ ସଂକ୍ରାନ୍ତରେ ନୟାଗଡ଼ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦଶମ ଶ୍ରେଣୀରେ ପଢ଼ୁଥିବା ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ୨ ଛାତ୍ର ଫଟୋକୁ ଏଡିଟିଂ କରିଥିବାବେଳେ ଅନ୍ୟ ୫ଜଣ ସବୁ ଜାଣି ଚୁପ ରହିଥିଲେ। ଅନ୍ୟପକ୍ଷେ ପ୍ରଧାନଶିକ୍ଷକ ଏହି ଘଟଣା ସମ୍ପର୍କରେ କିଛି ନ କହି ଏଡାଇ ଯାଇଥିଲେ। ଉକ୍ତ ଘଟଣାକୁ ଚାପି ଦେବାକୁ ସେ ପ୍ରୟାସ କରିଥିଲେ ବୋଲି ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ସସ୍‌ପେଣ୍ଡ କରିବା ପାଇଁ ଦାବି ହେଉଛି। ସେହିପରି ଘଟଣା ପ୍ରଘଟ ପରେ ଛାତ୍ର ଜଣକ ଜଣେ ଭାଜପା ନେତାଙ୍କ ଘରେ ଲୁଚି ରହିଥିଲେ। ସେହି ଭାଜପା ନେତା ଉକ୍ତ ଘଟଣାକୁ ଚାପି ଦେବାକୁ ଜୋରଦାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।
ଏନେଇ ଜଣେ ଅଭିଭାବକ କହିଛନ୍ତି, ହାଇସ୍କୁଲରେ ଚାରା ରୋପଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହୁଏ। ମୋ ଝିଅ ପରି ଅନ୍ୟ ଛାତ୍ରୀମାନେ ସେହିସବୁ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ହେଲେ ସେମାନଙ୍କ ଫଟୋକୁ ମୋବାଇଲ ଆପ୍‌ରେ ଅଶ୍ଲୀଳ କରି ଛଡା ଯିବା କଥାକୁ ଆମେ କେମିତି ଜାଣିବୁ। ମୋ ଝିଅ ପରି ୫ ଜଣ ଝିଅଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି। ଝିଅର ମୁହଁ ଫଟୋ ଅସଲି ଥିବାବେଳେ ଅନ୍ୟ କାହାର ଉଲଗ୍ନ ଫଟୋକୁ ସେଥିରେ ଯୋଡ଼ା ଯାଇଛି। ୧୫ ଦିନ ତଳୁ ଏହି ଘଟଣା ଘଟିଲାଣି। ହେଲେ ପ୍ରଧାନ ଶିକ୍ଷକ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ବାରମ୍ବାର ଅଭିଯୋଗ ପରେ ପ୍ରଧାନଶିକ୍ଷକ ମୋତେ ଡକାଇ ଥିଲେ। ଯେଉଁ ପିଲାମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ଅଭିଭାବକଙ୍କୁ ଡାକିଥିଲେ। ଘଟଣା ଚାପି ଦେବାକୁ ମୋ ଉପରେ ଚାପ ପକାଇଲେ। ମୁଁ ରାଜି ନ ହେବାରୁ ଖରାପ ବ୍ୟବହାର କରିଥିଲେ। ଅନ୍ୟ ଜଣେ ମହିଳା କହିଛନ୍ତି, ନ୍ୟାୟ ନ ପାଇବାରୁ ମୁଁ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛି। ନୟାଗଡ଼ ସଦର ଥାନା ଆଇଆଇସି ଅନିତା ସାହୁ କୁହନ୍ତି, ଏମିତି ଏକ ଲଜ୍ୟାଜନକ ଘଟଣା ଘଟିଛି। ତେବେ ଏହି ଘଟଣା ସମ୍ବେଦନଶୀଳ ହୋଇଥିବାରୁ କିଛି କହି ହେବନି। ପୋଲିସର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri