ଫଟୋ ଫିଲ୍ଟର…

ବର୍ତ୍ତମାନ ଅଳ୍ପ ବୟସରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ୍‌ ମିଡିଆ ବ୍ୟବହାର କରୁଛନ୍ତି। ଯେଉଁଥିରେ ନିଜର ଭଳିକି ଭଳି ଫଟୋ, ଭିଡିଓ ପୋଷ୍ଟ କରିବାରେ ଅନେକେ ବେଶ୍‌ ଆକ୍ଟିଭ୍‌। ତେବେ ଆଶ୍ଚର୍ଯ୍ୟର କଥା ଏବେ ଫଟୋରେ କିଏ କଳା, ଗୋରା, ସୁନ୍ଦର, ଅସୁନ୍ଦର ଜାଣିବା ମୁକ୍ସିଲ୍‌। କାରଣ ଏବେ ସୋସିଆଲ୍‌ ମିଡିଆ ଏବେ ସମସ୍ତେ ସୁନ୍ଦର। ତେବେ ଖୁବ୍‌ ସୁନ୍ଦର ତଥା ଆଇକ୍ୟାଚି ଦେଖାଯାଉଥିବା ଫଟୋ ପଛରେ ରହିଛି ବିଭିନ୍ନ ଏଡିଟିଂ ଆପ୍‌ରେ ଥିବା ଫଟୋ ଫିଲ୍ଟରର କମାଲ। ତେଣୁ ଏହା ଯେମିତି ପାଲଟିଛି ଅନେକଙ୍କ ପାଇଁ ଖୁବ୍‌ ଦରକାରୀ। ତେବେ ଏହାକୁ ବ୍ୟବହାର କରିବାରେ ସର୍ବାଧିକ କ୍ରେଜ୍‌ ମିଳୁଛି ଯୁବପିଢିଙ୍କ ପାଖରେ। ଜାଣିବା ଏଭଳି ଆପ୍‌ର ବ୍ୟବହାର କାହଁକି ବଢୁଛି ଏବଂ ଏହାଦ୍ୱାରା କ’ଣ ପ୍ରଭାବ ପଡୁଛି…
ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ: କୁହାଯାଏ ଏକ ସୁନ୍ଦର ଚେହେରା ମଧ୍ୟ ବ୍ୟକ୍ତିତ୍ୱକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯେଉଁଥିପାଇଁ ସମାଜରେ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ସୃଷ୍ଟି କରିବା ଲକ୍ଷ୍ୟରେ ଅନେକେ ସୋସିଆଲ୍‌ ସାଇଟ୍‌ ନିଜର ଭଲ ଭଲ ପ୍ରୋଫାଇଲ୍‌ ପିକ୍ଚର ଦେଇଥାନ୍ତି। ଆଉ ଏଥିପାଇଁ ଅନେକେ ଫଟୋ ଫିଲ୍ଟରର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି। ଯଦିଓ ଏହାଦ୍ୱାରା ସେମାନଙ୍କ ବାସ୍ତବ ଚିତ୍ର ଲୁଚିଯାଉଛି, ଯାହାକି ପରବର୍ତ୍ତି ସମୟରେ ଜଣାପଡିଲେ ସେମାନଙ୍କ ବ୍ୟକ୍ତିତ୍ୱରେ ଆଞ୍ଚ ଆସିପାରେ ସେ ଦିଗରେ ସେମାନେ ସଚେତନ ନଥାନ୍ତି।
ଅଧିକ ଲାଇକ୍‌ କମେଣ୍ଟ ପାଇବା ଲକ୍ଷ୍ୟ: ଆଜିକାଲି ଫଟୋ ଫିଲ୍ଟର ବ୍ୟବହାର କରି ଫ୍ଲଲେସ୍‌ ସ୍କିନ୍‌, ଗୋରା ରଙ୍ଗ ସାଙ୍ଗକୁ ମେକ୍‌ଅପ୍‌ ଅପ୍ସନ ଫଟୋକୁ ସମ୍ପୂର୍ଣ୍ଣ ସୁନ୍ଦର କରିପାରୁଛି। ଯାହାକି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ତେଣୁ ସୋସିଆଲ୍‌ ସାଇଟ୍‌ରେ ନିଜର ଏଭଳି ଫଟୋ ପୋଷ୍ଟ କରି ଅଧିକ ଲାଇକ୍‌ ଏବଂ କମେଣ୍ଟ ପାଇବାର ନିଶା ଯୁବପିଢିଙ୍କୁ ଘାରିଛି।
ସୌନ୍ଦର୍ଯ୍ୟ ମାୟାଜାଲରେ ଅନ୍ୟକୁ ଫସାଇବା: ସୋସିଆଲ୍‌ ମିଡିଆରେ ଆକର୍ଷଣୀୟ ଚେହେରା ଦେଖାଇ ଅନ୍ୟକୁ ଠକିବା ଘଟଣା ଏବେ ବଢୁଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ଡେଟିଂ ଆପ୍‌ରେ ଏଭଳି ଫଟୋ ଦେଇ ଅନ୍ୟକୁ ବିବାହ ପ୍ରଲୋଭନ ଦେଖାଇ ଠକିବା, ପ୍ରତାରଣା କରିବା, ଟଙ୍କା ଲୁଟିବା କିମ୍ବା ଅନ୍ୟାନ୍ୟ ଅପରାଧର ବି ନଜିର ରହିଛି।
ପ୍ରଭାବିତ ହେଉଛି ମାନସିକତା: ଏଭଳି ଫିଲ୍ଟର ବ୍ୟବହାର କରି ସୁନ୍ଦର ଫଟୋକୁ ଅନେକ ଯୁବତୀଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି। ହେଲେ ଯେବେ ବାସ୍ତବ ଚେହେରା ସମ୍ନାକୁ ଆସୁଛି ଅନେକ ଅପ୍ରତିକର ଘଟଣା ଘଟୁଛି। ନିକଟରେ ଜଣେ ପୁରୁଷ ନିଜ ଫଟୋକୁ ଫିଲ୍ଟର ବ୍ୟବହାର କରି ଝିଅ ଭଳି କରିବା ସହ ଜଣେ ପୁରୁଷଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ଘଟଣା ଜଣାପଡିବା ପରେ ଗଣ୍ଡଗୋଳରୁ ପୋଲିସ୍‌ କେସ୍‌ ପର୍ଯ୍ୟନ୍ତ ଘଟଣା ଘଟିଥିଲା। ତେବେ କେବଳ ଏତିକି ନୁହେଁ ବର୍ତ୍ତମାନ ଫିଲ୍ଟର ଫଟୋ ଭଳି ଅନେକ ଯୁବତୀ ଯୁବକ ବାସ୍ତବରେ ଦେଖାଯିବାକୁ ଚାହୁଁଛନ୍ତି। ଏମିତିକି ଏହା ସେମାନଙ୍କ ମାନସିକତାକୁ ଏଭଳି ପ୍ରଭାବିତ କରୁଛି ଯେ, କେହି କେହି ଏଥିପାଇଁ କସ୍‌ମେଟିକ୍‌ ସର୍ଜରୀର ସାହାଯ୍ୟ ନେବାକୁ ମଧ୍ୟ ପଛାଉ ନାହାନ୍ତି।
ଗାଇଡ୍‌ଲାଇନ୍‌ ରହିବା ଜରୁରୀ: ତେବେ ନିଜ ଫଟୋକୁ ସୁନ୍ଦର କରିବା ଲାଗି ଫିଲ୍ଟର ବ୍ୟବହାର କରିବା ଭଲ। ହେଲେ ଏହାଦ୍ୱାରା ଯେପରି ଏକ ସମ୍ପୂର୍ଣ୍ଣ ଅବାସ୍ତବତା ସୃଷ୍ଟି ନ ହେଉ ଅବା ଏହାଦ୍ୱାରା କାହାର କ୍ଷତି ନ ହେଉ ସେଥିପାଇଁ କିଛି କଟକଣା ରହିବା ଆବଶ୍ୟକ।

ଗାଇଡ୍‌ଲାଇନ୍‌ ରହିଲେ ଭଲ ହୁଅନ୍ତା
ସୁବାସିନୀ ସାହୁ(ଭଦ୍ରକ)-
ବର୍ତ୍ତମାନ ଫଟୋରେ ଫିଲ୍ଟର ଦେଇ ଆକର୍ଷଣୀୟ ଦେଖାଯିବାକୁ କିଏ ବା ନ ଚାହେଁ। ମୋବାଇଲ୍‌ କ୍ୟାମେରାରେ ଏହିସବୁ ଫିଚର୍ସ ମଧ୍ୟ ଉପଲବ୍ଧ ହେଲାଣି। ଏଥିସହ ୟୁଜର୍‌ ଇନ୍‌ଷ୍ଟାଗ୍ରାମ୍‌, ସ୍ନାପଚାଟ୍‌ ଇତ୍ୟାଦି ସୋସିଆଲ୍‌ ପ୍ଲାଟଫର୍ମ ଦ୍ୱାରା ବହୁତ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଏଥିରେ ଥିବା ଫିଲ୍‌ଟର୍‌ ଅପ୍ସନ୍‌ରେ ଫଟୋକୁ ମନପସନ୍ଦର ଏଡିଟିଂ କରୁଛନ୍ତି। ଲାଇକ୍‌ କମେଣ୍ଟ ପାଇବା ଏବେ ଏମିତି ନିଶା ପାଲଟିଲାଣି କି ଏହାକୁ ସୋସିଆଲ୍‌ ମିଡିଆ ଡିଜଓଡର୍‌ କହିଲେ ବି ଭୁଲ୍‌ ହେବନାହିଁ। ଫିଲ୍ଟର ଫଟୋକୁ ଚିହ୍ନିବା ବି ମୁସ୍କିଲ୍‌ ହେଉଛି। ଏଥିସହ ସେମାନେ ପ୍ରୋଫାଇଲ୍‌ରେ ଡାଟା ବି ଚେଞ୍ଜ କରି ରଖୁଛନ୍ତି। ଫଳରେ ଅନେକେ ଠକାମୀର ଶିକାର ହେଉଛନ୍ତି। ତେଣୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଦ୍ୱାରା ୟୁଜର୍ସଙ୍କ ପାଇଁ ଏଥିପ୍ରତି ଗାଇଡଲାଇନ୍‌ ରହିବା ଉଚିତ୍‌।

କେହି ଠକାମିର ଶିକାର ନ ହୁଅନ୍ତୁ
ସମରଜିତ କୁଣ୍ଡ(ଢେଙ୍କାନାଳ)-
ମୋର ଜଣେ ସାଙ୍ଗ ଡେଟିଂ ଆପ୍‌ରେ ଗୋଟିଏ ଝିଅକୁ ଡେଟ୍‌ କରୁଥିଲା। ତା’ର ସମସ୍ତ ପ୍ରୋଫାଇଲ୍‌ରେ ଫଟୋ ଷ୍ଟାଇଲିଶ୍‌ ଥିଲା। ଫଟୋରେ ସେ ଏମିତି ଫିଲ୍ଟର ୟୁଜ୍‌ କରୁଥିଲା ଯାହା ଫେକ୍‌ ବୋଲି ଜଣା ପଡୁନଥିଲା। କିଛିଦିନ ପରେ ମୋ ସାଙ୍ଗର ବ୍ରେକ୍‌ ଅପ୍‌ ହୋଇଯାଇଛି ବୋଲି ଜାଣିବାକୁ ପାଇଲି। ପରେ ଜାଣିଲି ଏମିତି ମୋର ବହୁଜଣ ସାଙ୍ଗଙ୍କ ସହ ଝିଅଟି ଚିଟିଂ କରିଛି। ଫିଲ୍ଟର ଫଟୋ ରଖି ନିଜ ଆଡୁ ସେ ସମସ୍ତଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥାଏ। ରିକ୍ୱେଷ୍ଟ ଗ୍ରହଣ କରିବା ପରେ ସେ ପ୍ରେମଭରା କଥା କହି ଫସାଏ। କେତେଜଣଙ୍କଠାରୁ ଏମିତି କରି ବହୁ ଟଙ୍କା ଲୁଟି ମଧ୍ୟ ନେଇଛି। ତେଣୁ ଏହିସବୁ ସୋସିଆଲ୍‌ ସାଇଟ୍‌ରେ ଯେ କେହି ବି ପ୍ରୋଫାଇଲ୍‌ ଖୋଲୁଛି ତାକୁ ସେହି ଆପ୍‌ ଭେରିଫାଏ କରିବା ଦରକାର। ଏହା ସହ ଯଦି ଆପ୍‌ଗୁଡିକ ସେମାନଙ୍କର ନିଜସ୍ବ କ୍ୟାମେରା ରଖନ୍ତେ ତେବେ ସମସ୍ତେ ଉପକୃତ ହୁଅନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri